କମ୍ ଓଜନ ନେଇ ଚିନ୍ତାରେ ରହୁଛନ୍ତି କି ? Dr. Sunita Sahoo ଙ୍କ ଠାରୁ ଜାଣନ୍ତୁ କଣ ଖାଇଲେ ବଢିବ ଓଜନ !

ଯେମିତି ଲୋକେ ପତଳା ହେବାକୁ ନେଇ ଚିନ୍ତିତ ଥାଆନ୍ତି। ସେମିତି ମୋଟା ହେବା ଓଜନ ବୃଦ୍ଧି କରିବାକୁ ନେଇ ମଧ୍ୟ ଅନେକଙ୍କ ମନରେ ପ୍ରଶ୍ନ ଥାଏ । ଆପଣଙ୍କ ଉଚ୍ଚତା ଅନୁସାରେ ଆପଣଙ୍କ ଓଜନ ଠିକ ରହିବା ଉଚିତ । ଯଦି ଆପଣଙ୍କ ଓଜନ ଆବଶ୍ୟକ ଠାରୁ କମ୍ ରହୁଛି ତେବେ ଏହା ମଧ୍ୟ ଆପଣଙ୍କ ପାଇଁ ଚିନ୍ତାର ବିଷୟ ଅଟେ । ତେବେ କଣ ଖାଇଲେ ଆପଣ ନିଜର ଓଜନ ବଢାଇ ପାରିବେ ଆସନ୍ତୁ ଜାଣିବା ଖାଦ୍ଯ ବିଶେଷଜ୍ଞ ଡାକ୍ତର ସୁନିତା ସାହୁଙ୍କ ଠାରୁ ।

ଯେପରି ଓଜନ ଆବଶ୍ୟକ ଠାରୁ ଅଧିକ ବଢିଗଲେ ଆପଣଙ୍କୁ ଅନେକ ଶାରୀରିକ ସମସ୍ଯା ଦେଖା ଦେଇଥାଏ, ଠିକ ସେହିପରି ଓଜନ କମ୍ ଥିଲେ ମଧ୍ୟ ଆପଣଙ୍କ ଠାରେ ଶାରୀରିକ ସମସ୍ଯା ଦେଖା ଦେଇପାରେ । ଓଜନ କମ୍ ଥିଲେ ମାନସିକ ଭାବେ ମଧ୍ୟ ଆତ୍ମବିଶ୍ବାସ କମ୍ ହେବାର ଦେଖାଯାଏ । ତେବେ ଓଜନ ନ ବଢିବାର କିଛିଟା କାରଣ ରହିଛି । ବଂଶଗତ ହୋଇପାରେ କିମ୍ବା ଉପଯୁକ୍ତ ପରିମାଣରେ କ୍ୟାଲୋରୀ ନନେବା ମଧ୍ୟ ହୋଇପାରେ ।

ଆମ ଶରୀରର ଓଜନ ହିସାବରେ କିଲୋ ପ୍ରତି ଏକ ଗ୍ରାମ ଲେଖାଏଁ ପ୍ରୋଟିନ ନେବା ଆବଶ୍ୟକ ହୋଇଥାଏ । ଯଦି ଆପଣଙ୍କ ଓଜନ ୫୦ କେଜି ଅଛି ତେବେ ଆପଣଙ୍କୁ ଅତିକମ୍ ରେ ୫୦ ଗ୍ରାମ ପ୍ରୋଟିନ ନେବା ଆବଶ୍ୟକ । ନଚେତ ଆପଣଙ୍କ ଓଜନ ବୃଦ୍ଧି ହେବ ନାହିଁ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଓଜନ କମ୍ ଥିବା ବ୍ୟକ୍ତି ଭାବନ୍ତି ମୋର ଓଜନ କମ୍ ଅଛି ତେଣୁ ଏକ୍ସରସାଇଜ କରିବା ଆବଶ୍ୟକ ନାହିଁ । ଏହା ସଂପୂର୍ଣ୍ଣ ଭୁଲ ଅଟେ । ମାଂସପେଶୀ ବୃଦ୍ଧି ପାଇବା ପାଇଁ ପତଳା ଲୋକ ମଧ୍ୟ କିଛି ଷ୍ତ୍ରେଂଥ ଟ୍ରେନିଂ ନେବା ଦରକାର ।

ଓଜନ ବଢାଇବା ପାଇଁ ଖାଦ୍ଯର ପରିମାଣ ବୃଦ୍ଧି କରିବା ସହ ପ୍ରୋଟିନ ଏବଂ କ୍ୟାଲସିୟମ ଆଦି ସଠିକ ମାତ୍ରାରେ ନେବା ଆବଶ୍ୟକ । ଦିନକୁ ୫ ରୁ ୬ ଟି ମିଲ୍ ଖାଆନ୍ତୁ କିନ୍ତୁ ସବୁବେଳେ ସଠିକ ସମୟରେ ଖାଇବା ପାଇଁ ଚେଷ୍ଟା କରନ୍ତୁ । ଏଥିପାଇଁ ଆପଣ ସକାଳ ଜଳଖିଆ ସାଙ୍ଗରେ ଦହି କିମ୍ବା ଗୋଟିଏ ଗ୍ଳାସ କ୍ଷୀର ନେଇପାରିବେ । ଇଟିଲି ଖାଉଥିଲେ ଟିକେ ଅଧିକ ଶମ୍ବର କିମ୍ବା ମଟର ତରକାରୀ ଖାଆନ୍ତୁ । ରୁଟି ସହ ସଠିକ ମାତ୍ରାରେ ଡାଲମା ଖାଇପାରିବେ ।

ଆଉ ଆମିଷରେ ପ୍ରୋଟିନ ବଢାଇବା ପାଇଁ ଅଣ୍ଡା ନିହାତି ଖାଇବା ଦରକାର । ସେହିପରି ଦ୍ବୀପ୍ରହରେ ଡାଲି ଏବଂ ଏହାସହ ମାଛ, ଚିକେନ ଆଦି ନେଇପାରିବେ । ବ୍ରେକଫାଷ୍ଟ ଏବଂ ଲଞ୍ଚ ମଝିରେ ୫୦-୮୦ଗ୍ରାମ ଡ୍ରାଇଫ୍ରୁଟ ମଧ୍ୟ ନିଅନ୍ତୁ । ସନ୍ଧ୍ଯା ସମୟରେ ମିଲ୍କସେକ୍ କିମ୍ବା ଅନ୍ୟ ଖାଦ୍ଯ ଆଦି ନେଇପାରିବେ । ରାତିରେ ମଧ୍ୟ ସେହିପରି ରୋଟି କିମ୍ବା ଭାତ ସାଙ୍ଗକୁ ଡାଲି କିମ୍ବା ଅଣ୍ଡା, ମାଂସ ଓ ମାଛ ଆଦି ଖାଇପାରିବେ ।

ଯଦି ଏସବୁ ପରେ ବି ଆପଣଙ୍କ ଓଜନ ବଢିବାରେ କଷ୍ଟ ହେଉଛି ତେବେ ଡାକ୍ତରଙ୍କ ପରାମର୍ଶ କରି ମେଡିକେଟେଡ ପ୍ରୋଟିନ ସପ୍ଳିମେଣ୍ଟ ଆପଣ ନେଇପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।