Deepika ତୋ ପାଇଁ ମୁଁ 3 ମାସ ଜେଲ୍ ଗଲି, ଆଉ ତୁ ଭାବୁଛୁ…” ସାମ୍ନାକୁ ଆସି କିଛି ଏମିତି କହିଲେ ପ୍ରେମିକ Dinesh

ଚର୍ଚ୍ଚିତ ଦୀପିକା ଓ ଦିନେଶଙ୍କ ମାମଲା ଦିନକୁ ଦିନ ଚର୍ଚ୍ଚା ବଢିବାରେ ଲାଗିଛି । ନ୍ୟାୟ ପାଇଁ ଦୀପିକା ଦିନେଶଙ୍କ ଘର ଆଗରେ ଧାରଣା ଦେଇଥିଲେ ମଧ୍ୟ ଏବେ ଯାଏଁ ଦିନେଶ ଏବଂ ତାଙ୍କ ପରିବାର ତାଙ୍କୁ ଗ୍ରହଣ କରିବାକୁ ରାଜି ନାହାନ୍ତି । ଦୀପିକା ଦିନେଶଙ୍କ ନାଁରେ ରେପ୍ କେସ୍ ଦେଇଥିଲେ । ଯେଉଁଥି ପାଇଁ ଦିନେଶଙ୍କୁ ତିନି ମାସ ଜେଲ୍ ଯିବାକୁ ପଡିଥିଲା । ଆଉ ଏବେ ଦିନେଶ ଆଉ ତାଙ୍କ ମଥାରେ ସିନ୍ଦୂର ଦେବାକୁ ଚାହୁଁ ନାହାନ୍ତି ।

ଆଉ ଦୀପିକା ଯେଉଁ ପିଲା ପାଇଁ ବାପାର ପରିଚୟ ଦାବି କରି ଆସି ଦିନେଶଙ୍କ ଘର ଆଗରେ ବସିଛନ୍ତି ସେ ପିଲା ତାଙ୍କର ନୁହେଁ ବୋଲି ସିଧା ସିଧା କହିଛନ୍ତି ଦିନେଶ । ଦୀପିକା ତାଙ୍କ ପାଇଁ କିଛି ନୁହେଁ କହି ତାଙ୍କୁ ଘର ଆଗରୁ ଉଠିଯିବାକୁ କହିଛନ୍ତି । ଏକ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ଦୀପିକାଙ୍କ ପ୍ରେମ କାହାଣୀ ଚାଲୁ ରହିଥିଲା । ଦୁହେଁ ମିଶୁଥିଲେ ଚାରିଆଡେ ବୁଲୁଥିଲେ ଓ ଶାରୀରିକ ସମ୍ପର୍କ ମଧ୍ୟ ରଖୁଥିଲେ ।

ଆଉ ଦିନେଶ ସମୟ ସମୟରେ ଦୀପିକାଙ୍କୁ ବାହା ହୋଇ ଘରେ ବହୁ ଖୁସିରେ ରଖିବେ ବୋଲି କଥା ମଧ୍ୟ ଦେଉଥିଲେ । ଦିନେଶଙ୍କୁ ବାହା ହେଲେ ଦୀପିକାଙ୍କ ଭବିଷ୍ୟ ଉଜ୍ଵଳ ହୋଇଯିବ ଏବଂ ସେ ଖୁବ ଖୁସିରେ ରହିବେ ବୋଲି କହୁଥିଲେ ଦିନେଶ । କିନ୍ତୁ ଏବେ ଉଭୟଙ୍କ ପ୍ରେମ ମାମଲା ଦାଣ୍ଡରେ ପଡି ହାଟରେ ଗଡୁଛି ।

ଦିନେଶଙ୍କ ମା ବାହାରକୁ ଆସି ଦୀପିକା ସେଠାରେ କଣ ପାଇଁ ବସି ରହିଛନ୍ତି ବୋଲି ପ୍ରତିବାଦ କରିବା ସହ ଠେଲାପେଲା କରି ତମ୍ବୁ ଟାଣିଓଟାରି ଫୋପାଡି ଦେଇଥିଲେ । ଦିନେଶ ବହୁ ସମୟ ଧରି ଗଣମାଧ୍ୟମ ସାମ୍ନାକୁ ଆସି ନଥିଲେ । କିନ୍ତୁ ଯେତେବେଳେ ଆସିଲେ ସିଧା ସିଧା କହିଦେଲେ କି ସେ ପିଲା ମୋର ନୁହେଁ କି ମୁଁ ତା’ର ସ୍ଵାମୀ ନୁହେଁ । ଭେଶପା ଶୋରୁମ୍ ରେ ଦୁହିଁଙ୍କ ଦେଖା ହେବା ପରେ ସେଠାରୁ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା ।

ହେଲେ ଆଗକୁ ଯାଇ ଦିନେଶ ଏଭଳି ବଦଳିଯିବେ ବୋଲି ଦୀପିକା ହୁଏତ କେବେବି ଭାବି ନଥିବେ । ଦିନେଶ ଦୀପିକାଙ୍କୁ ନିଜର କହୁନାହାନ୍ତି କି ଜନ୍ମ ହୋଇଥିବା ପିଲାକୁ ବାପାର ପରିଚୟ ଦେବାକୁ ଚାହୁଁନାହାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।