ୟୁକ୍ରେନର ହୋଇଥିବା ସମସ୍ତ କ୍ଷତି ବହନ କରିବ ଋଷ ! ଯୁଦ୍ଧ ବେଳେ ଏପରି ଏକ ବଡ ବୟାନ ଦେଲେ ରାଷ୍ଟ୍ରପତି Zelenskyy

ଯୁଦ୍ଧ ବେଳେ ରାଷ୍ଟ୍ରପତି ଜେଲେନସ୍କି ଦେଇଛନ୍ତି ଏକ ବଡ ବୟାନ । ୟୁକ୍ରେନର ସମସ୍ତ କ୍ଷତି ପୂରଣ କରିବ ଋଷ । ୟୁକ୍ରେନ ଓ ଋଷିଆ ଯୁଦ୍ଧରେ ୟୁକ୍ରେନର ଅନେକ ସ୍ଥାନ ଧ୍ଵଂସ ହେଲାଣି । ହେଲେ ଏବେବି ଋଷ ସୈନ୍ୟଙ୍କୁ କଡା ଜବାବ ଦେଉଛି ୟୁକ୍ରେନ ସେନା । ଯୁଦ୍ଧ ସ୍ଥିତି ଏବେ ଏମିତି ହେଲାଣି ଯେ ଯୁଆଡେ ଦେଖିବ ସେଆଡେ ଖାଲି ଯୁଦ୍ଧ ବିଭୀଷିକାର ହୃଦୟଥରା ଦୃଶ୍ୟ ଦେଖିବାକୁ ମିଳୁଛି । ଋଷ ସୈନ୍ୟଙ୍କ ଆକ୍ରମଣରେ ଲକ୍ଷ ଲକ୍ଷ ୟୁକ୍ରେନ ସୈନ୍ୟ ପ୍ରାଣ ହରାଇଥିବା ବେଳେ ଲକ୍ଷ ଲକ୍ଷ ଘର ଭାଙ୍ଗି ମାଟିରେ ମିଶିଯାଇଛି ।

ଆଉ ଏହାରି ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି କି ୟୁକ୍ରେନରେ ଯାହାବି କ୍ଷତି ହୋଇଛି ତାହାର ଭରଣ ଋଷ ହିଁ କରିବ । ଯାହାକୁ ନେଇ ଏବେ ବିଶ୍ବରେ ବେଶ ଚର୍ଚ୍ଚା ହେଉଛି । ସତରେ କଣ ୟୁକ୍ରେନର ସମସ୍ତ କ୍ଷତି ପୂରଣ କରିବ ଋଷ ? ଗତ ଫେବୃୟାରୀ ୨୪ ତାରିଖରୁ ୟୁକ୍ରେନ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିଲା ଋଷ । ଋଷିଆ ରାଷ୍ଟ୍ରପତି କାହାରି କଥା ଶୁଣୁ ନାହାନ୍ତି କି ସେପଟେ ୟୁକ୍ରେନ ରାଷ୍ଟ୍ରପତି ମଧ୍ୟ ମୁଣ୍ଡ ନୁଆଁଉ ନାହାନ୍ତି ।

ଆଉ ଏହାରି ମଧ୍ୟରେ ଗୋଟିଏ ପରେ ଗୋଟିଏ ସହରକୁ ଦଖଲ କରିଚାଲିଛି ଋଷ ସେନା । ବର୍ତ୍ତମାନ ସ୍ଥିତିରେ କେହି କାହାରିକୁ ଛାଡିବାକୁ ନାରାଜ । ଅହରହ ମିଶାଇଲ ଓ ବୋମାମାଡ ଚାଲିଛି । ଋଷ ସେନାକୁ ରୋକିବାକୁ ପ୍ରାଣପଣେ ଉଦ୍ୟମ ଚଳାଇଛି ୟୁକ୍ରେନ ସେନା । ବିଶ୍ଵର ବୃହତ ଶକ୍ତିଶାଳୀ ରାଷ୍ଟ୍ରକୁ ଏକାକୀ ସାମ୍ନା କରୁଛି ୟୁକ୍ରେନ । ୟୁକ୍ରେନ ସେନାର ପ୍ରତି ଆକ୍ରମଣରେ ଶହ ଶହ ଋଷ ସେନା ମଧ୍ୟ ପ୍ରାଣ ହରାଇଲେଣି ।

ବର୍ତ୍ତମାନ ସୁଦ୍ଧା ପାଖାପାଖି ୯ ହଜାର ଋଷ ସୈନ୍ୟଙ୍କୁ ୟୁକ୍ରେନ ସୈନ୍ୟ ନିହତ କରିଥିବା ନେଇ ଜଣାପଡିଛି । ଏହାସହ ଋଷର ୩୦ଟି ଫାଇଟର ଜେଟ, ୩୧ଟି ହେଲିକପ୍ଟର, ୨୧୭ ଟ୍ୟାଙ୍କ ଆଉ ୯ ଶହ ଏଫବିକୁ ଧ୍ଵଂସ କରି ସାରିଲାଣି ୟୁକ୍ରେନ ସୈନ୍ୟ । କେବଳ ସେତିକି ନୁହେଁ ୪୨ଟି ଏମାଲାରେସ, ୧୧ଟି ଆଣ୍ଟି ଏୟାରଭେଣ୍ଟ, ୩୭୪ଟି ଅଟୋ ମୋବାଇଲ ଟେକ୍ନିକ୍ସ ବି ଧ୍ଵଂସ କରିଥିବା ଦାବି କରିଛନ୍ତି ଜେଲେନସ୍କି ।

ଉଭୟ ଦେଶ ମଧ୍ୟରେ ଦୁଇଥର ଆଲୋଚନା ହେଲାଣି କିନ୍ତୁ ସମାଧାନର କୌଣସି ରାସ୍ତା ଫିଟୁନି । ନିଷ୍କର୍ଷ ନ ବାହାରିବ ଯାଏଁ ୟୁକ୍ରେନ ମିଲିଟାରୀ ଫୋର୍ସ ଉପରେ ଋଷ ଆକ୍ରମଣ କରିବ ବୋଲି ଋଷ ବିଦେଶ ମନ୍ତ୍ରୀ କହିଛନ୍ତି । ତେବେ ଏସବୁ ମଧ୍ୟରେ ୟୁକ୍ରେନରେ ଯାହାବି କ୍ଷତି ହୋଇଛି ତାହା ଋଷ ବହନ କରିବ ବୋଲି କହିଛନ୍ତି ଜେଲେନସ୍କି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।