ନକଲି ଗୋଡ ଲାଗିଲା ପରେ ୩ ବର୍ଷର ଝିଅର ଖୁସି ଥିଲା କିଛି ଏପରି, ଭିଡିଓ ଦେଖିଲେ ଆପଣଙ୍କ ଆଖିରେ ଲୁହ ଚାଲିଆସିବ

ଆଜି ଆମେ ଆପଣଙ୍କୁ ୩ ବର୍ଷର ଏକ ଶିଶୁ ବିଷୟରେ କହିବାକୁ ଯାଉଛୁ, ଯିଏକି ୧ ବର୍ଷ ବୟସରେ ହିଁ ନିଜର ଏକ ଗୋଡ ହରାଇ ବସିଥିଲା । ଶିଶୁଟିର ନାମ ମାରିୟା ଅଟେ ଓ ସେ ସିରିୟାର ନିବାସୀ ଅଟେ । ଯେତେବେଳେ ମାରିୟା ୧ ବର୍ଷର ଥିଲା ତେବେ ରକ୍କା ପ୍ରାନ୍ତରେ ଯୁଦ୍ଧ ସ୍ଥିତି କାରଣରୁ ଏୟାରଷ୍ଟ୍ରାଇକ କରାଯାଇଥିଲା । ଏଥିରେ ମାରିୟାର ପରିବାରର ସମସ୍ତ ସଦସ୍ୟଙ୍କର ଜୀବନ ଚାଲିଗଲା । କିନ୍ତୁ ମାରିୟା ର ଜୀବନ ବଞ୍ଚିଯାଇଥିଲା ଓ ସେ ଜୀବନ ସହ ବହୁତ ସଂଘର୍ଷ କରିଥିଲା । ସେହି ସମୟରେ ସେ ନିଜର ଏକ ଗୋଡ ହରାଇ ଦେଇଥିଲା ।

କିନ୍ତୁ ମାରିୟା ଭଲ ଭାବରେ ଚାଲିବା ପାଇଁ ଡାକ୍ତରମାନଙ୍କର ଏକ ଟିମ ତା’ ପାଇଁ prosthetic leg (କୁତ୍ରିମ ଗୋଡ) ତିଆରି କରି ଲଗାଇଛନ୍ତି । ଏହା ପରେ ମାରିୟାକୁ ସବୁ ୬ ମାସରେ ଏକ ନୂଆ କୁତ୍ରିମ ଗୋଡ ଆବଶ୍ୟକତା ହୋଇପାରେ । ଏହାର କାରଣ ମାରିୟାର ବୟସ ବଢିବା ସହିତ ତାହାର ଗୋଡର ସାଇଜ ବି ବଢିବ । ଏମିତିରେ ବର୍ତ୍ତମାନ ହିଁ ୩ ବର୍ଷର ମାରିୟାକୁ ଯେତେବେଳେ ଡାକ୍ତରମାନେ ନୂଆ କୁତ୍ରିମ ଗୋଡ ଲଗାଇଦେଲେ ତେବେ ତାହର ରିୟାକ୍ସନ ଦେଖି ସମସ୍ତେ ଖୁସି ହୋଇଗଲେ ।

ଡାକ୍ତରମାନେ ମାରିୟାକୁ କୁତ୍ରିମ ଗୋଡ ଲଗାଇ ତାକୁ ପଚାରିଲେ କି ତୁମକୁ କେମିତି ଅନୁଭବ ହେଉଛି । ତେବେ ଏହା ପରେ ମାରିୟା ଏକ ବଡ ସ୍ମାଇଲ ଦେଲା ଓ କହିଲା କି “ମୁଁ ସୁନ୍ଦର ଲାଗୁଛି ।“ ମାରିୟା ନିଜର ଏହି ନୂଆ ଗୋଡକୁ ନେଇ ବହୁତ ଉତ୍ସାହିତ ଓ ଖୁସି ନଜର ଆସୁଛି । ଏହାକୁ ପିନ୍ଧିବା ପରେ ସେ ସାଧାରଣ ପିଲାଙ୍କ ଭଳି ଦଉଡିବାକୁ ଲାଗିଲା । ଏହି ପୁରା ଦୃଶ୍ୟର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ମାରିୟାର ଏହି କାହାଣୀ ଶୁଣି ସମସ୍ତଙ୍କର ଆଖିରେ ଲୁହ ଚାଲି ଆସିଲା । ୩ ବର୍ଷର ମାରିୟା ଆମ ସମସ୍ତଙ୍କ ପାଇଁ ଏକ ପ୍ରେରଣା ଅଟେ । ଆମ ସମସ୍ତଙ୍କୁ ଏହି ଛୋଟ ଶିଶୁ ଠାରୁ କିଛି ଶିଖିବା ଦରକାର କି ଜୀବନରେ ଯେତେ ବି ବଡ ଅସୁବିଧା ଆସୁ ନା କାହିଁକି ସବୁବେଳେ ତାହାର ସାମ୍ନା ସାହସର ସହ କରିବା ଉଚିତ ।

ଦେଖନ୍ତୁ ଭିଡିଓ :

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।