ଉଠିଥାଆନ୍ତା ସବାରି, ହେଲେ ଉଠିଲା କୋକେଇ, ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ବର୍ତ୍ତମାନ ପରିସ୍ଥିତିରେ କରୋନା ର  ଦ୍ଵିତୀୟ ଲହର ଖୁବ କ୍ଷତି କରି ସାରିଲାଣି ଦେଶର ଅନେକ ଜାଗାରେ । କିଛି ଲୋକଙ୍କ ପରିବାର ର ଏଭଳି କିଛି ଲୋକମାନେ ଆରପାରିକୁ ଚାଲି ଯାଉଛନ୍ତି ଯାହା ସହିବା କଷ୍ଟ କର ହୋଇ ଯାଇଛି ।

ସେମାନେ ନିଜ ଦୁନିଆ କୁ ଫେରିବା ଅସମ୍ଭବ । ଏହା ସହ ଆମେ ଦେଖିଛୁ କି କିଭଳି ଭାବେ ହସ୍ପିଟାଲ ରେ ଆଡମିସନ କରିଥିବା ରୋଗୀଙ୍କ ଦେ-ହା-ନ୍ତ ହେଇ ଯାଉଛି । ତେବେ ଏଭଳି ଏକ ଘଟଣା ସାମନାକୁ ଆସିଛି ଯାହାକୁ ଶୁଣି ଆପଣ ଦୁଃଖରେ ଭାଙ୍ଗି ଯିବେ । ଯେତେବେଳେ ନୂଆ ଜୀବନର ଆରମ୍ଭ କରିବା ଆଶାରେ ଆସିଥିବା ଯୁବକ ସବୁ ଦିନ ପାଇଁ ଦୁନିଆ ଛାଡି ଚାଲି ଯାଇଛନ୍ତି ।

ସବାରି ଉଠି ଥାନ୍ତା ମାତ୍ର କୋକେଇ ଉଠିଲା । ବେଦିରେ ହୋମ ନିଆଁ ଜଳିନୀ ଜାଲିଗଲା ଜୀବନର ଜୁଇ ।  ନୂଆ ହାତ ଧରୀ ଜୀବନ ରେ ନୂଆ ସଂସାର କରିବା ଆଗରୁ ହାତ ଛାଡି ଚାଲି ଗଲେ ଯୁବକ । ଜୀବନର ଆସା ଓ ସ୍ଵପ୍ନ କୁ ପୂରଣ କରିବା ପାଇଁ ଆଖିରେ ସ୍ଵପ୍ନ ନେଇ ଘରକୁ ଆସିଥିଲେ ବରଗଡର ବାସିନ୍ଦା ଜୀବର୍ଦ୍ଧନ ଭୁଇଁ । କରୋନା ରେ ଆକ୍ରାନ୍ତ ହୋଇ ଆର ପାରିକୁ ଚାଲି ଗଲେ ।

 

ବରଗଡର ଅତାବି ଅଞ୍ଚଳର ଜୀବର୍ଦ୍ଧନ ଭୁଇଁ  ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ମେ ୨୫ ତାରିଖରେ ତାଙ୍କର ବିଭାଘର ଥିଲା ଶେଥି ପାଇଁ ସେ ୧୮ ତାରିଖରେ ଆସିଥିଲେ ଘରକୁ । ବାହାଘର ପାଇଁ ପ୍ରସ୍ତୁତି କରିବା କୁ ଆସିଥିଲେ । ମାତ୍ର ଏହା ଭିତରେ ସେ କେତେବେଳେ ଫଶୀ ଯାଇଥିଲେ କାରୋନାରେ ନିଜେ ମଧ୍ୟ ଜାଣି ନଥିଲେ । ତାଙ୍କ ଦେହ ଅସୁସ୍ଥ ଲାଗିବାରୁ ସେ ନିଜର ପରୀକ୍ଷା କରେଇ ଥିଲେ ।

ଏହା ପରେ ତାଙ୍କର ରିପୋର୍ଟ ଆସିଥିଲା ପଜେଟିବ । ଏହା ପରେ ତାଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ଵାସ୍ଥ ଅଧିକ ଖରାପ ହେବାରୁ ତାଙ୍କୁ ସମ୍ବଲପୁର ରେ ନେଇ ଚିକିସ୍ଛା କରା ଯାଇଥିଲା । ଏହା ପରେ ସେ ନିଜର ସେଶ ନିଶ୍ଵାସ ତ୍ୟାଗ କରିଥିଲେ ସେହି ଦିନ । ଯେଉଁ ଦିନ ତାଙ୍କ ବିବାହ ଠିକ ହୋଇ ଥିଲା ସେହି ଦିନ ଦୁନିଆରୁ ବିଦାୟ ନେଲେ ।

ଗତ ୨୫ ତାରିଖରେ କୋଭିଡ ଗାଇଡ ଲାଇନ ଅନୁସାରେ ତାଙ୍କର ଅ-ନ୍ତି-ମ ସଂ-ସ୍କା-ର କରାଗଲା । ଏବେ ପରିବାର ଓ ତାଙ୍କ ବନ୍ଧୁ ପରିଜନ ଙ୍କ ଅବସ୍ଥା ଖୁବ ଶୋକାତୁର ଅଟେ । ତାଙ୍କ ଗାଁ ଲୋକଙ୍କ ମତରେ ସେ ଜଣେ ଖୁବ ଭଲ ବ୍ୟକ୍ତି ଥିଲେ ଓ ସାନରୁ ବଡ ଯାଏ ସବୁ ତାଙ୍କୁ ଖୁବ ଭଲ ପାଉଥିଲେ ।