ସଂଯୁକ୍ତ ରାଷ୍ଟ୍ରରେ ଭାରତକୁ ସ୍ଥାଇ ସିଟ! ଭାରତ ଆରମ୍ଭ କଲା ଏହି ବଡ଼ ଅଭିଯାନ

ଆମେ ସମସ୍ତେ ଜାଣିଛୁ କି ସଂଯୁକ୍ତ ରାଷ୍ଟ୍ର ସଂଘ ଅବା ୟୁନୋ ର ସ୍ଥାୟୀ ସଦସ୍ୟ ହେବା ପାଇଁ ଭାରତ ସବୁବେଳେ ପ୍ରୟାସ କରି ଆସିଛି । କାହିଁକି ନା ଏକ ଦେଶ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ଯେ ପର୍ଯ୍ୟନ୍ତ ୟୁନାଇଟେଡ଼ ନେସନ୍ ର ସଦସ୍ୟ ନ ହେଇଛି ସେତେ ଯାଏ ତାକୁ ସୁପର ପାୱାର କୁହା ଯାଇ ପାରିବ ନାହିଁ। ଏଥିପାଇଁ ଭାରତ ଯେତେ ସମସ୍ୟାକୁ ପାର୍ କରିଗଲେ ମଧ୍ୟ ଭାରତ ପାଇଁ ସବୁଠୁ ବଡ଼ ବାଧକ ସାଜିଛି ଚୀନ ଓ ଚୀନ ର ବିଟୋ ପାୱାର।

କହି ରଖୁଛୁ ଯେ ବର୍ତ୍ତମାନ ୫ ଟି ଦେଶ ତଥା ଆମେରିକା, ବ୍ରିଟେନ, ଫ୍ରାନ୍ସ, ଋଷ୍ ଓ ଚୀନ ୟୁନାଇଟେଡ଼ ନେସନ୍ ର ସଦସ୍ୟ ଅଛନ୍ତି। ଚୀନ କୁ ଛାଡି ବାକି ୪ ଟି ଦେଶ ଭାରତ କୁ ସମର୍ଥନ କରୁଥିଲେ ମଧ୍ୟ ଚୀନ ବିଟୋ ପାୱାର ଲଗାଇଦେବା ଫଳରେ ସମସ୍ତ ପ୍ରସ୍ତାବ ଖାରଜ ହେଇଯାଏ । ୟୁନାଇଟେଡ଼ ନେସନ୍ ର ସ୍ଥାୟୀ ସଦସ୍ୟଙ୍କୁ ମିଳିଥିବା ବିଶେଷାଧିକାରକୁ ବିଟୋ ପାୱାର କୁହାଯାଏ । ଏହାର ଅର୍ଥ “ମୁଁ ଅନୁମତି ଦେଉନାହିଁ”।

ୟୁନାଇଟେଡ଼ ନେସନ୍ ର ସବୁ ପାୱାର ଏହି ୫ଟି ଦେଶ ପାଖରେ ରହିଛି । ଭାରତ ଏହାର ଷଷ୍ଠ ସଦସ୍ୟ ହେବାପାଇଁ ଚେଷ୍ଟା ଜାରି ରଖିଛି । ସେଥିପାଇଁ ଚୀନ ର ବିଟୋ ପାୱାର ସତ୍ତ୍ଵେ ଚୀନକୁ ମାତ୍ ଦେବା ପାଇଁ ଭାରତ ଏକ ପ୍ରଣାଳୀ ଖୋଜି ବାହାର କରିଛି । ଏହି ପ୍ରଚେଷ୍ଟାରେ ଯଦି ଭାରତ ସଫଳ ହୁଏ ତେବେ ଭାରତ ୟୁନୋ ର ଏକ ସ୍ଥାୟୀ ସଦସ୍ୟ ହୋଇପାରିବ । ଆସନ୍ତୁ ଦେଖିବା ଏଥିପାଇଁ ଭାରତକୁ କଣ କରିବାକୁ ପଡ଼ିବ।

ଭାରତକୁ ଛାଡି ଆହୁରି ମଧ୍ୟ 3ଟି ଦେଶ ଅଛନ୍ତି ଯେଉଁମାନେ ଏହି ଦୋୖଡରେ ସାମିଲ୍ ଅଛନ୍ତି । ସେମାନେ ହେଲେ ବ୍ରାଜିଲ, ଜର୍ମାନୀ ଓ ଜାପାନ। ଭାରତକୁ ମିଶାଇ ଏହି 3ଟି ଦେଶ ଅନ୍ୟ ଦେଶ ମାନଙ୍କୁ ନିଜର ସମର୍ଥନ ପାଇଁ ରାଜି କରାଇ ୟୁନୋ ର ସଦସ୍ୟ ହେବାକୁ ପ୍ରୟାସ କରୁଥିଲେ ମଧ୍ୟ ଏହି ସମସ୍ତଙ୍କର ଶତ୍ରୁ ସାଜିଛି ଚୀନ । ଚୀନ ଏହି ଦେଶ ଗୁଡ଼ିକୁ ସମର୍ଥନ କରୁନାହିଁ। ତେଣୁକରି ଏହି ୪ଟି ଦେଶ ମିଶି ଏକ ଉପାୟ ଚିନ୍ତାକରିଛନ୍ତି ।

ଉପାୟ ଟି ହେଉଛି ଏହି ୪ଟି ଦେଶ ୟୁନାଇଟେଡ଼ ନେସନ୍ ର ସିକ୍ୟୁରିଟି କାଉନସିଲ କୁ ଏକ ପ୍ରସ୍ତାବ ରଖିବେ କି ଏହି କାଉନସିଲରେ ଅଧିକ ସଦସ୍ୟ ପାଇଁ ସ୍ଥାନ କରାଯାଉ । ଏହା ଦ୍ଵାରା ଚୀନ ର ବିଟୋ ପାୱାର ସତ୍ତ୍ଵେ ଭାରତ ଯଦି ଅଧିକରୁ ଅଧିକ ଦେଶକୁ ଏହି ପ୍ରସ୍ତାବ ର ସମର୍ଥନରେ ଠିଆ କରି ପାରୁଛି ତେବେ ଚୀନ କୁ ମାତ୍ ଦେବାରେ ସଫଳ ହୋଇପାରିବ । ଏଥିପାଇଁ ଅତି କମ୍ ରେ ୧୩୦ ଟି ସଦସ୍ୟଙ୍କ ତଥା ଦୁଇ ତୃତୀୟାଂଶ ଅଧିକ ଭୋଟ ର ଆବଶ୍ୟକତା ରହିଛି । ଏଥିରେ ସଫଳ ହୋଇ ପାରିଲେ ୟୁନୋ ନିର୍ଣ୍ଣୟ ନେଇପାରିବ କି କେଉଁ କେଉଁ ଦେଶମାନଙ୍କୁ ଏହି ସଂଘର ସାମିଲ୍ କରାଯାଇପାରିବ।

ୟୁନାଇଟେଡ଼ ନେସନ୍ ର ସୂଚୀ ଫଳକରେ ୫ ରୁ ଅଧିକ ସଦସ୍ୟ ଯୋଗ କରାଯାଇପାରିବ ବୋଲି ଲେଖା ଯାଇ ନ ଥିବା କହି ଚୀନ ସବୁବେଳେ ଭାରତ ସମେତ ଉପର ଲିଖିତ ୩ଟି ଦେଶର ପ୍ରସ୍ତାବକୁ ଖାରଜ କରିଦିଏ । କିନ୍ତୁ ଭାରତର ଏହି ନୂଆ ଅଭିଯାନରେ ଯଦି ଭାରତ ୬୭% ଭୋଟ ନିଜ ସପକ୍ଷରେ ଆଣିପାରିବ ତେବେ ଚୀନର ବିଟୋ ପାୱାର ସତ୍ତ୍ଵେ ମଧ୍ୟ ଭାରତ ସମେତ ବ୍ରାଜିଲ, ଜର୍ମାନୀ ଓ ଜାପାନ କୁ ମଧ୍ୟ ସଂଯୁକ୍ତ ରାଷ୍ଟ୍ର ସଂଘ ର ସଦସ୍ୟ ହେବାର ସୁଯୋଗ ମିଳିପାରିବ। ଏଥିପାଇଁ ଭାରତ ମଧ୍ୟ ବିଭିନ୍ନ ଦେଶର ରାଜନେତା ମାନଙ୍କୁ ଭେଟିବା ଆରମ୍ଭ କରିଦେଇଛି । ଆସନ୍ତୁ ଏଥିପାଇଁ ମିଳିତ ଭାବେ କାମନା କରିବା କି ଭାରତ କୁ ଏହି ଅଭିଯାନରେ ସଫଳତା ହାସିଲ୍ ହେଉ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।