ୟୁପିରେ ୩ ଟି ମୁଣ୍ଡ ଥିବା ଶିଶୁର ଜନ୍ମ, କିଏ କହିଲା ‘ଦେବୀ’ ତ କିଏ କହିଲା ‘ଏଲିୟନ’

ଉତ୍ତର ପ୍ରଦେଶର ଏଟାରୁ ଏକ ଅଜବ ଗଜବ ମାମଲା ସାମ୍ନାକୁ ଆସୁଛି । ଯେଉଁଠି ଗୋଟିଏ ତିନୋଟି ମୁଣ୍ଡ ଥିବା ଶିଶୁ ଜନ୍ମ ନେଇଛି । ଶିଶୁଟିର ଶାରୀରିକ ସରଞ୍ଚନା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଶିଶୁଟିର ମୁଣ୍ଡ ପଛପଟେ ଏମିତି ଭାବରେ ଅନ୍ୟ ୨ଟି ମୁଣ୍ଡ ଯୋଡି ହୋଇ ଅଛି ଯେଉଁ କାରଣରୁ ତାହାର ଚେହେରା ବି ଭିନ୍ନ ପ୍ରକାରର ଦେଖା ଯାଉଛି ।

ଏଟାର ପିଲୁଆ କସ୍ବେରେ ରହୁଥିବା ସୁଂତୀଙ୍କୁ ପ୍ରସବ ପୀଡା ହେବା କାରଣରୁ ତାଙ୍କର ସ୍ଵାମୀ ଉମେଶ ତାଙ୍କୁ ପାଖରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଗଲେ । ଯେଉଁଠି ମହିଳା ଜଣଙ୍କ ସାମାନ୍ୟ ପ୍ରସବ ପରେ ଏକ ଝିଅକୁ ଜନ୍ମ ଦେଲେ । କିନ୍ତୁ ଶିଶୁଟିର ଶାରୀରିକ ସଂରଚନାକୁ ଦେଖି ପରିବାର ଲୋକମାନଙ୍କର ଓ ଅନ୍ୟ ଲୋକମାନଙ୍କର ପାଦ ତଳୁ ମାଟି ଖସିଗଲା । କହିବାକୁ ଗଲେ ଶିଶୁଟିର ସାମାନ୍ୟ ରୂପରେ ମୁଣ୍ଡ ଅଛି କିନ୍ତୁ ମୁଣ୍ଡ ପଛପଟେ ଆହୁରି ଦୁଇଟି ମୁଣ୍ଡ ଲାଗିଛି ।

ଅଜବ ଶାରୀରିକ ଗଠନ ବାଲା ଏହି ନବଜାତ ଶିଶୁ ପାଇଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କୌଣସି ବି ବ୍ୟବସ୍ଥା ନ ଥିଲା । ଏହା ପରେ ପରିଜନମାନେ ଶିଶୁକୁ ଅଲିଗଢ଼ ହସ୍ପିଟାଲକୁ ନେଇଗଲେ ଓ ସେଠିକାର ଡାକ୍ତରମାନେ କହିଲେ କି ଶିଶୁଟିର ସଠିକ ସ୍ଥିତି ବିଷୟରେ ଜାଣିବା ପାଇଁ ଶିଶୁଟିର ଏମଆରଆଇ ଓ ସିଟି ସ୍କାନ କରିବାକୁ ପଡିବ । ଏହା ପରେ ଅପରେସନ ଜରିଆରେ ମୁଣ୍ଡର ସେହି ଅଂଶକୁ ଅଲଗା କରାଯାଇ ପାରିବ ।

ପରିଜନମାନଙ୍କର କହିବା ଅଟେ କି ଡାକ୍ତରମାନେ ଏହା ବି କହିଲେ କି ଏପରି ସ୍ଥିତିରେ ଯଦି ମହିଳାଙ୍କର ଚତୁର୍ଥ ମାସରେ ଅଲ୍ଟ୍ରାସାଉଂଡ କରିଥାନ୍ତେ ତେବେ ଏହି ସ୍ଥିତି ବିଷୟରେ ଜଣା ପଡି ଯାଇଥାନ୍ତା ଓ ଡାକ୍ତରମାନେ ତାଙ୍କୁ କିଛି ଉପଦେଶ ଦେଇଥାନ୍ତେ । କିନ୍ତୁ ଏମାନେ ଏହିଭଳି କିଛି ବି କରି ନାହାନ୍ତି ଓ ଏମିତିରେ ମା’ର ଜୀବନ ପ୍ରତି ସଙ୍କଟ ବି ଥିଲା । ଡାକ୍ତରମାନଙ୍କର ମାନିବା ଅଟେ କି ଏହିଭଳି ସ୍ଥିତିରେ ଶିଶୁର ବଞ୍ଚିବାର ସମ୍ଭାବନା ବହୁତ କମ ଅଟେ ।