ନାଗ ସାପ ସହ ହେଲା ଝିଅର ବାହାଘର ଓଡ଼ିଶାର ଏକ ସତ୍ୟ କାହାଣୀ ।

ସାପ , ସାପ ନାମ ଯଦି ଛୋଟ ପିଲା ଟି ରାତିରେ ଧରି ଥାଏ ତେବେ ତା ମାଆ ଜିଭ କାମୁଡି କହେ ତାକୁ ତିନି ଥର ଆସ୍ତେ କହ, ଆସ୍ତେ କହ, ଆସ୍ତେ କହ । ସାପ ଭିତରେ ନାଗ ସାପ ଦନ୍ସନ କଲେ ବନ୍ଚିବା ସମ୍ଭବ ନୁହେଁ। ଗୋଟିଏ ନାଗ ସାପ ସହ ଗୋଟିଏ ଝିଅ ର ବାହାଘର ହେଲା, ସମ୍ପୂର୍ଣ୍ଣ ବୈଦିକ ରୀତି ରେ। ଝିଅ ଟି ବଧୁ ବେଶ ଧାରଣ କରିଥିଲା । ବେଦି ସଜା ହୋଇଥିଲା ବର ସ୍ଥାନରେ ଥିଲା ନାଗ ସାପ ଟିଏ । ଝିଅ ଟି ତାକୁ ଫୁଲ ମାଳ ଦେଇ ବରଣ କଲା। ଚତୁର୍ଥୀ ଘର ସଜା ହୋଇଥିଲା । ସଗୀଂତା ହଠାତ ଉଠି ପଡ଼ିଲା ତାର ନିଦ ଭାଗିଂଗଲା । ପ୍ରତିଦିନ ସଗୀଂତା ଏହି ସ୍ୱପ୍ନ ଦେଖୁଥିଲା କଣ କରିବ କିଛି ଭାବିପାରୁ ନ ଥିଲା। ଯେତେବେଳେ ସେ ସୋଇଲା ସେହି ସ୍ୱପ୍ନ ଦେଖିଲା। ବଲାଙ୍ଗୀର ଜିଲ୍ଲା ର ଛୋଟ ଗାଁ ଟିଏ, ଗୋଟିଏ କୃଷକ ପରିବାର ରହନ୍ତି।

ରଘୁରାମ୍, ତାଙ୍କ ସ୍ତ୍ରୀ, ୨୨ ବର୍ଷର ପୁଅ ଭଗବାନ ଓ ୧୮ ବର୍ଷର ଝିଅ ସଗୀଂତା । କିଛି ଜମି ଅଛି ତାଙ୍କ ର ବାପ ,ପୁଅ ସେଥିରୁ ଯାହା ଆୟ କରନ୍ତି ତାହା ଦ୍ୱାରା ଘଳ ଚଳିଥାଏ। ସେଦିନ ଅପହରାହ୍ଣ ରେ ରଘୁରାମ୍ ଓ ତା ପୁଅ ଜମି ରେ କାମ କରୁଥିଲେ । ରଘୁରାମ ଗୋଟିଏ ପଟେ ଓ ତା ପୁଅ ଜମି ର ଆର ପଟେ । ହଠାତ ରଘୁରାମ ଗୋଟିଏ ଶବ୍ଦ ଶୁଣିଲେ ଆଗକୁ ଯାଇ ଦେଖିଲେ ଗୋଟିଏ ନାଗ ନାଗୁଣୀ ଖେଳୁଛନ୍ତି। ଅନେକ ଚାଷୀ ଓ ରଘୁରାମ ତା ପୁଅ ସେ ନାଗ ନାଗୁଣୀ ଙ୍କୁ ମାରିବା କୁ ଚେଷ୍ଟା କଲେ ଓ ନାଗ ଟି ଗାତ ଭିତରେ ପଶିଗଲା କିନ୍ତୁ ନାଗୁଣୀ ଏମାନେ ପିଟି ପିଟି ମାରିଦେଲେ ଏହି ସବୁ ଘଟଣା ନିଜେ ନାଗ ଦେଖୁଥିଲା ।

ରଘୁରାମ ଘରେ ଏ ସବୁ କହିଲା ପରେ ତା ସ୍ତ୍ରୀ ଓ ସଗିଂତା ଥରି ଉଠିଲେ। ତା ସ୍ତ୍ରୀ କହିଲା ଏହା ମହାପାପ , କହିଲା ହେ ଭଗବାନ ମୋ ସ୍ୱାମୀ ଓ ପୁଅ କୁ ରକ୍ଷା କର ସେ ନାଗ ଏହାର ପ୍ରତିଶୋଧ ନେବ । ଏହି କଥା କୁ ହସିଦେଇ ଉଡେଇ ଦେଲେ ରଘୁରାମ ଓ ତା ପୁଅ କିନ୍ତୁ ସଗୀଂତା ହସି ପାରିନଥିଲା। ୧୫ ଦିନ ପରେ ଭଗବାନ ଙ୍କୁ ନାଗ ସାପ ଟିଏ ଦଂସନ କଲା । ସଂଗୀତା ଏହା ଦେଖି ଚିତ୍କାର କଲା ଓ ସମସ୍ତ ଲୋକେ ଘରକୁ ଆସିଲା ବେଳକୁ ରଘୁରାମ ମରିସାରି ଥିଲା। ରଘୁରାମ ଖୋଜିଲେ ସେ ନାଗ ସାପ କୁ , ନାଗ ଟି ରଘୁରାମ ଙ୍କୁ ମଧ୍ୟ ମାରି ଦେଲା ।

ସଂଗୀତା ଓ ତାର ମା ଏହା ଦେଖି ସବୁ ପାଗଳ ହେଉଥିଲେ। ଏହି ଅବସ୍ଥା ରେ ସେ କହୁଥିଲେ ଏହା ମୃତ୍ୟୁ ନୁହେଁ ଏହା ପ୍ରତିଶୋଧ ନାଗ ଆମ ପରିବାର କୁ ଶେଷ କରିଦେଲା। ଧୀରେ ଧୀରେ ସେ ଗାଁ ର ଲୋକ ଙ୍କୁ ଦଂଶନ କରି ମାରିବା କୁ ଲାଗିଲା। ସଂଗୀତା କୁ ସେହି ସ୍ୱପ୍ନ ସହ ନାଗ ବି ବାରମ୍ବାର ଦେଖାଯାଉ ଥିଲା। ସଂଗୀତା ଏକ ଶିବ ମନ୍ଦିର କୁ ଗଲେ ଓ ସେଠିଥିବା ଜଣେ ସିଧ ଲୋକ ଙ୍କୁ ସବୁ କହିଲା । ସେ ସିଧ ଲୋକ କହିଲେ ଗାଁ ଲୋକ ଙ୍କୁ କେବଳ ଜଣେ ହିଁ ସେ ନାଗ କବଳରୁ ବଣ୍ଚାଇ ପାରିବ ପଣ୍ଚାନନ କେଳା। ଶେଷରେ ଗାଁ ଲୋକ ସେ କେଳା କୁ ଡାକିଲେ । ସେ ୭୦ ବର୍ଷର ଲୋକ।