କେଦାରନାଥ ଯାତ୍ରା ସମୟରେ ଯେତେବେଳେ ସ୍ଵୟଂ ମହାଦେବ ଆସିଲେ ନିଜ ଭକ୍ତଙ୍କୁ ବଞ୍ଚେଇବା ପାଇଁ, ତା’ ପରେ ଯାହା ହେଲା ଜାଣିଲେ ବିଶ୍ଵାସ କରି ପାରିବେନି

ପ୍ରତେକ ମଣିଷ ନିଜ ଜୀବନରେ ପୂଜା ପାଠ ଉପରେ ବିଶ୍ବାସ କରିବା ଉଚିତ । ଆଜି ବି ଆମ ଦେଶରେ ଏମିତି କିଛି ଅଦ୍ଭୁତ ଘଟଣା ଘଟୁଛି ଯାହା ହୁଏ ତ କେହି କେବେ ଅନୁମାନ କରି ପାରନ୍ତି ନାହି ।

ଏଭଳି ଚମତ୍କାରୀ ଘଟଣା ବିଷୟରେ ଆମେ ଆଜି ଆପଣ ମାନଙ୍କୁ କହିବାକୁ ଯାଉଛୁ ଯେଉଁଠାରେ ସ୍ଵୟଂ ଭଗବାନ ଶିବ ପୃଥିବୀ ପୃଷ୍ଠରେ ଓହ୍ଲାଇ ନିଜ ଭକ୍ତର ପ୍ରାଣ ରକ୍ଷା କରିଛନ୍ତି । ଏହି ଘଟଣା ଯାହା ସହ ଘଟିଛି ସେହି ବ୍ୟକ୍ତି ଜଣକ ହେଉଛନ୍ତି ବଲବୀର ଯିଏ ୨୦୦୪ରେ ନିଜ ବନ୍ଧୁଙ୍କ ସହ କେଦାରନାଥ ଯିବାକୁ ପ୍ଳାନ କରିଥିଲେ । ଏହା ପରେ ପୁରା ପ୍ରସ୍ତୁତି ସହ ବଲବୀର ନିଜ ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରିଥିଲେ ।

ତାଙ୍କ ଘର ଠାରୁ କେଦାରନାଥ ଯାତ୍ରା କରିବା ପାଇଁ ୩ ଦିନ ଲାଗିଥାଏ । ଏହା ପରେ ବଲବୀର ରାତିରେ ଯାତ୍ରା କରିବାକୁ ନିଷ୍ପତି ନେଇଥିଲେ । ସେହି ରାତିରେ ତାଙ୍କ ସହ ଏମିତି ଏକ ଘଟଣା ଘଟିଥିଲା ଯାହା ବହୁତ ଆଶ୍ଚର୍ଯ୍ୟକର ଥିଲା । ସେ ରାତିରେ ସଫର କରିବା ସମୟରେ ଏକ ଜଙ୍ଗଲ ରାସ୍ତା ଦେଇ ଯାଇଥିଲେ । ସେହି ଜଙ୍ଗଲରେ କିଛି ଚୋ-ର ମାନେ ରହୁଥିଲେ ବୋଲି ସେ ଜାଣିଥିଲେ । ସେହି ସମୟରେ ତାଙ୍କ ଗାଡିରେ ଏକ କଣ୍ଟା ପଶି ପମ୍ପଚର ହୋଇ ଯାଇଥିଲା । ଏହା ଦେଖି ବଲବୀର ବୁଝି ଯାଇଥିଲେ ଯେ ଏହା ସେ ଚୋ-ର ମାନଙ୍କର କାମ ହୋଇଥିବ ।

ଏହା ପରେ ବଳବୀର ଭଗବାନ ଶିବକୁ ଗଭୀର ମନରେ ପ୍ରାର୍ଥନା କରିଥିଲେ ଓ କହିଥିଲେ ଯେ ” ପ୍ରଭୁ ଆମେ ମାନେ ଆପଣଙ୍କ ଦର୍ଶନ କରିବାକୁ ଯାଉଛୁ କିନ୍ତୁ ଆମ ସହ ଏମିତି ଏକ ଦୁ-ର୍ଘ-ଟ-ଣା ଘଟିଛି । ତେଣୁ ଆମକୁ ଏହି ବିପଦରୁ ଆପଣ ହିଁ ରକ୍ଷା କରି ପାରିବେ “। ଏହା କହିବା ପରେ ହଠାତ ସେଠାରେ ଜଣେ ବ୍ୟକ୍ତି ଆସି ପହଚି ଥିଲେ । ସେହି ବ୍ୟକ୍ତି ଏତେ ରାତିରେ ଏକୁଟିଆ ଦେଖି ବଲବୀରଙ୍କ ବ୍ଯତୀତ ତାଙ୍କ ବନ୍ଧୁ ମାନେ ବହୁତ ଭୟଭୀତ ହୋଇ ଯାଇଥିଲେ । ଏହା ପରେ ସେହି ବ୍ୟକ୍ତି ଜଣକ ତାଙ୍କ ଗାଡି ପାଖକୁ ଆସି ପ୍ରଶ୍ନ କରିଥିଲେ ଯେ କଣ ଅସୁବିଧା ହୋଇଛି ।

ଗାଡିର ଡ୍ରାଇଭର ଗାଡିରେ କଣ୍ଟା ପଶି ପମ୍ପଚର ହୋଇଛି ବୋଲି ସେହି ଅଜଣା ବ୍ୟକ୍ତିକୁ କହିଥିଲେ । ଏହା ପରେ ସେହି ବ୍ୟକ୍ତି ଜଣକ ସମସ୍ତଙ୍କୁ ବିଶ୍ରାମ କରିବାକୁ କହିଥିଲେ ଓ ସେ ନିଜେ ଗାଡି ଠିକ କରିବେ ବୋଲି ଆଶ୍ଵାସନା ଦେଇଥିଲେ । କିନ୍ତୁ ବଲବୀରଙ୍କ ବିଶ୍ଵାସ ନ ହେବାରୁ ସେ ସେହି ବ୍ୟକ୍ତି ସେ କିଏ ଓ ଏତେ ରାତିରେ ଏଠାରେ କଣ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ । କିନ୍ତୁ ଉତ୍ତରରେ ନିଶ୍ଚିନ୍ତ ହୋଇ ଗାଡିରେ ରହିବାକୁ ବ୍ୟକ୍ତି ଜଣକ ବଲବୀରଙ୍କୁ କହିଥିଲେ ।

ଏହାର ଠିକ ୨୦ ମିନିଟ ପରେ ଯେତେବେଳେ ବଲବୀର ଗାଡିରୁ ଓଲ୍ହାଇ ଆସି ଦେଖିଲେ ଯେ ଗାଡି ଠିକ ହୋଇସାରିଛି କିନ୍ତୁ ସେହି ବ୍ୟକ୍ତି ଜଣକ ସେଠାରେ ନ ଥିଲେ । ଏହା ପରେ ବଲବୀର ନିଜ ବନ୍ଧୁଙ୍କୁ ଏ ସବୁ କହିବା ପରେ ତାଙ୍କ ମଧ୍ୟରୁ ଜଣେ କହିଥିଲେ ଯେ ଯେତେବେଳେ ବିପଦ ସମୟରେ ଭଗବାନ ଶିବଙ୍କର ସ୍ମରଣ କରାଯାଏ ସେତେବଳେ ସେ ତାଙ୍କର ଭକ୍ତଙ୍କୁ ସୁରକ୍ଷା ଦେବା ପାଇଁ କେଉଁ ରୂପରେ ଆସିଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାରେ କୌଣସି ତ୍ରୁଟି ପରିଲିଖିତ ହୁଏ ତେବେ ତୁରନ୍ତ ଆମକୁ କମେଣ୍ଟ ରେ ଜଣାନ୍ତୁ । ଯାହାପରେ ଆମେ ଏଥିରେ ସୁଧାର କରି ପାରିବୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।