ଭଉଣୀ Rani Panda ଙ୍କୁ ରେ କଣ ଉପହାର ଦେଲେ Sura Bhai, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ପବିତ୍ର ଶ୍ରାବଣ ମାସର ଶ୍ରାବଣ ପୂର୍ଣ୍ଣିମା ଟିକୁ ରାକ୍ଷୀ ପୂର୍ଣ୍ଣିମା ବୋଲି କୁହାଯାଇଥାଏ । ଏହି ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀ ଭାଇର ହାତରେ ରାକ୍ଷୀ ବାନ୍ଧି ନିଜର ରକ୍ଷା ପାଇଁ ଭାଇଠାରୁ କଥା ନେଇଥାଏ । ତାହା ସହ ଭାଇର ମଧ୍ୟ ଦୀର୍ଘାୟୁ ର କାମନା କରିଥାଏ । ଏହା ବଦଳରେ ଭାଇ ମଧ୍ୟ ଭଉଣୀ କୁ ଉପହାର ରେ କିଛି ଦେଇଥାଏ । ବହୁ ପୁରାତନ କାଳରୁ ଭାଇ ଭଉଣୀ ଙ୍କର ଏହି ସୁନ୍ଦର ପର୍ବଟି ଆମ ସଂସ୍କୃତିରେ ଚାଲି ଆସୁଛି ।

ଆମ ସଂସ୍କୃତିର ଏହା ଏକ ଏପରି ପର୍ବ ଯାହାକୁ ବର୍ଷ ସାରା ଅପେକ୍ଷା କରି ରହିଥାନ୍ତି, ସବୁ ଭାଇ ଓ ଭଉଣୀ ମାନେ, ଏବ॰ ସମସ୍ତେ ହିଁ ନିଜ ନିଜ ପରମ୍ପରା ଅନୁସାରେ ଭଉଣୀ ମାନଙ୍କ ଦ୍ଵାରା ଭାଇ ମାନେ ରାକ୍ଷୀ ବାନ୍ଧି ଆନନ୍ଦ ଉଲ୍ଲାସରେ ଏହି ପର୍ବ ଟିକୁ ପାଳନ କରିଥାନ୍ତି ।

ବନ୍ଧୁଗଣ ନିଜର ରୋକ ଠୋକ କହିବା କଥା ଶୈଳୀ କୁ ନେଇ ସବୁବେଳେ ସମସ୍ତ ଙ୍କ ସମ୍ମୁଖରେ ଚର୍ଚ୍ଚା ରେ ରହୁଥିବା ସୁର ରାଉତରାୟ ଓ ରାନୀ ପଣ୍ଡାଙ୍କୁ ତ ଆପଣ ମାନେ ନିଶ୍ଚୟ ହିଁ ଜାଣିଥିବେ । ପବିତ୍ର ରକ୍ଷା ବନ୍ଧନର ଏହି ସୁନ୍ଦର ପର୍ବ ଟିକୁ ପାଳନ କରିବାକୁ ଯାଇ ରାନୀ ପଣ୍ଡା ନିଜ ହାତରେ ଏକ ରାକ୍ଷୀ ଥାଳି ଧରି ପହଞ୍ଚି ଯାଇଛନ୍ତି ସୁର ଭାଇନାଙ୍କ ପାଖରେ ଏବ॰ ଧରିଥିବା ଥାଳି ରେ ପରମ୍ପରା ଅନୁସାରେ ଅତ୍ୟନ୍ତ ସୁନ୍ଦର ଭାବରେ ସଜାଇ ରଖିଥିଲେ, ଫୁଲ, ଚନ୍ଦନ, ସିନ୍ଦୁର, ଲଡୁ ଓ ରାକ୍ଷୀ ।

ସବୁବେଳେ ଜନତାଙ୍କ ମଧ୍ୟରେ ଚର୍ଚ୍ଚାରେ ରହୁଥିବା ଏହି ଦୁଇ ବ୍ୟକ୍ତିତ୍ବ  କୁ ଏପରି ନିଆରା ଢଙ୍ଗ ରେ ଦେଖି ସମସ୍ତେ ଟିକେ ହଇରାଣ ହୋଇଯିବା ସହ ଅନେକ ଖୁସି ମଧ୍ୟ ହୋଇଥିଲେ  ।ପ୍ରଥମେ ଚନ୍ଦନ ସିନ୍ଦୁର ସୁର ଭାଇଙ୍କୁ ଲଗାଇ ଏହାପରେ ହୁଳ ହୁଳି ସହ ଧୁବ ଅରୁଆ ଚାଉଳ ଦେଇ ସୁର ଭାଇଙ୍କର ବନ୍ଦାପଣା କରିଥିଲେ ରାନୀପଣ୍ଡା । ଏହାପରେ ରାକ୍ଷୀ ବାନ୍ଧି ନିଜ ହାତରେ ସୁର ଭାଇଙ୍କୁ ମିଠା ଖୁଆଇ ଦେଇଥିଲେ ।

କେବଳ ସୁର ଭାଇଙ୍କୁ ହିଁ ନୁହେଁ ବର॰ ସୁର ଭାଇଙ୍କ ସହ ଥିବା ଅନ୍ୟ କିଛି ଲୋକ ମାନଙ୍କୁ ମଧ୍ୟ ରାକ୍ଷୀ ବାନ୍ଧି ଦେଇଥିଲେ ରାନୀ ପଣ୍ଡା । ଭଉଣୀ ରାଣୀ ପଣ୍ଡାର ରାକ୍ଷୀ ବାନ୍ଧି ସାରିଲା ପରେ ସୁର ଭାଇନା ମଧ୍ୟ ରାଣୀ ପଣ୍ଡାଙ୍କ ହାତକୁ ବଢାଇ ଦେଇଥିଲେ ଏକ ୫୦୦ ଟଙ୍କାର ଖଡ ଖଡ ନୋଟ । ଯାହାକୁ ପାଇ ରାନୀ ପଣ୍ଡା ମଧ୍ୟ ଅତ୍ୟନ୍ତ ଖୁସି ହୋଇଯାଇଥିଲେ । ବନ୍ଧୁଗଣ ଛୋଟ ଛୋଟ ଖୁସି ହିଁ ଜୀବନକୁ ଖୁସିରେ ଭରି ଦେଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଆପଣ ଙ୍କୁ ଭଲ ଲାଗିଥିଲେ, ଆମ ପେଜ ଟିକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ