ମାତ୍ର 1 ଲିଟର ତେଲରେ 80 କିମି ଯାଏଁ ଯାଉଛି ଏହି ବାଇକ, TVS କମ୍ପାନୀ ଲଞ୍ଚ କରିଛି ଏମିତି ଏକ ଶସ୍ତା ବାଇକ, ଦେଖନ୍ତୁ ଏଥିରେ କଣ ସବୁ ଫିଚର୍ସ ରହିଛି

ଦିନକୁ ଦିନ ବଢୁଥିବା ପେଟ୍ରୋଲ ଦାମ ଭିତରେ ଯଦି କେହି ଆପଣଙ୍କୁ କୁହେ କି, ଏମିତି ଏକ ବାଇକ ମିଳିଯିବ ଯାହା ୧ ଲିଟର ତେଲରେ ୮୦କିମି ପର୍ଯ୍ୟନ୍ତ ଯାଇପାରିବ ଓ ତାହାର ଦାମ୍ ମଧ୍ୟ ଖୁବ ଥିବ ତେବେ ଆପଣଙ୍କୁ କେମିତି ଲାଗିବ ? ପେଟ୍ରୋଲ ଦର ଦିନକୁ ଦିନ ଆକାଶ ଛୁଆଁ ହେବା ଯୋଗୁଁ ଲୋକଙ୍କ ସୁବିଧା ପାଇଁ ଅନେକ ଗାଡି କମ୍ପାନୀ ଏହାର ବିକଳ୍ପ ଚିନ୍ତା କରୁଛନ୍ତି । ଲୋକମାନେ ମଧ୍ୟ କମ୍ ତେଲ ଖର୍ଚ୍ଚ ହେଉଥିବା ଗାଡି ଧରିବାକୁ ଅଧିକ ପସନ୍ଦ କରୁଛନ୍ତି ।

ପେଟ୍ରୋଲ ବୃଦ୍ଧି ସମସ୍ଯାକୁ ଆଖିରେ ରଖି ଟିଭିଏସ ମୋଟର କମ୍ପାନୀ ଏକ ନୂଆ ବାଇକ ଲଞ୍ଚ କରିଛି । ନିଜ ଗାଡି TVS Radeon କୁ ନେଇ ଏହିପରି ଏକ ଦାବି କରିଛି ଦୁଇଚକିଆ ଯାନ କମ୍ପାନୀ ଟିଭିଏସ ମୋଟର । ଏହି ପାର୍ବଣ ଋତୁରେ କମ୍ପାନୀ ଏହି ଗାଡିକୁ ଦୁଇ ଡୁଆଲ ଟୋନ କଳା ଓ ଲାଲ ରଙ୍ଗରେ ଲଞ୍ଚ କରିଛି । ଏହା ବ୍ଯତୀତ ଏହି ବାଇକରେ ଆଉ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଗାଡିର ତେଲ ଟାଙ୍କି ଉପରେ ଏହି ଦୁଇ ଡୁଆଲ ଟୋନର ରଙ୍ଗ ଏକା ସାଙ୍ଗେ ଦେଖିବାକୁ ମିଳୁଛି ।

ଏହାସହ ଏହାର ହେଡଲାଇଟର ରଙ୍ଗ ମଧ୍ୟ ବଡି କଲରର ରଖାଯାଇଛି । ଏହି ଗାଡି ୧୧୦ସିସି ସେଗମେଣ୍ଟର ବାଇକ ଅଟେ । TVS Radeon କମ୍ ମୂଲ୍ୟର ବାଇକ ହେବା ସହ ଅଧିକ ମାଇଲେଜ ମଧ୍ୟ ଦେଉଛି ବୋଲି କମ୍ପାନୀ ଦାବି କରିଛି । ମାତ୍ର ଏକ ଲିଟର ତେଲରେ ଏହା ୭୯.୩ କିମି ପର୍ଯ୍ୟନ୍ତ ଯାଇପାରେ । ଦିଲ୍ଲୀର ଏକ୍ସ ଶୋ’ରୁମରେ ଏହି ଗାଡିର ମୂଲ୍ୟ ୬୯ ହଜାର ଟଙ୍କାରୁ ଆରମ୍ଭ ହେଉଛି । ଏହାର ଡିସ୍କ ଭ୍ୟାରିଆଣ୍ଟ ପ୍ରାୟ ୭୨ ହଜାର ଟଙ୍କାର ଅଟେ ।

ଏହି ଗାଡିଟି ଲଞ୍ଚ ହେବା ପରେ ଏବେ ଏହାକୁ ନେଇ ଲୋକଙ୍କ ମନରେ ଆଗ୍ରହ ବଢୁଛି । ବାଇକଟି ଷ୍ଟାଇଲିଶ ହେବା ସହ ଭଲ ମାଇଲେଜ ଦେଉଛି ବୋଲି କମ୍ପାନୀ ପକ୍ଷରୁ କୁହାଯିବା ପରେ ଏହି ଗାଡିର ଚାହିଦା ଏବେ ଭାରତୀୟ ମାର୍କେଟରେ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମେ ପେଜ୍ କୁ ଲାଇକ କରନ୍ତୁ ।