TV ର ଏହି ପ୍ରସିଦ୍ଧ ହିରୋଇନଙ୍କ ଏତେ କମ ବୟସରେ କରୋନାରୁ ହେଲା ମୃତ୍ୟୁ, ପୁରା ବଲିଉଡରେ ଶୋକର ଛାୟା

ଟିଭି ସିରିୟାଲ ‘ୟେ ରିଶ୍ତା କ୍ୟା କହଲାତା ହେ’ର ଅଭିନେତ୍ରୀ ଦିବ୍ୟା ଭଟନାଗରଙ୍କ ନିଧନର ଖବର ବର୍ତ୍ତମାନ ସାମ୍ନାକୁ ଆସୁଛି । ମାତ୍ର ୩୪ ବର୍ଷ ବୟସରେ ଯେତେବେଳେ ଦିବ୍ୟା ଭଟନାଗର ସିରିୟଲର ଶୁଟିଙ୍ଗ କରୁଥିଲେ ତେବେ ସେହି ସମୟରେ ଅଚାନକ ସେ ନିଜକୁ ଅସୁସ୍ଥ ମନେ କରିଲେ । ଏହା ପରେ ତାଙ୍କୁ ସଙ୍ଗେ ସଙ୍ଗେ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଗଲା । ଯେଉଁଠି ସେ କରୋନା ପଜିଟିବ ମିଳିଲେ ଓ ଯାହା ପାରେ ତାଙ୍କର ଅବସ୍ଥା ଆହୁରି ଖରାପ ହୋଇ ଚାଲିଲା ।

ହାଇ ବ୍ଲଡ ପ୍ରେସର ରୋଗୀ ହୋଇଥିବା କାରଣରୁ ତାଙ୍କର ସ୍ଥିତି ଆହୁରି ଖରାପ ହୋଇ ଚାଲୁଥିଲା । ଦିବ୍ୟା ଭଟନାଗରଙ୍କୁ ୨୬ ନଭେମ୍ବର ଦିନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସେହି ସମୟରେ ତାଙ୍କର ମା ମିଡିଆ ସହିତ କଥାବାର୍ତ୍ତା କରି କହିଥିଲେ କି ଦିବ୍ୟାର ଅସୁସ୍ଥତତାର ଖବର ଶୁଣିବା ମାତ୍ରେ ହିଁ ମୁଁ ଓ ମୋ ପୁଅ ସଙ୍ଗେ ସଙ୍ଗେ ମୁମ୍ବାଇ ଚାଲି ଆସିଲୁ । ତାଙ୍କର ଅବସ୍ଥା ବହୁତ ଗମ୍ଭୀର ଅଛି ଓ ବର୍ତ୍ତମାନ ସେ ଭେଣ୍ଟିଲେଟରରେ ଅଛନ୍ତି । ଦିବ୍ୟାଙ୍କ ଅବସ୍ଥା ଦେଖି ପରିବାର ଲୋକମାନେ ଚିନ୍ତିତ ଥିଲେ ସେଥିପାଇଁ ସେମାନେ ଦିବ୍ୟାଙ୍କୁ ମୁମ୍ବାଇର ଅନ୍ୟ ଏକ ବଡ ହସ୍ପିଟାଲରେ ଭର୍ତ୍ତି କରିଲେ। ସେହି ସ୍ଥାନରେ ହିଁ ସେ ନିଜର ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି ।

ଦିବ୍ୟା ଭଟନାଗର ଏକ ପପ୍ଲଲାର ଟିଭି ଅଭିନେତ୍ରୀ ଥିଲେ । କୋରୋନା ସଂକ୍ରମଣ କାରଣରୁ ତାଙ୍କର ନିଧନ ହୋଇଛି । ଦିବା ‘ୟେ ରିଶ୍ତା କ୍ୟା ହଲାତା ହୈ’ ଶୋରେ ଗୁଲାବୋର କିରଦାର କରି ବହୁତ ପପୁଲାରିଟୀ ହାସଲ କରିଥିଲେ । ଆପଣଙ୍କୁ କହିଦେଉଛୁ କି ହସ୍ପିଟାଲରେ ଆଡମିନ ହେବା ପୂର୍ବରୁ ଦିବ୍ୟା ‘ତେରେ ୟାର ହୁଁ ମେ’ରେ ଶୁଟିଙ୍ଗ କରୁଥିଲେ । ଏହି ଖବର ସାମ୍ନାକୁ ଆସିବା ପରେ ଟିଭି ଇଣ୍ଡଷ୍ଟ୍ରିର ତାଙ୍କର ସହଯୋଗୀ କଳାକାରମାନେ ବି ଶୋକ ଜାହିର କରିଛନ୍ତି ।

ଆପଣଙ୍କୁ କହିଦେଉଛୁ କି ଦିବ୍ୟାଙ୍କ ପର୍ସନାଲ ଜୀବନରେ ବି ବହୁତ କିଛି ହଙ୍ଗାମା ଚାଲିଥିଲା ଯେଉଁ କାରଣରୁ ସେ ବହୁତ ଚିନ୍ତିତ ରହୁଥିଲେ । ଏହା ସହିତ ତାଙ୍କ ମାଙ୍କର କହିବା ଅଟେ କି ଦିବ୍ୟା ନିଜର ବାହାଘର ଭାଙ୍ଗି ଯିବା ପରେ ବହୁତ ଭାଙ୍ଗି ଯାଇଥିଲେ । ଆପଣଙ୍କୁ କହିଦେଉଛୁ କି ଦିବ୍ୟାଙ୍କ ବିବାହ ଗତ ବର୍ଷ ଡିସେମ୍ବରରେ ହୋଇଥିଲା । ତାଙ୍କ ସ୍ଵାମୀ ଟିଭି ଇଣ୍ଡଷ୍ଟ୍ରି ସହ ଜଡିତ ଅଛନ୍ତି । କିନ୍ତୁ କିଛି ମାସ ପୂର୍ବେ ହିଁ କିଛି ମତଭେଦ କାରଣରୁ ସେ ଅଲଗା ରହିବାକୁ ଲାଗିଥିଲେ ।

ଦିୱ୍‍ଯା ଭଟନାଗର ବର୍ଷ ୨୦୦୬ରେ ଟିଭି ସିରିୟଲ ‘ଚାଂଦ କେ ପାର ଚଲୋ’ରୁ ଅଭିନୟ ଡେବ୍ୟୁ କରିଥିଲେ । ଏହା ପରେ ୨୦୦୯ରେ ‘ୟେ ରିଶ୍ତା କ୍ୟା କହଲାତା ହୈ’ରେ ଗୁଲାବୋର ରୋଲ କରିଥିଲେ । ସେ ୨୦୧୧ରେ ‘ସୱାରେ ସବକେ ସପନେ… ପ୍ରୀତୋ’, ୨୦୧୮ରେ ‘ଶ୍ରୀମାନ ଶ୍ରୀମତି ଫିର ସେ’, ୨୦୨୦ରେ ‘ତେରା ୟାର ହୂଂ ମୈଂ’ରେ ରୋଲ କରି ବହୁତ ପ୍ରଶଂସନୀୟ ହୋଇଛନ୍ତି ।

ଦେଶ ଦୁନିଆର ଟିକନିକ ଖବର ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।