ଭୀଷଣ ଜୋରରେ ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା “ଅସାନୀ”, ଏହି ସମସ୍ତ ଜିଲ୍ଲାକୁ ଦିଆଗଲା ୟେଲୋ ୱାର୍ଣ୍ଣିଂ…

ବଙ୍ଗୋପସାଗରରେ ଆଗକୁ ଆଗକୁ ବଢୁଛି ତଥା ଭୀଷଣ ରୂପ ଧାରଣ କରି ଉପକୂଳ ଆଡେ ମୁହାଁଉଛି ବାତ୍ୟା ଅସାନୀ । ପୂର୍ବ ଆକଳନ ଅନୁଯାୟୀ ବାତ୍ୟା ଉତ୍ତର- ପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା । ଏବେ ଏହା ପୁରୀ ଠାରୁ ଦକ୍ଷିଣରେ କେନ୍ଦ୍ରୀଭୂତ ଅଛି । ଆସନ୍ତା କାଲି ପର୍ଯ୍ୟନ୍ତ ଉତ୍ତର- ପଶ୍ଚିମ ଦିଗରେ ଗତି କରି ବଙ୍ଗୋପସାଗରରେ ଉତ୍ତର ଆନ୍ଧ୍ର ଏବଂ ଓଡିଶା ଉପକୂଳରେ ପହଞ୍ଚିବ ଭୀଷଣ ବାତ୍ୟା । ଏହାପରେ ଦିଗ ପରିବର୍ତ୍ତନ କରିବ ବାତ୍ୟା ଅସାନୀ ।

ଉତ୍ତର ଏବଂ ଉତ୍ତର- ପୂର୍ବ ଦିଗରେ ଗତି କରି ଓଡିଶା ଉପକୂଳ ଆଡେ ମୁହାଁଇବ, କିନ୍ତୁ ବାତ୍ୟା ଅସାନୀ ସ୍ଥଳଭାଗ ଛୁଇଁବ ନାହିଁ । ଏହା ସମୁଦ୍ର ଭିତରେ ହିଁ ନିଜ ଶକ୍ତି ଦେଖାଇବା ସାହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇଯିବ ବୋଲି ସୂଚନା ମିଳିଛି । ଅସାନୀ ଭୀଷଣ ବାତ୍ୟାରୁ ଏକ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ୧୨ ତାରିଖରେ ପୁରୀର ସ୍ଥଳଭାଗ ଠାରୁ ୮୮କିମି ଦୂରରେ ସମାନ୍ତରାଳ ଭାବରେ ଅସାନୀ ସମୁଦ୍ର ମଧ୍ୟରେ ଅତିକ୍ରମ କରିବ ।

ତେବେ ଅସାନୀ ସ୍ଥଳଭାଗ ନ ଛୁଇଁଲେ ମଧ୍ୟ ଉପକୂଳ ଅଞ୍ଚଳରେ ସାମାନ୍ଯ ପ୍ରଭାବ ଦେଖାଇବ । ଏହା ଯୋଗୁଁ ଓଡିଶା ଉପକୂଳରେ ବର୍ଷା ଓ ପବନ ହେବ । ପବନର ବେଗ କମ ରହିବାକୁ ଥିବା ବେଳେ ଅଧିକ ବର୍ଷା ହେବ ବୋଲି ଆକଳନ କରାଯାଉଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଜି ଠାରୁ ଓଡିଶାରେ ଆରମ୍ଭ ହେବ ବର୍ଷା । ତିନୋଟି ଜିଲ୍ଲା ତଥା ଗଜପତି, ପୁରୀ ଓ ଗଞ୍ଜାମ ଜିଲ୍ଲାକୁ ଏନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ସେହିପରି ମେ’ ୧୧ ତାରିଖ ପାଇଁ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂପୁର ଓ କଟକ ପାଇଁ ରହିଛି ୟେଲୋ ୱାର୍ଣ୍ଣିଂ । ମେ’ ୧୨ ତାରିଖରେ କଟକ, ଜଗତସିଂପୁର, ପୁରୀ, କେନ୍ଦ୍ରପଡା, ଭଦ୍ରକ ଓ ବାଲେଶ୍ଵରକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ମେ’ ୧୧ ଓ ୧୨ ତାରିଖରେ କଟକରେ ପବନର ବେଗ ୪୦-୫୦କିମି ପ୍ରତିଘଣ୍ଟା ଏବଂ ସର୍ବାଧିକ ୬୦କିମି ରହିପାରେ । ଏହା ବ୍ଯତୀତ ରାଜ୍ୟର ସବୁ ବନ୍ଦରକୁ ଜାରି ହୋଇଛି ଦୁଇ ନମ୍ବର ବିପଦ ସଙ୍କେତ ।

ବାତ୍ୟା ପ୍ରଭାବରେ ଆସନ୍ତା ମେ’ ୧୨ ତାରିଖ ଯାଏଁ ସମୁଦ୍ର ଅଶାନ୍ତ ରହିବ । ଏଥିପାଇଁ ମେ’୧୧ରୁ ୧୩ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି । ବାତ୍ୟାଜନିତ ବର୍ଷା ପ୍ରଭାବରେ ଉପକୂଳ ଓଡିଶାରେ ଅମଳଯୋଗୀ ଶସ୍ଯ ପ୍ରଭାବିତ ହେବା ଆଶଙ୍କା କରାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।