ଭୁଲରେ ବି ଏହି ଦିଗରେ ଲଗାନ୍ତୁ ନାହିଁ ତୁଳସୀ ଗଛ, ସବୁ କିଛି ହେଇଯିବ ବର୍ବାଦ, ସାରା ଜୀବନ ପାଇଁ ଭୋଗିବେ ଦରିଦ୍ରତା- Vastu Tips

ନମସ୍କାର ବନ୍ଧୁଗଣ ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ବହୁତ ପବିତ୍ର ବୋଲି କୁହାଯାଏ । ଦେବୀ ବୃନ୍ଦା ଙ୍କ ଆତ୍ମା ରୁ ଏହି ତୁଳସୀ ଗଛ ପ୍ରକଟ ହୋଇଛି ଏବଂ ଭଗବାନ ବିଷ୍ଣୁ ଙ୍କର ସବୁଠାରୁ ପ୍ରିୟ ଗଛ । ଏହି କାରଣ ଯୋଗୁଁ ଆମ ପୁରାଣ ଏବଂ ଧର୍ମ ଗ୍ରନ୍ଥ ରେ ଏହାର ମହତ୍ତ୍ୱ ଅଧିକ ରହିଛି । ଆମ ହିନ୍ଦୁ ଧର୍ମ ର ସମସ୍ତ ଙ୍କ ଘର ଦୁଆର ମୁହଁରେ ତୁଳସୀ ଗଛ କୁ ସ୍ଥାପନା କରାଯାଇଛି ଏବଂ ସଞ୍ଜ ସକାଳେ ସେଠାରୁ ଧୂପ ଏବଂ ଦୀପ ଦେଇ ପୂଜା କରାଯାଇଥାଏ ଏବଂ ବହୁତ ସମ୍ମାନ ମଧ୍ୟ ଦିଆଯାଏ ।

ତୁଳସୀ ଗଛ ରେ ଅନେକ ଔଷଧୀୟ ଗୁଣମାନ ରହିଛି ଏବଂ ତୁଳସୀ ଗଛ ଦ୍ୱାରା ନକରାତ୍ମକ ଉର୍ଜା ମଧ୍ୟ ଦୁର ହୋଇ ଯାଇଥାଏ । ଯଦି ଆପଣଙ୍କ ଘରେ ତୁଳସୀ ଗଛ ଅଛି ତେବେ ଏହା ଆପଣଙ୍କ ର ଆସୁଥିବା ସମସ୍ୟା ଏବଂ କଷ୍ଟ କୁ ଦୁର ରେ ରଖିଥାଏ । ଏହା ସବୁ ପ୍ରକାର ରୋଗ ର ନାଶ ମଧ୍ୟ କରିଥାଏ ।

ଏହା ଛଡା ତୁଳସୀ ଗଛ କୁ ଯଦି ସଠିକ ଦିଗ ରେ ଏବଂ ସଠିକ ସ୍ଥାନରେ ଲଗାଯାଏ ତେବେ ପରିବାର ର ଆର୍ଥିକ ସ୍ଥିତି ସୁଧୁରି ପାରିବ । ପ୍ରାଚୀନ କାଳରୁ ହିଁ ୠଷି ମୁନି ମାନେ ନିଜ ଆଶ୍ରମରେ ତୁଳସୀ ଗଛ କୁ ଲଗାଇ ଆସୁଛନ୍ତି ଏବଂ ରାଜା ମହାରାଜା ଙ୍କ ମହଲରେ ମଧ୍ୟ ତୁଳସୀ ଗଛ ଲଗା ଯାଇଥାଏ । ତୁଳସୀ ଗଛ କୁ ପ୍ରତିଦିନ ଜଳ ଚଢ଼େଇବାର ମଧ୍ୟ ପରମ୍ପରା ରହିଛି ଏବଂ କିଛି ଶାସ୍ତ୍ର ରେ ତୁଳସୀ ଗଛ କୁ ମାତା ଲକ୍ଷ୍ମୀ ଙ୍କ ରୁପ ମଧ୍ୟ କୁହାଯାଏ ।

ଅତଃ ଯେଉଁ ସ୍ଥାନରେ ତୁଳସୀ ଗଛ ରହିଥାଏ ସେଠାରେ ମାତା ଲକ୍ଷ୍ମୀ ଙ୍କ ଆଗମନ ହୋଇଥାଏ । ଏହା ଛଡା ତୁଳସୀ ଗଛ ଘରେ ରହିଲେ ମନକୁ ଶାନ୍ତି ଏବଂ ପ୍ରସନ୍ନତା ମିଳିଥାଏ । ଯଦି ଆପଣ ପ୍ରତିଦିନ ପାଞ୍ଚଟି ତୁଳସୀ ପତ୍ର ଖାଇଥାନ୍ତି ତେବେ ଏହା ଅନେକ ରୋଗରୁ ମୁକ୍ତି ମଧ୍ୟ ପ୍ରଦାନ କରିଥାଏ ଏବଂ ଏହା ଆପଣଙ୍କ ଆର୍ଥିକ ଉନ୍ନତି ରେ ସହାୟକ ହୋଇଥାଏ । ପ୍ରତିଦିନ ତୁଳସୀ ଗଛ ମୂଳରେ ପାଣିଦେବା ଉଚିତ । ଶାସ୍ତ୍ର ଅନୁସାରେ ତୁଳସୀ ଗଛ କୁ କେଉଁ ଦିଗ ରେ ଲଗେଇବା ଉଚିତ ଏବଂ କେଉଁ ଦିଗରେ ଲଗାଇବା ଅଶୁଭ ଏବଂ କେବେ ପାଣି ଦେବା ଉଚିତ ଏବଂ କେବେ ଅନୁଚିତ ସେ ବିଷୟରେ ଆଲୋଚନା କରିବୁ ।

ଶାସ୍ତ୍ର ରେ କିଛି ଏଭଳି ଦିନ ରହିଛି ଯେଉଁ ଦିନ ତୁଳସୀ ଗଛ ମୂଳରେ ଜଳ ଚଢାଇବା ଉଚିତ ନୁହେଁ । ସେ ଦିନ ଗୁଡ଼ିକ ହେଉଛି ପ୍ରତ୍ୟେକ ରବିବାର, ଏକାଦଶୀ ଏବଂ ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ରଗ୍ରହଣ ଦିନ ଜଳ ଚଢ଼େଇବା ଉଚିତ ନୁହେଁ । ଏହାଛଡା ସୂର୍ଯ୍ୟାସ୍ତ ପରେ ତୁଳସୀ ପତ୍ରକୁ ଚିଣ୍ଡେଇବା ଉଚିତ ନୁହେଁ । ଏହି ଭଳି କଲେ ବାସ୍ତୁ ଦୋଷ ଲାଗିଥାଏ ।

ଯେଉଁ ବ୍ୟକ୍ତି ଗୁରୁବାର ଦିନ ତୁଳସୀ ଗଛ ମୂଳରେ କ୍ଷୀର ଏବଂ ରବିବାର ଛଡା ପ୍ରତ୍ୟେକ ସନ୍ଧ୍ୟାରେ ତୁଳସୀ ଗଛ ମୂଳରେ ଦୀପ ଦିଅନ୍ତି ସେହି ଘରେ ମାତା ଲକ୍ଷ୍ମୀ ଙ୍କ ବାସ ରହିଥାଏ ଏବଂ କେବେବି ଧନ ର ଅଭାବ ହୁଏ ନାହିଁ । ତୁଳସୀ ଗଛକୁ କେବେ ଶୁଖିବାକୁ ଦିଅନ୍ତୁ ନାହିଁ । ତୁଳସୀ ଗଛ ଶୁଖିବା ଅଶୁଭ ଅଟେ । ବାସ୍ତୁ ଅନୁସାରେ ଘରେ ତୁଳସୀ ଗଛ କୁ ଉତ୍ତର ପୂର୍ବ ଏବଂ ପୂର୍ବ ଦିଗ ହିଁ ସବୁଠାରୁ ଉତ୍ତମ ।

ଏହି ଦିଗରେ ତୁଳସୀ ଗଛକୁ ଲଗେଇବା ଦ୍ୱାରା ଘରେ ସକରାତ୍ମକ ଉର୍ଜା ସହିତ ଘରେ ଶାନ୍ତି ସୁଖ ଏବଂ ଧନର ମଧ୍ୟ ଲାଭ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଦକ୍ଷିଣ ଦିଗରେ କେବେବି ତୁଳସୀ ଗଛ ଲଗାନ୍ତୁ ନାହିଁ ଏହା ନକରାତ୍ମକ ଉର୍ଜା କୁ ଘରକୁ ଆଣିଥାଏ ଏବଂ ଘରେ ଦୁଃଖ ଦରିଦ୍ର ସହ ଅନେକ ଅସୁବିଧା ମଧ୍ୟ ଦେଖା ଦେଇଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ଟିପ୍ପଣୀଟି ଭଲ ଲାଗିଥାଏ ଗୋଟିଏ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ