ଖାଦ୍ଯ ହଜମ ହେଉନି କି ? ଲିଭର ଡ୍ୟାମେଜ ହେବାର ପ୍ରକୃତ କାରଣ ଓ ଲକ୍ଷଣ, ଲିଭର ବିଶେଷଜ୍ଞ Dr Sushant Sethi ଙ୍କ ଖାସ ଟିପ୍ପଣୀ

ଖାଦ୍ଯ ହଜମ କରିବା, ବାୟୋ-କେମିକାଲ ତିଆରି କରିବା, ପ୍ରୋଟିନ ତିଆରି କରିବା ଓ ଶରୀରର ଟକ୍ସିନକୁ ବାହାର କରିବା ଭଳି ଅନେକ ମୁଖ୍ୟ କରିଥାଏ ଆମ ଲିଭର । ଲିଭର ଖରାପ ହେଲେ ଏହିସବୁ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ ଓ ଆମେ ଖାଉଥିବ ଖାଦ୍ଯ ହଜମ ହେବାରେ ସମସ୍ଯା ହୁଏ । ଲିଭର ଖରାପ ହେବା ବା ଠିକ ଭାବେ କାର୍ଯ୍ୟ ନକରିବାର ଅନେକ ଗୁଡିଏ ଲକ୍ଷଣ ରହିଛି । ତେବେ ଏ ସମ୍ବନ୍ଧରେ ଚାଲନ୍ତୁ ଜାଣିବା ଲିଭର ବିଶେଷଜ୍ଞ ଡାକ୍ତର ସୁଶାନ୍ତ ସେଠୀଙ୍କ ଠାରୁ ।

ଆମେ ଖାଉଥିବା ଖାଦ୍ଯକୁ ପ୍ରୋଟିନ, ଫ୍ୟାଟ ଓ କାର୍ବୋହାଇଡ୍ରେଡ ଭଳି ଅଣୁ (molecule) ରେ ପରିଣତ କରିବାରେ ସାହାଯ୍ୟ କରେ ଲିଭର । ଏହାସହ ଲିଭରର ଆଉ ଏକ ମୁଖ୍ୟ କାର୍ଯ୍ୟ ହେଉଛି ଡିଟକ୍ସିଫିକେସନ ଅର୍ଥାତ ଦେହରୁ ଟକ୍ସିନ ବା ବିଷାକ୍ତ ପଦାର୍ଥକୁ ଲିଭର ବାହାରି କରିଥାଏ । ଆମେ ଯେଉଁ ଖାଦ୍ଯପଦାର୍ଥ ଓ ମେଡ଼ିସିନ ଖାଉଛୁ ସେଥିରେ ବହୁତ ପ୍ରକାରର ବିଷାକ୍ତ ପଦାର୍ଥ ବା ଟକ୍ସିନ ଥାଇପାରେ ।

ଲିଭର ସେସବୁକୁ ପରିଷ୍କାର କରି ଆମକୁ ସୁସ୍ଥ ରଖିବା ଦାୟିତ୍ଵ ବହନ କରିଥାଏ । ଏହାସହ ଆଣ୍ଟିବଡି ତିଆରି କରିବା, ରକ୍ତ ଜମାଟ ବାନ୍ଧିବା ଓ ରକ୍ତ ପତଳା ହେବାରେ ସାହାଯ୍ୟ କରେ ଲିଭର । ଏହିପରି ଭାବେ ଆମ ଶରୀର ପାଇଁ 500 ରୁ ଉର୍ଦ୍ଧ୍ଵ କାର୍ଯ୍ୟ କରିଥାଏ ଲିଭର ଓ ସେଥିରୁ ମୁଖ୍ୟ କାର୍ଯ୍ୟ ହେଉଛି ଡାଇଜେସନ ବା ଖାଦ୍ଯ ହଜମ ।

ତେବେ ଲିଭରରେ ସମସ୍ଯା ଥିଲେ ସହଜରେ ବା ପ୍ରାରମ୍ଭିକ ଅବସ୍ଥାରେ ତାହା ଜଣାପଡି ନଥାଏ । ଲିଭରରେ ଯଦି ଚର୍ବି ଜମିଛି ତେବେ କେତେବେଳେ କେମିତି ଉପର ପେଟର ଡାହାଣ ପାର୍ଶ୍ଵରେ ସାମାନ୍ଯ ଯନ୍ତ୍ରଣା ହୋଇଥାଏ । ସେହିପରି କାମଳ ରୋଗ ବ ଜଣ୍ଡିସରେ ଆମ ତ୍ଵଚା, ହାତ, ପାଦ ଓ ଆଖି ହଳଦିଆ ଦିଶିଥାଏ । ଏହା ହେଉଛି ଲିଭରରେ କିଛି ସମସ୍ଯା ଥିବାର ଏକ ଲକ୍ଷଣ । ହେପାଟାଇଟିସ ରୋଗ ଯୋଗୁଁ ଜଣ୍ଡିସ ଭଳି ଲକ୍ଷଣ ଦେଖା ଦେଇପାରେ ।

ଭୂତାଣୁଜନିତ ହେପାଟାଇଟିସ ସାଧାରଣତଃ 5 ପ୍ରକାରର ହୋଇଥାଏ, ଯଥା:- ହେପାଟାଇଟିସ-A, B, C, D ଓ E ରେ ଏହାକୁ ନାମକରଣ କରାଯାଇଛି । ଏହା ମଧ୍ୟରୁ ହେପାଟାଇଟିସ A ଏବଂ E ଦୂଷିତ ଖାଦ୍ଯପଦାର୍ଥ, ଅସ୍ଵାସ୍ଥ୍ୟକର ପରିବେଶ କିମ୍ବା ଦୂଷିତ ପାନୀୟଜଳ ଯୋଗୁଁ ହୋଇଥାଏ । ତେଣୁ ସ୍ବଚ୍ଛ ପାନୀୟଜଳ ଓ ଖାଦ୍ଯ ଉପରେ ଧ୍ୟାନ ଦେବା ଉଚିତ । କାରଣ ଏହି ରୋଗ ବଢିଗଲେ ଲିଭର ସଂପୂର୍ଣ୍ଣ କାମ କରିବା ବନ୍ଦ କରିଦିଏ ଓ ବ୍ୟକ୍ତି ମୃତ୍ୟୁମୁଖରେ ପଡନ୍ତି ।

ହେପାଟାଇଟିସ-B ଏବଂ C ଏକ ରକ୍ତ ସଂକ୍ରମିତ ରୋଗ । ଛୁଞ୍ଚି ଦ୍ଵାରା, ଦାଢିବ ଖିଅର ହେବା ସମୟରେ, ଡାଇଲିସିସ ଦ୍ଵାରା ଓ ଟାଟୁ କରିବା ଆଦି ସମୟରେ ଯଦି କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ରକ୍ତ ଆପଣଙ୍କ ଶରୀରରେ ପ୍ରବେଶ କରେ ତେବେ ହେପାଟାଇଟିସ-B ଓ C ଭଳି ରୋଗ ହୋଇଥାଏ । ଏହାଦ୍ବାରା ଲିଭର କ୍ୟାନ୍ସର, ଲିଭର ଫେଲୟୁର ଓ ସିରୋସିସ ଭଳି ମାରାତ୍ମକ ରୋଗ କରାଇଥାନ୍ତି । ଏହାଛଡା ମଦ୍ୟପାନ ଜନିତ ଲିଭର ସମସ୍ଯା ଆମ ଦେଶରେ ଏକ ପ୍ରମୁଖ ସମସ୍ଯା ।

ଅତ୍ୟଧିକ ମାତ୍ରାରେ ମଦ୍ୟପାନ କରିବା ଦ୍ଵାରା ଲିଭର ସିରୋସିସ, ଫ୍ୟାଟି ଲିଭର, ଆଲକୋହଲିକ ହେପାଟାଇଟିସ ଓ ଲିଭର କ୍ୟାନ୍ସର ଭଳି ରୋଗ ହୋଇଥାଏ । ଏହାଛଡା ଡାଇବେଟିସ, ମୋଟାପଣ, ଲିଭରରେ ଅଧିକ ଚର୍ବି ଜମିବା ଯୋଗୁଁ ମଧ୍ୟ ଲିଭରରେ ମାରାତ୍ମକ ସମସ୍ଯା ସୃଷ୍ଟି କରିଥାଏ । ଉପଯୁକ୍ତ ଡାଏଟ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଦ୍ଵାରା ଏଭଳି ସମସ୍ଯାକୁ ରୋକା ଯାଇପାରିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।