ମାଛ ଖଣ୍ଡିଏ ପାଇଁ ଶାଶୁ-ବୋହୂଙ୍କ ମଧ୍ୟରେ ଦାଣ୍ଡ ମଝିରେ ମହାଭାରତ, ଦୁଇ ବୋହୂଙ୍କୁ ଘରୁ ବାହାର କରି ତାଲା ପକାଇ ଦେଲେ ଶାଶୁ…ଦେଖନ୍ତୁ Video

ଶାଶୁ-ବୋହୂ ସମ୍ପର୍କ ଯୁଗ ଯୁଗରୁ କଳଙ୍କିତ ହୋଇରହିଛି । ଆମ ସମାଜରେ ଶାଶୁ ବୋହୂଙ୍କ ମନ ମଧ୍ୟରେ ଥିବା ଦୂରତା ଆଜିବି ସ୍ପଷ୍ଟ ଦେଖିବାକୁ ମିଳୁଛି । ଅନେକ ଘରେ ଶାଶୁ-ବୋହୂ ମାଆ-ଝିଅ ଭଳି ରହୁଥିବା ବେଳେ ଆଉ କେତେକ ଘରେ ଏଭଳି ସ୍ଥିତି ଦେଖିବାକୁ ମିଳେ । ଯାହାଫଳରେ ବର୍ଷ ବର୍ଷ ଧରି ଏକାଠି ରହୁଥିବା ପରିବାରକୁ ଅଲଗା ହୋଇଯିବା ପାଇଁ ଗୋଟିଏ ମୂହୁର୍ତ୍ତ ମଧ୍ୟ ଲାଗେ ନାହିଁ । ଏଥିପାଇଁ କେହି କେହି ବୋହୂକୁ ଦାୟୀ କରୁଥିବା ବେଳେ ଆଉ କେହି କେହି ଶାଶୁକୁ ମଧ୍ୟ ଦାୟୀ କରନ୍ତି ।

ଗୋଟିଏ ପରିବାର ଭଲ ଭାବେ ଚଳିବାକୁ ହେଲେ ଶାଶୁ-ବୋହୂଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବା ଦରକାର ହୋଇଥାଏ । ଭଲ ବୁଝାମଣା ଓ ପ୍ରେମର ଅଭାବରେ ଶାଶୁ-ବୋହୂଙ୍କ ମନର ତିକ୍ତତା ପରିବାରକୁ ଦାଣ୍ଡକୁ ଟାଣି ଆଣେ । ଏହିପରି ଏକ ଅବିକଳ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁରରେ । ଦୁଇ ବୋହୂଙ୍କୁ ଶାଶୁ ଘରୁ ବାହାର କରି ଦେଇଥିବା ଅଭିଯୋଗ ହୋଇଛି । କିନ୍ତୁ ଏହାର କାରଣ ଏତେ ସାମାନ୍ଯ ଯେ ଶୁଣିବା ଲୋକ ବି ହସି ପକାଇବ ।

ଆଜ୍ଞା ହଁ, ମାଛ ଖଣ୍ଡିଏ ପାଇଁ ଶାଶୁ-ବୋହୂ ଙ୍କ ମଧ୍ୟରେ ଲାଗିଥିବା କଳି ଏବେ ସାରା ଓଡିଶା ଲୋକେ ଦେଖୁଛନ୍ତି । ନଣନ୍ଦ ଘରକୁ ଆସିଥିଲେ ଓ ରୋଷେଇ ପାଇଁ ଘରକୁ ମାଛ ଆସିଥିଲା । ସାନ ବୋହୂ ତାଙ୍କ କୁନି ପୁଅ ପାଇଁ ଖଣ୍ଡିଏ ମାଛ କାଢି ଅଲଗା ରଖି ଦେଇଥିଲେ । ଯାହାକୁ ନେଇ ନଣନ୍ଦ ଅସନ୍ତୁଷ୍ଟ ହେବା ସହ ବୋହୂ ଉପରେ ସବୁ ରାଗ ସୁଝାଇଛନ୍ତି ଶାଶୁ ।

ବୋହୂମାନେ ଶାଶୁଙ୍କୁ ଦାୟୀ କରୁଥିବା ବେଳେ ଶାଶୁ କହୁଛନ୍ତି ସେମାନେ ସାମାନ୍ଯ କଥାରେ ବାହାରକୁ ଯାଇ ବସି ରହି ଡ୍ରାମା କରୁଛନ୍ତି । ଦୁଇ ଜାଆ ଦୁଇ ଭଉଣୀ ହୋଇଥିବାରୁ ଜାଣିଶୁଣି ଶାଶୁଙ୍କୁ ହଇରାଣ କରୁଛନ୍ତି ବୋଲି ସେ କହିଛନ୍ତି । ବଡ ବୋହୂ ୫ ବର୍ଷ ହେଲା ବାହା ହୋଇ ଆସିଥିବା ବେଳେ ସାନ ବୋହୂ ତିନି ବର୍ଷ ହେଲା ବାହା ହୋଇଛନ୍ତି । ପୂର୍ବରୁ ସେମାନଙ୍କ ସହ ଅତ୍ୟାଚାର ହୋଇ ଆସୁଥିବା କଥା ସେମାନେ କହିଛନ୍ତି ।

ମାଛ ଖଣ୍ଡିଏ ପାଇଁ ଶାଶୁ ତାଙ୍କୁ ରାତିସାରା ମାଡ ମାରିବା ସହ ସକାଳୁ ଘରୁ ବାହାର କରି ତାଲା ପକାଇ ଦେଇଛନ୍ତି ବୋଲି କହିଛନ୍ତି । ସେ ଯାହା ବି ହେଉ ସାମାନ୍ଯ କଥାରେ ଏହିପରି କଳି ଲାଗିବା ନିଶ୍ଚିତ ଭାବେ କାହାରିକୁ ଶୋଭା ଦେଉନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।