କାହିଁକି ଲାଗିଲା Russia-Ukraine ମଧ୍ୟରେ ଯୁଦ୍ଧ ? UN ରେ ଏମିତି କଣ ହୋଇଥିଲା ଜାଣନ୍ତୁ ?

ୟୁକ୍ରେନ ଓ ଋଷ ମଧ୍ୟରେ ମହାଯୁଦ୍ଧ ଚାଲିଥିବା ବେଳେ ଏବେ ଚିନ୍ତାରେ ପଡିଯାଇଛି ସାରା ବିଶ୍ଵ । ୟୁକ୍ରେନ ରଣକ୍ଷେତ୍ର ପାଲଟିଥିବା ବେଳେ ସୀମାନେ ବହୁସଂଖ୍ୟାରେ ସୈନ୍ୟ ଠୁଳ କରିଚାଲିଛି ଋଷ । ଦୀର୍ଘଦିନ ଧରି ଏହି ଦୁଇ ଦେଶ ମଧ୍ୟରେ ବିବାଦ ଚାଲିଥିବା ବେଳେ ଏବେ ଦୁଇ ଦେଶ ସାମ୍ନାସାମ୍ନି ହୋଇଛନ୍ତି । ଋଷିଆକୁ ଅନେକ ଦେଶ ନିନ୍ଦା କରୁଥିବା ବେଳେ ୟୁକ୍ରେନ ସହ ୟୁରୋପର ଅନେକ ଦେଶ ଓ ଆମେରିକା ମଧ୍ୟ ରହିଛି । ତେବେ ଚାଲନ୍ତୁ ଜାଣିବା କାହିଁକି ଏମାନଙ୍କ ମଧ୍ୟରେ ଯୁଦ୍ଧ ଲାଗିଲା ।

ତେବେ ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧର କାରଣ ହେଉଛି କ୍ରିମିଆ ପ୍ରାୟଦ୍ବୀପ । ଯାହା ପୂର୍ବରୁ ୟୁକ୍ରେନର ଏକ ଅଂଶ ଥିଲା । ୨୦୧୪ ମସିହାରୁ କ୍ରିମିଆ ପ୍ରାୟଦ୍ଵୀପକୁ ୟୁକ୍ରେନରୁ ଲଗା କରି ଦେଇଥିଲା ଋଷ । ସେବେ ଠାରୁ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢିଥିଲା । ୟୁକ୍ରେନ ଏହି ଅଞ୍ଚଳକୁ ଫେରି ପାଇବାକୁ ଚାହୁଁଥିବା ବେଳେ ଋଷିଆ ପ୍ରତିବନ୍ଧକ ପାଲଟିଥିଲା । ଏହି ପ୍ରସଙ୍ଗରେ ଆମେରିକା ଓ ଅନ୍ୟ ପଶ୍ଚିମ ଦେଶ ଗୁଡିକ ୟୁକ୍ରେନ ସହ ଥିବା ବେଳେ ଋଷିଆ ଏକା ଲଢେଇ କରିବାକୁ ମନସ୍ଥ କରିଛି ।

ଏହି ବିବାଦର ଦ୍ଵିତୀୟ କାରଣ ହେଲା ନାରଷ୍ଟ୍ରିମ ପାଇପାଲାଇନ ମଧ୍ୟ ତିଆରି ହୋଇଯାଇଛି । ଏହି ପାଇପଲାଇନ ମାଧ୍ୟମରେ ଋଷିଆ ବର୍ତ୍ତମାନ ଜର୍ମାନୀ ସମେତ ୟୁରୋପର ଅନ୍ୟ ଦେଶକୁ ତେଲ ଓ ଗ୍ଯାସ ଯୋଗାଇବାରେ ସକ୍ଷମ ହେବ । କିନ୍ତୁ ଏହି କାରଣରୁ ୟୁକ୍ରେନ ଏକ ବୃହତ ଆର୍ଥିକ କ୍ଷତି ସହିବ । କାରଣ ଏପର୍ଯ୍ୟନ୍ତ ୟୁକ୍ରେନରୁ ଯାଉଥିବା ଏହି ପାଇପଲାଇନ ଆଉ ଏଥିରୁ ତାକୁ ଭଲ ରୋଜଗାର ମଧ୍ୟ ମିଳୁଥିଲା ।

କିନ୍ତୁ ବର୍ତ୍ତମାନ ଋଷର ଏହି ପାଇପଲାଇନ ପାଇଁ ୟୁକ୍ରେନର ରୋଜଗାର ଶେଷ ହେବ ଉପରେ । ସେପଟେ ଜର୍ମାନୀ ନାରଷ୍ଟ୍ରିମକୁ ଅନୁମୋଦନ କରୁ ବୋଲି ଆମେରିକା ଚାହେଁନି । ଏହାଦ୍ବାରା ୟୁରୋଇପ ଋଷ ଉପରେ ଅଧିକ ନିର୍ଭରଶୀଳ ହୋଇପଡିବ ଆମେରିକା କହୁଛି । ଋଷ ୟୁରୋପର ବୃହତ୍ତମ ଅର୍ଥନୀତି ଏବଂ ଋଷ ପ୍ରାୟତଃ ଜର୍ମାନୀକୁ ରପ୍ତାନି କରେ । ସେଥିପାଇଁ ଜର୍ମାନୀ ଏହାକୁ ଅନୁମୋଦନ ଦେବାକୁ ଚାହେଁ । ଏହି ପରିପେକ୍ଷୀରେ ଉଭୟ କ୍ରିମିଆ ଏବଗ ନାରଷ୍ଟ୍ରିପ ପାଇପଲାଇନ ବିବାଦ ମଧ୍ୟରେ ରହିଛି ।

ଏହା ଉଭୟ ଦେହସ ମଧ୍ୟରେ ବିବାଦ ପ୍ରକୃତ କାରଣ ବୋଲି କୁହାଯାଉଛି । ଆମେରିକା ଚାହୁଁଛି କି ୟୁକ୍ରେନ ନାଟୋ ର ସଦସ୍ୟ ହେଉ । ଅନ୍ୟପଟେ ନାଟୋର ସଦସ୍ୟ ନହେବା ପାଇଁ ୟୁକ୍ରେନ ଠାରୁ ଆଇନଗତ ଗ୍ୟାରେଣ୍ଟି ମାଗିଥିଲା ଋଷିଆ । ଏହାରି ମଧ୍ୟରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଏହି ଯୁଦ୍ଧ ଉପରେ ସାରା ବିଶ୍ଵର ନଜର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।