ନିଜ ମୃତ୍ୟୁକୁ ନେଇ ରହସ୍ୟମୟ ଟ୍ବିଟ କଲେ ଟେସଲା ସିଇଓ Elon Musk, ତା’ପରେ ୟୁଜର୍ସ ମାନେ ଦେଉଛନ୍ତି ଏଭଳି ପ୍ରତିକ୍ରିୟା !

ନିଜ ଟ୍ବିଟକୁ ନେଇ ସବୁବେଳେ ଚର୍ଚ୍ଚାରେ ଥିବା ଟେସଲା ସିଇଓ ଏଲନ ମସ୍କ ଗତ ସୋମବାର ଦିନ ଆଉ ଏକ ଟ୍ବିଟ କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ନିକଟରେ ଟ୍ବିଟରକୁ କିଣିବା ପରେ ଅଧିକ ଚର୍ଚ୍ଚାରେ ରହିଛନ୍ତି ବିଶ୍ଵର ଏହି ଧନୀ ଉଦ୍ୟୋଗପତି । ସେ କରିଥିବା ଏହି ଟ୍ବିଟକୁ ନେଇ ହଇଚଇ ସୃଷ୍ଟି ହୋଇଛି । ନିଜ ରହସ୍ୟମୟ ମୃତ୍ୟୁକୁ ନେଇ ଏଲନ ଟ୍ବିଟ କରିବା ପରେ ୟୁଜର୍ସଙ୍କ ମଧ୍ୟରେ ଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଖାଦେଇଛି । ଏଲନଙ୍କ ଏହି ଟ୍ବିଟ ଟାଇମଲାଇନରେ ଆସିବା ପରେ ଭାଇରାଲ ହେବାରେ ଲାଗିଛି ।

ଘଣ୍ଟାକରୁ କମ୍ ସମୟ ମଧ୍ୟରେ ଏଲନଙ୍କ ଏହି ଟ୍ବିଟକୁ ୩୩ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି । ତାଙ୍କର ଏହି ଟ୍ବିଟ ପରେ ୟୁଜର୍ସ ମାନେ ଲଗାତାର ଜବାବ ମଧ୍ୟ ଦେଉଛନ୍ତି । ବର୍ତ୍ତମାନ ସାରା ବିଶ୍ଵ ଏଲନ ମସ୍କଙ୍କୁ ଜରୁରୀ ବୋଲି ମନେ କରୁଛି । ତେଣୁ ସେ ଏତେ ଶୀଘ୍ର ଛାଡି ଯାଇପାରିବେ ନାହିଁ ବୋଲି ଜଣେ ୟୁଜର୍ସ ଲେଖିଥିବା ବେଳେ ଏଲନଙ୍କୁ ଯେକୌଣସି ମତେ ବଞ୍ଚାଇବାକୁ ହେବ ବୋଲି ଅନ୍ୟଜଣେ ୟୁଜର୍ସ ଲେଖିଛନ୍ତି । ଏହା ବ୍ଯତୀତ ଅନେକ ଲୋକ ଏଲନଙ୍କ ଏଭଳି ଟ୍ବିଟକୁ ଗମ୍ଭୀରତାର ସହ ନେଇଛନ୍ତି ।

କିଛି ଭୁଲ ପଦକ୍ଷେପ ନେବାକୁ ଏଲନ ମସ୍କ ଚିନ୍ତା ମଧ୍ୟ ନ କରିବାକୁ ଜଣେ ୟୁଜର୍ସ ଅନୁରୋଧ କରିଥିବା ବେଳେ ତାଙ୍କୁ ଏବେ ବିଶ୍ଵର ଅନେକ ସମସ୍ଯା ସମାଧାନ କରିବାକୁ ବାକି ଅଛି ବୋଲି ଆଉ ଜଣେ ୟୁଜର୍ସ ଲେଖିଛନ୍ତି । ଏଲନଙ୍କ ରହସ୍ୟମୟ ମୃତ୍ୟୁଜନିତ ଟ୍ବିଟ ପରୋକ୍ଷ ଭାବେ ଋଷ ସରକାରଙ୍କୁ ଟାର୍ଗେଟ କରିଛି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ନିଜ ଆଡଭାନ୍ସ ଟେକ୍ନୋଲୋଜିରେ ୟୁକ୍ରେନକୁ ସାହାଯ୍ୟ କରିବାକୁ ଋଷର କିଛି ସିଷ୍ଟମକୁ ଜାମ୍ କରିବାରେ ସମର୍ଥ ହୋଇଥିଲେ ଏଲନ ।

ସ୍ପେସ ଏକ୍ସ ଟେସଲାର ସିଇଓ ଏଲନ ମସ୍କ ଗତ ମାସରେ ୪୪ ଆରବ ଡଲାର ଅର୍ଥାତ ୩ ଲକ୍ଷ ୨୨ ହଜାର କୋଟି ଟଙ୍କାରେ ଟ୍ବିଟରକୁ କିଣିବାକୁ ଡିଲ୍ କରିଛନ୍ତି । ଏହାପରେ ଟ୍ବିଟରରେ ଅନେକ ପରିବର୍ତ୍ତନ ଆସିଛି । ଆଗକୁ ଫ୍ରିରେ ଟ୍ବିଟର ବ୍ୟବହାର କରାଯାଇ ପାରିବ ନାହିଁ ବୋଲି ଏଲନ ଘୋଷଣା କରିଛନ୍ତି । କିନ୍ତୁ କାଜୁଆଲ ୟୁଜର୍ସଙ୍କୁ ଏହା ଫ୍ରି ସେବା ଦେବ ବୋଲି ସେ କହିଛନ୍ତି । ତେବେ ଏଲନ ଟ୍ବିଟର ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ କିଣିବାକୁ ଡିଲ୍ କରିବା ପରେ ଦୁନିଆର ବଡ ବଡ ଉଦ୍ୟୋଗପତି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

କାରଣ ଗତ ୯ ବର୍ଷ ଧରି ଟ୍ବିଟର କ୍ଷତି ପରେ କ୍ଷତି ସହୁଛି । କେବଳ ୨୦୨୧ରେ ଟ୍ବିଟରକୁ ୧୬୯୦ କୋଟିର କ୍ଷତି ସହିବାକୁ ପଡିଛି । ବର୍ଷ ବର୍ଷ ଧରି କ୍ଷତି ସହୁଥିବା ଟ୍ବିଟରକୁ କିଣି ଏଲନ ବ୍ୟବସାୟ କରିବାକୁ ଚାହୁଁ ନାହାନ୍ତି ବରଂ ବିଶ୍ବରେ ସ୍ଵାଧୀନ ମତବ୍ୟକ୍ତକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।