କ୍ଷୀର ସାଙ୍ଗରେ ତୁଳସୀ ମିଶେଇ ରାତିରେ ପିଇଲେ ମିଳିଥାଏ ଉପକାର
ସବୁ ବେଳେ କ୍ଷୀର ସହିତ ତୁଳସୀ ପତ୍ର ମିଶାଇ ପିଇବା ଦ୍ୱାରା ଅନେକ ଲାଭ ମିଳି ଥାଏ । କ୍ଷୀର ଏବଂ ତୁଳସୀ ପତ୍ରରେ ଥିବା ନ୍ୟୁଟ୍ରିଏଣ୍ଟସ କେତେ ପ୍ରକାର ରୋଗରୁ ବଞ୍ଚେଇବା ରେ ସାହାଯ୍ୟ କରି ଥାଏ । ଏଥିରେ ମଧ୍ୟ ଡାଇୟୁରେଟିକ୍ ଗୁଣ ରହଛି। ଏଥି ପାଇଁ ଜମ୍ମୁ ଇନଷ୍ଟିଚ୍ୟୁଟ୍ ଅଫ୍ ଆୟୁର୍ବେଦର ଡାକ୍ତର ନିଖିଲ୍ ଶର୍ମାଙ୍କ ମତରେ ରାତିରେ ସବୁ ବେଳେ ତୁଳସୀ ପତ୍ର କ୍ଷୀର ସହ ମିଶାଇ ପିଅନ୍ତୁ ଏବଂ ଏହାର ଲାଭ ପାଆନ୍ତୁ ।
ତୁଳସୀ ପତ୍ର କ୍ଷୀର ସହ ମିଶାଇ ପିଇଲେ ମିଳିଥାଏ ଏହି ସବୁ ଉପକାର।
- ତୁଳସୀ ସହିତ ଗୋଲମରିଚ ଏବଂ ମିଶ୍ରି ମିଶାଇ ପିଇବା ଦ୍ୱାରା ଥଣ୍ଡା ଭଲ ହୋଇଯାଏ।
- ତୁଳସୀ ପତ୍ରରେ ଜୀରା ପାଉଡର ମିଶାଇ ଖାଇବା ଦ୍ୱାରା ଡିହାଇଡ୍ରେସନ୍ ର ସମସ୍ୟା ଦୂର ହୋଇଯାଏ।
- ତୁଳସୀ ପତ୍ର ଚୋବାଇବା ଦ୍ୱାରା ମୁହଁର ଗନ୍ଧ ଦୂର ହୋଇଯାଏ।
- ତୁଳସୀ ପତ୍ର ଗୁଣ୍ଡ କରିକି ମୁହଁରେ ଲଗାଇବା ଦ୍ୱାରା ବ୍ରଣ ଦୂର ହୋଇଯାଏ।
- ଏକ ଗ୍ଲାସ୍ କ୍ଷୀର ସହିତ ତୁଳସୀ ପତ୍ର ମିଶାଇ ପିଇବା ଦ୍ୱାରା ହୃତପିଣ୍ଡ ସୁସ୍ଥ ରହିଥାଏ । ହୃତପିଣ୍ଡ ସଂପର୍କୀତ ରୋଗରୁ ମଧ୍ୟ ରକ୍ଷା ମିଳିଥାଏ।
ଏଥିରେ ଆଣ୍ଟି ଇନଫ୍ଲେମୋଟୋରି ତତ୍ତ୍ୱ ଅଛି। ଏହା ଗଣ୍ଠିବିନ୍ଧାକୁ କମ୍ କରିବାରେ ସହାୟକ ହୋଇଥାଏ। ସବୁଦିନ ଏକ ଗ୍ଲାସ କ୍ଷୀର ସହିତ ତୁଳସୀ ପିଇବା ଦ୍ୱାରା କିଡିନ୍ ଷ୍ଟୋନ୍ ବାହାରିଯାଏ । ତୁଳସୀ-ଦୁଧ ପିଇବା ଦ୍ୱାରା ଶରୀରୁ ଟକ୍ସିନ୍ସ ଦୂର ହୋଇଯାଏ। ସ୍କିନ୍ ମଧ୍ୟ ଗ୍ଲୋ କରିଥାଏ। ଏଥିରେ ଆଣ୍ଟିଆକ୍ସିଡେଣ୍ଟ ଥାଏ। ଯାହା କ୍ୟାନ୍ସର ରୁ ରକ୍ଷା କରିଥାଏ। ଏଥିରେ ଆଣ୍ଟିବ୍ୟାକ୍ଟେରିଆ ଗୁଣ ରହିଛି । ଥଣ୍ଡା-କାଶ ରୋଗରୁ ଏହା ରକ୍ଷା କରିଥାଏ ।