ହୋଟେଲ ରେ ସମ୍ବନ୍ଧ ବନେଇବା ସମୟରେ ଚାଲିଗଲା ପ୍ରେମିକାର ଜୀବନ ! ପୋଲିସ ଆଗରେ ପ୍ରେମିକ ଯାହା କହୁଛି ତାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଏହି Video

ଲୁଚାଛପା ପ୍ରେମର କରୁଣ ପରିଣତି ଦେଖିବାକୁ ମିଳିଛି । ଆକାରଣରେ ଚାଲିଯାଇଛି ପ୍ରେମିକାର ଜୀବନ । ପୋଲିସ ଆଗରେ ବାହୁନି ବାହୁନି କାନ୍ଦି ସବୁ ସତ ଓଗାଳିଲେ ଯୁବକ । ଏହିପରି ଜଣେ ପ୍ରେମିକାଙ୍କ ସନ୍ଦେହ ଜଣକ ମୃତ୍ୟୁ ହୋଇଛି । କଲେଜ ନଯାଇ ପ୍ରେମିକ ସହ ହୋଟେଲ ଯାଇଥିଲେ ପ୍ରେମିକା । କିନ୍ତୁ ସେଠି କିଛି ସମୟ ବିତାଇବା ପରେ ପ୍ରେମିକାଙ୍କ ମୃତ୍ୟୁ ହୋଇଯାଇଛି । ହସ୍ପିଟାଲରେ ପ୍ରେମିକାର ଗୋଡତଳେ ପଡି ବାହୁନି ବାହୁନି କାନ୍ଦୁଛି ପ୍ରେମିକ ।

ଏଭଳି ଏକ ସଂବେଦନଶୀଳ ଘଟଣା ଘଟିଛି ବରଗଡ ସହରରେ । ନାବାଳିକା ପ୍ରେମିକାର ଏଭଳି ମୃତ୍ୟୁକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହେଉଛି । ପୋଲିସ ଆଗରେ କିନ୍ତୁ ସବୁ ସତ ମାନି ନେଇଛି ପ୍ରେମିକ । ଯୁବକଙ୍କ ଘର ବଲାଙ୍ଗୀରରେ ହୋଇଥିବା ବେଳେ ପ୍ରେମିକା ହେଉଛନ୍ତି ବରଗଡର କାଇସିଲେଟ ଅଞ୍ଚଳର । ନାବାଳିକା ଜଣକ ବରଗଡ ମହିଳା ମହା ବିଦ୍ୟାଳୟର ଯୁକ୍ତ ଦୁଇର ଛାତ୍ରୀ ଥିଲେ । ପ୍ରତିଦିନ ଭଳି ଆଜି ମଧ୍ୟ ସେ ବରଗଡ ଅଭିମୁଖେ ବାହାରିଥିଲେ ।

ଘରୁ ବାହାରି ସେ ବସଷ୍ଟାଣ୍ଡରେ ପହଞ୍ଚିଥିଲେ । କିନ୍ତୁ ସେଠାରୁ କଲେଜ ଯିବା ବଦଳରେ ଗାଡିରେ ବସି ବରଗଡ ରେଲୱେ ଷ୍ଟେସନ ଯାଇଥିଲେ ନାବାଳିକା । ସେଠାରୁ ସେ ତାଙ୍କୁ ପେକ୍ଷା କରି ରହିଥିବା ପ୍ରେମିକଙ୍କ ସହ ଏକ ଲଜ୍ କୁ ଯାଇଥିଲେ । ଲଜ୍ ରେ କିଛି ସମୟ ବିତାଇବା ପରେ ପ୍ରେମିକା ଜଣକ ହଠାତ ଅଚେତ ହୋଇ ପଡିଥିଲେ । ଯାହା ଦେଖି ପ୍ରେମିକଙ୍କ ବୁଦ୍ଧି ହଜି ଯାଇଥିଲା ।

ସେ କଣ ହେଲା କିଛି ବୁଝିପାରୁ ନଥିବା ବେଳେ ଅନେକ ସମୟ ଧରି ପ୍ରେମିକାଙ୍କ ଚେତା ନ ଫେରିବାରୁ ତାଙ୍କୁ ଧରି ତୁରନ୍ତ ବରଗଡ ମୁଖ୍ୟ ଚିକିତ୍ସାଳୟ ଯାଇଥିଲେ । ଆଉ ସେଠାରେ ଡାକ୍ତର ଉକ୍ତ ନାବାଳିକାଙ୍କୁ ମୃତ ଘୋଷଣା କରିଛନ୍ତି । ପ୍ରେମିକା ଶୋଇଥିବା ବେଡ ତଳେ ବସି ପ୍ରେମିକ ବାହୁନି ବାହୁନି କାନ୍ଦୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ହେଲେ ପୋଲିସ ଆଗରେ ପ୍ରେମିକ ଯାହା କହିଛନ୍ତି ତାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ଶାରୀରିକ ସମ୍ପର୍କ ରଖିବା ସମୟରେ ପ୍ରେମିକାର ମୃତ୍ୟୁ ଘଟିଥିବା ପୋଲିସ ଆଗରେ ସ୍ଵୀକାର କରିଛି ପ୍ରେମିକ । ଉଭୟଙ୍କ ମଧ୍ୟରେ ଦୀର୍ଘ ୬ ବର୍ଷର ପ୍ରେମ ସମ୍ପର୍କ ଥିବା ପ୍ରେମିକ କହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।