‘ମୋ ଅଣ୍ଡିରାକୁ ଡାକି ପଚାରୁନି…ସେ ପିଲାଟା କାହାର…ମୁଁ ଆଉ କାହା ଦାଣ୍ଡରେ ଯାଇଁ ବସିନି.. ତମ ଦାଣ୍ଡରେ କାଇଁ ବସିଲି…’ ଦେଖନ୍ତୁ Video

ପ୍ରେମିକ ଦିନେଶଙ୍କର ଧୋକା ପାଇ ନିଜର ପିଲା ପାଇଁ ମା ଦୀପିକା ନ୍ୟାୟ ର ଯାତ୍ରାରେ ଅଗ୍ରସର ହୋଇ ପଡିଛନ୍ତି । ତାଙ୍କ ସହ ତାଙ୍କର ଏହି ଯୁଦ୍ଧ ରେ ତାଙ୍କର ସାରଥି ପାଲଟିଛନ୍ତି ଶ୍ରୀମତୀ ପ୍ରମିଳା ତ୍ରିପାଠୀ । ଦିନ ଦିନ ଧରି ଆଜକୁ ପ୍ରାୟ ଦୀର୍ଘ 10 ଦିନ ଧରି ଦୀପିକା ଦିନେଶଙ୍କ ଘର ଅଗଣାରେ ନ୍ୟାୟର ଆଶାରେ ଧାରଣା ଦେଇ ବସିଛନ୍ତି । କିନ୍ତୁ ବନ୍ଧୁଗଣ ନ୍ୟାୟ ମିଳିବା ପରିବର୍ତ୍ତେ ପ୍ରତି ଟି ମୂହୁର୍ତ୍ତରେ ମିଳୁଛି ଦୀପିକାଙ୍କୁ ନିର୍ଯାତନା ଓ ତାହା ସହିତ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ।

ବର୍ତ୍ତମାନ ଏହି ସବୁ ଦୂର ବ୍ୟବହାର ଗୁଡିକୁ ସହ୍ୟ କରି ନ ପାରି ସେ ଉତ୍ତେଜିତ ହୋଇ ଉଠିଛନ୍ତି । ବିଭିନ୍ନ ଲୋକ ଭିନ୍ନ ଭିନ୍ନ ପ୍ରକାର ର କଥା କହିବା ଆରମ୍ଭ କରିଲେଣି । ଦୀପିକାଙ୍କ ମତରେ ଦିନେଶ ଙ୍କ ପରିବାର ଲୋକ ମାନେ ତାଙ୍କ ସହ ବହୁ ପ୍ରକାର ର ଅପବ୍ୟଭର କରୁଅଛନ୍ତି । ତାଙ୍କ ଚୁଟି ଟାଣି ତାଙ୍କୁ ମରା ପିଟା ମଧ୍ୟ କରିଛନ୍ତି ।

ତାହା ବ୍ଯତୀତ ତାଙ୍କ ଉପରେ ପାଣି ମଧ୍ୟ ପକାଇଛନ୍ତି । ଅନେକ ଗାଳି ଗୁଲଜ କରିବା ସହ ସାହି ବାସିନ୍ଦା ମାନେ ଆସି ତାଙ୍କୁ ବିଭିନ୍ନ ଧରଣର ପ୍ରଶ୍ନ ମଧ୍ୟ କରିଛନ୍ତି, ଯେପରିକି ଏ ପିଲା କାହାର ଓ କାହିଁକି ସେ ଏଠାରେ ବସି ଏକ ନାଟକ କରୁଛି ବୋଲି କହିଥିବାରୁ ଦୀପିକା ତାଙ୍କୁ ଉତ୍ତର ରେ କହିଛନ୍ତି ଯଦି ନାଟକ ହିଁ କରିବାର ଥିଲା ତେବେ ଦିନେଶ ଙ୍କର ଦ୍ଵାରରେ ହିଁ କାହିଁ ସେ ବସିଲେ, ସେ ଚାହିଁଥିଲେ ଆଉ କାହା ଦ୍ଵାରେରେ ମଧ୍ୟ ବସି ପାରିଥାନ୍ତେ ।

ଦିନେଶ ତାଙ୍କ ସହ ଯେଉଁ ମିଛ ପ୍ରେମ ଖେଳ ରଚନା କରି ଯାଇଛନ୍ତି, ସେ ସବୁ ଯଦି ତାଙ୍କ ନିଜ ଝିଅ କିମ୍ବା ଭଉଣୀଙ୍କ ସହ ହୋଇଥା’ନ୍ତା ତେବେ କଣ ସେମାନେ ନିଜ ଲୋକଙ୍କୁ ମଧ୍ୟ ଏପରି ପ୍ରଶ୍ନ କରିଥା’ନ୍ତେ । ଯଦି କିଛି ପ୍ରଶ୍ନ ପଚାରିବାର ଅଛି କାହାର ତେବେ ସେମାନେ ଯାଇ ସିଧା ଦିନେଶଙ୍କୁ ପଚାରିବାକୁ ଦୀପିକା କହିଛନ୍ତି । ଦୀପିକାଙ୍କ ଅସୁବିଧା ଦେଖି ପ୍ରମିଳା ମା ନିଜେ ନିଜ ଇଚ୍ଛାରେ ଦୀପିକାଙ୍କ ପାଖକୁ ସାହାର୍ଯ୍ୟ ର ହାତ ନେଇ ଆସିଥିଲେ ।

କିନ୍ତୁ ଲୋକମାନେ ତାଙ୍କ ସହ କୁ ବ୍ୟବହାର କରି ତାଙ୍କୁ ଅପମାନ କରିଥିବାରୁ ଦୀପିକା କ୍ରୋଧରେ ଜର୍ଜଜରିତ ହୋଇ ଉଠିଛନ୍ତି । ତେବେ ବନ୍ଧୁଗଣ ଆମ ସହ ଦୀପିକାଙ୍କ ଏହି ଖବର ସମ୍ପର୍କରେ ଯୋଡି ରହିବାକୁ ଚାହୁଁଥିଲେ ଆମ ପେଜ ଟିକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।