ତୁଳସୀ ଗଛରେ ଜଳ ଅର୍ପଣ କରିବା ସମୟରେ କରନ୍ତୁ ଏହି ମନ୍ତ୍ର ଜପ, ପୁରା ହେବ ସବୁ ଅଧୁରା କାମ, ହେବ ଧନଲାଭ

ହିନ୍ଦୁ ଧର୍ମରେ ତୁଳସୀ ଗଛର ବହୁତ ମହତ୍ଵ ରହିଥାଏ । ଯେଉଁଭଳି ହିନ୍ଦୁ ଲୋକମାନେ ଭଗବାନଙ୍କୁ ପୂଜା କରନ୍ତି ସେହିପରି ସେମାନେ ତୁଳସୀ ଗଛର ମଧ୍ୟ ପୂଜା କରିଥାନ୍ତି । କୁହାଯାଏ କି ଯେଉଁ ଘରେ ତୁଳସୀ ଗଛ ଥାଏ, ସେହି ଘରେ ଦେବୀ ଦେବତା ମାନଙ୍କ ବିଶେଷ କୃପା ଦୃଷ୍ଟି ରହିଥାଏ । ତୁଳସୀ ଗଛ ଶୁଖିଯିବା ଅଶୁଭ ଅଟେ ।

ତେଣୁ ସବୁଦିନ ତୁଳସୀ ଗଛରେ ଜଳ ଅର୍ପଣ କରିବା ଉଚିତ । ତୁଳସୀ ଉଭୟ ଧାର୍ମିକ ଓ ବୈଜ୍ଞାନିକ ଦୃଷ୍ଟିରୁ ବହୁତ ପ୍ରଭାବଶାଳି ଅଟେ । ଏହା ସହିତ ଭଗବାନଙ୍କ ପ୍ରସାଦ ରୂପରେ ତୁଳସୀ ପତ୍ରକୁ ବ୍ୟବହାର କରାଯାଇଥାଏ ।


କୁହାଯାଏ ଯଦି ପ୍ରସାଦ ରୂପରେ ତୁଳସୀ ପତ୍ରର ସେବନ କରାଯାଏ,ଏବେ ଏହା ଦ୍ଵାରା ଭଗବାନ ପ୍ରସନ୍ନ ହୋଇଥାନ୍ତି । ଯଦି ଆପଣଙ୍କ ଘରେ ମଧ୍ୟ ତୁଳସୀ ଗଛ ଅଛି, ତେବେ ଏହାର ଦେଖାଶୁଣା କରିବାର କେତେକ ନିୟମ ରହିଛି । ଏହା ବିଷୟରେ ଆପଣ ଭଲ ଭାବରେ ଜାଣିନେବା ଉଚିତ । କାରଣ ତୁଳସୀ ଗଛର ଧାର୍ମିକ ମହତ୍ଵ ରହିଥାଏ । ଆଜି ଆମେ ଆପଣଙ୍କୁ ତୁଳସୀ ଗଛର ପୂଜା ପାଠ ବିଷୟରେ କହିବୁ । ଯାହାଦ୍ୱାରା ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ ।

ତୁଳସୀ ଗଛ ପୂଜାର ନିୟମ

ଯଦି ଆପଣ ନିଜର ଅଟକି ରହିଥିବା କାର୍ଯ୍ୟ ପୂରଣ କରିବାକୁ ଚାହୁଁଛନ୍ତି, ତେବେ ଆପଣ ତୁଳସୀ ଗଛ ଅବଶ୍ୟ ଲଗାନ୍ତୁ । ଏଥିପାଇଁ ପ୍ରଥମେ ଆପଣ ଏକ ତୁଳସୀ ଗଛ ଆଣନ୍ତୁ ଓ ଏହାର ଚେରକୁ ଗଙ୍ଗା ଜଳରେ ଧୋଇ ଏକ କୁଣ୍ଡରେ ଗଛକୁ ଲଗାନ୍ତୁ । ଏହାପରେ ସକାଳ ଓ ସନ୍ଧ୍ୟା ସମୟରେ ନିୟମିତ ରୂପରେ ଏହାର ପୂଜା କରନ୍ତୁ । ଏହି ପୂଜା କରିବା ସମୟରେ ଆପଣ ଯଦି ଏକ ମନ୍ତ୍ରର ଜପ କରିବେ ତେବେ ଏହା ଦ୍ଵାରା ଆପଣଙ୍କର ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଯିବ ।

ମନ୍ତ୍ର- ଓଁ-ଓଁ

ଆପଣ ସକାଳ ଓ ସନ୍ଧ୍ୟା ସମୟରେ ତୁଳସୀ ଗଛରେ ଜଳ ଅର୍ପଣ କରନ୍ତୁ । ଯଦି ଆପଣଙ୍କ ଘରେ କୌଣସି ବ୍ୟକ୍ତିକୁ ଖରାପ ନଜର ଲାଗି ଯାଇଛି, ତେବେ ଏଥିପାଇଁ ଆପଣ ସାତଟି ଲଙ୍କା ଓ ସାତଟି ତୁଳସୀ ପତ୍ର ନିଅନ୍ତୁ ଓ ସେହି ବ୍ୟକ୍ତିକୁ ଶୁଆଇ ୨୧ ଥର ତାର ଚାରି ପାଖରେ ବୁଲାନ୍ତୁ । ବୁଲାଇବା ସମୟରେ ଓଁ-ଓଁ ମନ୍ତ୍ରକୁ ନିଜ ମନ ମଧ୍ୟରେ ଉଚ୍ଚାରଣ କରନ୍ତୁ । ଏହାପରେ ସେହି ତୁଳସୀ ପତ୍ରକୁ ବ୍ୟକ୍ତିକୁ ଖାଇବାକୁ ଦିଅନ୍ତୁ । ପୂଜା କରିବା ସମୟରେ ମଧ୍ୟ ଯଦି ଆପଣ ଓଁ-ଓଁ ମନ୍ତ୍ରର ଜପ କରିବେ ତେବେ ଆପଣଙ୍କ ସବୁ ମନୋକମନା ପୂର୍ଣ୍ଣ ହୋଇଯିବ ।