ତୁଳସୀ ଗଛ ଅଚାନକ ଶୁଖିଯିବାର ଭୟଙ୍କର ଅର୍ଥ, ଧ୍ୟାନ ନଦେଲେ ହୋଇଯିବ ସର୍ବନାଶ, 100% ସତ୍ୟ, ନିହାତି ଜାଣି ରଖନ୍ତୁ…

ଅନେକ ପ୍ରକାରର ବାସ୍ତୁ ଗଛ ତଥା ତୁଳସୀଗଛ, ଶମୀ ଗଛ, ମନିପ୍ଳାଣ୍ଟ, ଅପରାଜିତା ଏବଂ ପାରିଜାତ ଭଳି ଗଛ ଲୋକମାନେ ଘରେ ଲଗାଇଥାନ୍ତି । ଘରର ବାସ୍ତୁଦୋଷ ଓ ଅନ୍ୟ ସମସ୍ଯା ଦୂର କରିବା ପାଇଁ ଏଗୁଡ଼ିକୁ ଘରେ ଲଗାଯାଏ । ଭିନ୍ନ ଭିନ୍ନ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହିସବୁ ବାସ୍ତୁ ଗଛ ଘରେ ରଖି ପୂଜା କରିବା ପାଇଁ ଶାସ୍ତ୍ରରେ ମଧ୍ୟ ଉପଦେଶ ଦିଆଯାଇଛି । ହେଲେ ଏହି ଗଛ ଅଚାନକ ଶୁଖିଯିବାର ଅର୍ଥ ଖୁବ ଭୟଙ୍କର ହୋଇଥାଏ । ଆସନ୍ତୁ ଏନେଇ ଜାଣିବା ।

ଶାସ୍ତ୍ର ଅନୁସାରେ ଘର ଭିତରେ ଲଗାଇଥିବା ତୁଳସୀଗଛ, ଶମୀ ଗଛ, ମନିପ୍ଳାଣ୍ଟ, ଅପରାଜିତା ଏବଂ ପାରିଜାତ ଗଛ ଆଦି ଶୁଖିଯିବା ଅଶୁଭ ହୋଇଥାଏ । ଘରର ଶାନ୍ତି, ସମୃଦ୍ଧି ଓ ଉନ୍ନତି ପାଇଁ ତୁଳସୀ ପୂଜା କରାଯାଇଥାଏ । ଏହି ତୁଳସୀଗଛ ଅଚାନକ ଶୁଖିଯିବା ବା ସମୟ ପୂର୍ବରୁ ମରିଯିବା ଅତ୍ୟନ୍ତ ଅଶୁଭ ହୋଇଥାଏ । ତୁଳସୀ ମା’ ବୃନ୍ଦାବତୀ ଶାନ୍ତି ଏବଂ ସମୃଦ୍ଧିର ପ୍ରତୀକ ଅଟନ୍ତି ।

ଯେଉଁ ଘରେ ତୁଳସୀଗଛ ସମୟ ପୂର୍ବରୁ ମରିଯାଏ ସେହି ଘରେ ଶାନ୍ତି ଓ ସମୃଦ୍ଧି ଦୂରେଇବାକୁ ଲାଗେ । ଏହାଦ୍ବାର ଘରେ ଅଭାବ ଲାଗି ରହିବା ସହ ପରିବାରରେ କଳିଝଗଡା ଲାଗି ରୁହେ । ଘରେ ଅନେକ ଆର୍ଥିକ ସମସ୍ଯା ଲାଗି ରୁହେ ।

ସେହିପରି ଘରର ଉନ୍ନତି ଓ ସଫଳତା ପାଇଁ ଘରେ ଅପରାଜିତା ଫୁଲ ଲଗା ଯାଇଥାଏ । ଏହି ଗଛ ଶୁଖିଯିବା ବା ମରିଯିବା ଦ୍ଵାରା ଘରର ଉନ୍ନତି ଓ ସଫଳତାରେ ବାଧା ସୃଷ୍ଟି ହେବାର ପୂର୍ବ ସୂଚନା ଦେଇଥାଏ । ଏହାଦ୍ବାରା କୌଣସି କାର୍ଯ୍ୟ ସଠିକ ଭାବେ ହୁଏନାହିଁ ଏବଂ ମହତ୍ବପୂର୍ଣ୍ଣ କାର୍ଯ୍ୟ ସବୁ ବନ୍ଦ ହେବାକୁ ଲାଗେ ।

ମନିପ୍ଲାଣ୍ଟ ଗଛ ମଧ୍ୟ ଘରେ ମାତା ଲକ୍ଷ୍ମୀଙ୍କୁ ସ୍ଥାୟୀ ଭାବେ ରଖିବା ପାଇଁ ଏବଂ ଧନ ବୃଦ୍ଧି ହେବା ପାଇଁ ଲଗା ଯାଇଥାଏ । ଏହି ଗଛ ବିନା କାରଣରେ ମରିଗଲେ କିମ୍ବା ଶୁଖିଗଲେ ଧନହାନି, ଅଯଥା ଖର୍ଚ୍ଚ ଓ ଧନଜନିତ କିଛି କ୍ଷତି ହେବାର ସୂଚନା ଦେଇଥାଏ ।

ସେହିପରି ଘର ମଧ୍ୟରେ ଶନିଦେବଙ୍କୁ ଶାନ୍ତ ରଖିବା ପାଇଁ ଶମୀ ଗଛ ସ୍ଥାପନ କରାଯାଏ ଓ ପୂଜା ମଧ୍ୟ କରାଯାଏ । ପ୍ରତ୍ଯେକଙ୍କ ଜନ୍ମ କୁଣ୍ଡଳୀରେ ଶନି ଗ୍ରହ ଶାନ୍ତ ରହିବା ଆବଶ୍ୟକ ହୋଇଥାଏ । ଯେଉଁ ଘରେ ପୂଜା ହେଉଥିବା ଶମୀ ଗଛ ଶୁଖିବାକୁ ଲାଗେ ସେହି ଘର ପ୍ରତି ଶନିଙ୍କ ଅଶାନ୍ତି ବଢିବାକୁ ଲାଗେ ଓ କୋପ ଦୃଷ୍ଟି ମଧ୍ୟ ପଡିଥାଏ ।

ଫଳରେ ସେହି ଘରେ କଦାପି କୌଣସି ଶୁଭ କାର୍ଯ୍ୟ ହୋଇପାରେ ନାହିଁ । ପରିବାରର ମାନ ସମ୍ମାନ ପାଇଁ ଘରେ ପାରିଜାତ ଗଛ ଲଗା ଯାଇ ପୂଜା କରା ଯାଇଥାଏ । ଯେଉଁ ଘରେ ବିନା କାରଣରେ ଏହି ଗଛ ଶୁଖିବାକୁ ଲାଗେ ସେହି ଘରର ମାନ ସମ୍ମାନ ମଧ୍ୟ ଧୀରେ ଧୀରେ ହାନି ହେବାକୁ ଲାଗେ ।

ଘରକୁ ଆଗକୁ କୌଣସି ବଡ ସମସ୍ଯାର ସମୁଖୀନ ହେବାକୁ ପଡିବ ବୋଲି ଏହା ସୂଚନା ଦେଇଥାଏ । ପାରିଜାତ ଗଛ ଶୁଖିବା ଫଳରେ ଘର ଉପରେ ନକରାତ୍ମକ ଶକ୍ତିଙ୍କର ମଧ୍ୟ ଅଧିକ ପ୍ରଭାବ ରହିଥାଏ । ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।