ପୁଅ-ବୋହୁ ଝଗଡାକୁ ଆଉ ସହିବେନି ବାପା ମା’, ପୁଅ-ବୋହୂଙ୍କ ଝଗଡା ମାମଲାକୁ ନେଇ କିଛି ଏମିତି ରାୟ ଦେଲେ ହାଇକୋର୍ଟ !

ପୁଅ-ବୋହୂଙ୍କ ଝଗଡାକୁ ଆଉ ସହିବେନି ବୃଦ୍ଧ ବାପାମା। ଶାଶୁଘରେ ଆଉ ବଳପୂର୍ବକ ରହି ପାରିବେନି ବୋହୂ । କିଛି ପରିବାରରେ ପୁଅ-ବୋହୂଙ୍କ ଝଗଡା ମଧ୍ୟରେ ପେଷି ହେଉଛନ୍ତି ବୁଢା ବାପାମା । ଚାହିଁଲେ ବି ମୁହଁ ଖୋଲି ପାରୁନାହାନ୍ତି । ହେଲେ ଏବେ ଅସହାୟ ହୋଇ ପଡିଥିବା ବାପାମାଙ୍କ ପାଇଁ ମୁହଁ ଖୋଲିଛନ୍ତି ଦିଲ୍ଲୀ ହାଇକୋର୍ଟ । କୋର୍ଟ ଏପରି ଏକ ରାୟ ଦେଇଛନ୍ତି ଯାହା ସେମାନଙ୍କୁ ଆଶ୍ଵସ୍ତ କରିଛି । ଏଣିକି ପୁଅବୋହୂଙ୍କ ମଧ୍ୟରେ ହେଉଥିବା କଳିଝଗଡା ସହିବାକୁ ବାଧ୍ୟ ନୁହନ୍ତି ବୃଦ୍ଧ ବାପାମା ।

ସେମାନେ ଚାହିଁଲେ ବୋହୂକୁ ଘରୁ ମଧ୍ୟ ବାହାର କରିଦେଇ ପାରିବେ । ଘରୋଇ ହିଂସାକୁ ନେଇ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଦିଲ୍ଲୀ ହାଇକୋର୍ଟଙ୍କ କହିବା ମୁତାବକ ଅଧିକାଂଶ ସମୟ କଳିଝଗଡା କରୁଥିବା ବୋହୂଙ୍କୁ ଶାଶୁ-ଶ୍ଵଶୁରଙ୍କ ସହ ରହିବାର କୌଣସି ଅଧିକାର ନାହିଁ । ଶାନ୍ତିପୂର୍ଣ୍ଣ ଜୀବନଯାପନ ପାଇଁ ସେମାନେ ବୋହୂକୁ ଘରୁ ବେଦଖଲ କରିପାରିବେ । ନିମ୍ନ ଅଦାଲତକୁ ଚ୍ୟାଲେଞ୍ଜ କରି ଜଣେ ବୋହୂ କରିଥିବା ଆବେଦନର ଶୁଣାଣି କରି ଜଷ୍ଟିସ ଯୋଗେଶ ଖାନ୍ନା ଏହିପରି ରାୟ ଦେଇଛନ୍ତି ।

ଜଣେ ବୋହୂଙ୍କୁ ଶାଶୁଘରେ ରହିବା ପାଇଁ ଦିଆ ଯାଉନି ବୋଲି କୋର୍ଟରେ ଅଭିଯୋଗ ହୋଇଥିଲା । ହେଲେ ଏହି ମାମଲାରେ ହାଇକୋର୍ଟ କହିଛନ୍ତି ଯେ ଯଦି ବୋହୂ ଅଯଥା ଅଶାନ୍ତି ସୃଷ୍ଟି କରେ ତେବେ ଶାଶୁ ଶ୍ଵଶୁର କିଣିଥିବା ସମ୍ପତ୍ତିରେ ବୋହୂର କୌଣସି ଅଧିକାର ରହିବ ନାହିଁ । ଖାସ୍ କରି ଏକ ଯୌଥ ପରିବାର ମାମଲାରେ ଏହି ନିୟମ ଲାଗୁ କରାଯିବ । ଆବଶ୍ୟକ ହେଲେ ଛୋଟ ପରିବାରରେ ମଧ୍ୟ ଏହି ନିୟମ ଲାଗୁ ହେବ ।

ହେଲେ ଯେପର୍ଯ୍ୟନ୍ତ ଏହି ମାମଲା କୋର୍ଟରେ ବିଚାରଧୀନ ଥିବ ଓ ପୁଅବୋହୂଙ୍କ ଛାଡପତ୍ର ହୋଇ ନଥିବ ସେପର୍ଯ୍ୟନ୍ତ ବୋହୂ ରହିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ । ସାସୁ ଓ ଶ୍ଵଶୁର ବରିଷ୍ଠ ନାଗରିକ ଓ ଜୀବନର ଅପରାହ୍ନରେ ଉପନୀତ । ଏପରି ସମୟରେ ସେମାନେ ମାନସିକ ଶାନ୍ତି ଚାହାନ୍ତି । ତେଣୁ ଏଭଳି ସମୟରେ ପୁଅବୋହୂଙ୍କ ଝଗଡାରେ ନପଶି ଶାନ୍ତିପୂର୍ଣ୍ଣ ଜୀବନଯାପନ କରିବା ସେମାନଙ୍କ ଅଧିକାର ।

କୋର୍ଟଙ୍କ କହିବା ଅନୁଯାୟୀ ଯଦି ବୋହୂ ଶାଶୁ ଶ୍ଵଶୁରଙ୍କ ସେବା କରୁ ନଥାଏ ବା ଘରର ଶୃଙ୍ଖଳା ବାହାରେ ମନଇଛା କାମ କରୁଥାଏ, ତେବେ ଏହାକୁ ସହିବାକୁ ବାଧ୍ୟ ନୁହନ୍ତି ବୃଦ୍ଧ ଶାଶୁ ଶ୍ଵଶୁର । ସେମାନେ ଚାହିଁଲେ ବୋହୂକୁ ଘରୁ ବାହାର କରିଦେଇ ପାରିବେ । କିନ୍ତୁ ଏହି ରାୟର ଯେପରି କେହି ଅପବ୍ଯବହାର ନକରନ୍ତି ସେଥିପାଇଁ ଯଥେଷ୍ଟ ପ୍ରମାଣ ମଧ୍ୟ ଆବଶ୍ୟକ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।