ଏହି ୪ ପ୍ରକାରର ସ୍ତ୍ରୀଙ୍କୁ ବିବାହ କଲେ ଆପଣ ପଡ଼ିପାରନ୍ତି ଅସୁବିଧାରେ

ମନୁଷ୍ୟ ଜୀବନର ୧୬ ଟି ସଂସ୍କାର ମଧ୍ୟରୁ ଗୋଟିଏ ମହତ୍ତ୍ଵପୂର୍ଣ୍ଣ ସଂସ୍କାର ହେଲା ବିବାହ କରିବା । ସୁଖୀ ବିବାହିତ ଜୀବନ ପାଇଁ ଗୋଟିଏ ଭଲ ଜୀବନ ସାଥି ଆବଶ୍ୟକ ହୋଇଥାଏ । ବାହା ହେବା ପାଇଁ ଏମିତି ଏକ ଝିଅ ଦରକାର ହୋଇଥାଏ ଯିଏ ନିଜ ସ୍ଵାମୀ ଓ ପରିବାରକୁ ଭଲ ରୂପେ ଚଳାଇ ପାରିବ । ବିଷ୍ଣୁ ପୁରାଣରେ ସ୍ତ୍ରୀ ମାନଙ୍କ ଉପରେ ଅନେକ କଥା କୁହାଯାଇଛି । ଏହି ପୁରାଣରେ ଏମିତି ୪ ଟି ମହିଳାଙ୍କ ବିଷୟରେ କୁହାଯାଇଛି ଯାହା ସହିତ ବିବାହ କରିବା ଉଚିତ ନୁହେଁ ।

ଆସନ୍ତୁ ଜାଣିବା ସେହି ୪ ଟି ମହିଳା କିଏ ?

୧. ଖରାପ କିମ୍ବା କଷ୍ଟ ଦାୟକ କଥା କହୁଥିବା ମହିଳା

କୁହାଯାଏ କି ବାଣୀରେ ମା’ ସରସ୍ଵତୀଙ୍କର ବାସ ହୋଇଥାଏ । ଯେଉଁ ମହିଳା ମଧୁର ବାଣୀ କହିଥାନ୍ତି ତାଙ୍କ ଉପରେ ମା’ ସରସ୍ଵତୀ ସର୍ବଦା ପ୍ରସନ୍ନ ହୋଇଥାନ୍ତି । ଖରାପ ବା କଷ୍ଟ ଦାୟକ କଥା କହୁଥିବା ମହିଳାଙ୍କ ସ୍ଵଭାବ ତାର ଭାଷା ଭଳି ଖରାପ ଓ ନିଷ୍ଠୁର ହୋଇଥାଏ । ଏହି ପରି ମହିଳାଙ୍କ ପାଇଁ ଘରେ ସର୍ବଦା ଅଶାନ୍ତି ରହିଥାଏ । ସେଥିପାଇଁ ଏହିପରି ମହିଳାଙ୍କୁ ବିବାହ କରିବା ଉଚିତ ନୁହେଁ।

୨. ବିଳମ୍ବ ପର୍ଯ୍ୟନ୍ତ ଶୋଇବା

ବିଳମ୍ବ ପର୍ଯ୍ୟନ୍ତ ଶୋଇବା ଯୋଗୁ ମହିଳାମାନେ ପରିବାରର ଦାୟିତ୍ଵ ପୂରଣ କରି ପାରନ୍ତି ନାହିଁ । ବିଳମ୍ବ ପର୍ଯ୍ୟନ୍ତ ଶୋଇବା ଅଳସୁଆର ଲକ୍ଷଣ ହୋଇଥାଏ । ଆଳସ୍ୟ ସ୍ତ୍ରୀ ଘରକୁ ସଫା କରି ପାରନ୍ତି ନାହିଁ । ମା’ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଘରକୁ ସଫା ସୁତୁରା ରଖିବା ବହୁତ ଆବଶ୍ୟକ ହୋଇଥାଏ । ମା’ ଲକ୍ଷ୍ମୀଙ୍କ କୃପା ନ ମିଳିଲେ ଘରେ ଦରିଦ୍ରତା ଆସିଥାଏ ଓ ବିଳମ୍ବ ପର୍ଯ୍ୟନ୍ତ ଶୋଇଲେ ଅନେକ ରୋଗ ମଧ୍ୟ ଆସିଥାଏ । ସେଥିପାଇଁ ଏହି ଭଳି ମହିଳାଙ୍କୁ ବିବାହ କରିବା ଉଚିତ ନୁହେଁ ।

୩. ବାପା ମା’ ପକ୍ଷରୁ କୌଣସି ସମ୍ପର୍କ

କୌଣସି ପୁରୁଷ ସେହି ସ୍ତ୍ରୀକୁ ବିବାହ କରିବା ଉଚିତ ନୁହେଁ ଯେଉଁମାନେ ନିଜ ବାପା ମା’ଙ୍କର ସମ୍ପର୍କୀୟ ହୋଇଥିବେ । ଶାସ୍ତ୍ରରେ ନିଜ ସମ୍ପର୍କୀୟଙ୍କୁ ବା ଗୋଟିଏ ଗୋତ୍ରରେ ବିବାହ କରିବାକୁ ମନା କରାଯାଇଛି । ଏଥିରେ ଜେନେଟିକ ରୋଗ ହେବାର ସମ୍ଭାବନା ହୋଇଥାଏ । ଯେଉଁ ସ୍ତ୍ରୀ ସହିତ ମାତା ପକ୍ଷରୁ ପଞ୍ଚମ ପିଢୀ ପର୍ଯ୍ୟନ୍ତ ଓ ପିତା ପକ୍ଷରୁ ସପ୍ତମ ପିଢୀ ପର୍ଯ୍ୟନ୍ତ ସମ୍ପର୍କ ଥିବ ତାହାକୁ ବିବାହ କରିବା ଉଚିତ ନୁହେଁ ।

୪. ଦୁଷ୍ଟ ପୁରୁଷ ସହ ସମ୍ପର୍କ ରଖୁଥିବା ମହିଳା

ମହିଳାମାନଙ୍କୁ ଦୁଷ୍ଟ ପୁରୁଷଙ୍କ ସହ ମିଳାମିଶା କରିବା ଉଚିତ ନୁହେଁ । ଏମିତି କରିବା ଦ୍ଵାରା ସେ କେବେ ବି କୌଣସି ପ୍ରକାରର ଅସୁବିଧାରେ ପଡି ପାରନ୍ତି । ସେହି ଦୁଷ୍ଟ ପୁରୁଷ ସେହି ମହିଳାର ଉପଯୋଗ ନିଜ ହିତ ପାଇଁ କରିପାରେ । ତା ସହିତ ରହିବା ଦ୍ଵାରା ସେହି ମହିଳାର ସ୍ଵଭାବ ବି ସେହି ଭଳି ହୋଇଯାଏ । ଏମିତି ହେବା ଦ୍ଵାରା ତା’ର ଚରିତ୍ରରେ ଦୋଷ ଆସିଥାଏ । ସେଥିପାଇଁ ଏମିତି ମହିଳାଙ୍କୁ ବିବାହ କରିବା ଉଚିତ ନୁହେଁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।