ମା ଲକ୍ଷ୍ମୀ କହିଛନ୍ତି ଏହି 5 ଟି ଅଭ୍ଯାସ ହୋଇଥାଏ ଦରିଦ୍ରତାର କାରଣ, କଣ ଆପଣ ଏମିତି ଭୁଲ କରୁ ନାହାଁନ୍ତି ତ ? Vastu Shastra

ହିନ୍ଦୁ ଶାସ୍ତ୍ର ଅନୁସାରେ ମା ଲକ୍ଷ୍ମୀଙ୍କର ପୂଜା ଆରଧନା କରିଲେ ଧନ ଲାଭ ହୋଇଥାଏ । ମାଙ୍କର ପୂଜା ଭକ୍ତି ଭାବରେ କରିଲେ ମାଙ୍କ ଆଶୀର୍ବାଦ ମିଳିଥାଏ । କିଛି ନିୟମ ରହିଛି ଯାହାକୁ ପାଳନ କରିଲେ ମା ଲକ୍ଷ୍ମୀଙ୍କର କୃପା ଲାଭ ହୋଇଥାଏ । କିନ୍ତୁ ଏମିତି କିଛି କାରଣ ରହିଛି ଯାହା ମଣିଷ ଭୁଲରେ ବି କରିଲେ ଦରିଦ୍ର ହୋଇଯାଏ । ତାହାର କାରଣ ଗୁଡିକ କଣ ରହିଛି ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

୧- ଯେଉଁ ଘରେ ଠାକୁର ପୂଜା ହୁଏ ନାହି, ଦୀପ ଲଗା ହୁଏ ନାହି, କିଛି ସମୟ ପାଇଁ ହଉ ନା କାହିଁକି ଭଗବନଙ୍କ ପାଖରେ ନମସ୍କାର କରାଯାଏ ନାହି, ଭୋଗ ଲଗାଯାଏ ନାହି ସେହି ଘରେ ଅଭାବ ଓ ଦରିଦ୍ରତା ଦେଖାଯାଏ । ଠାକୁରଙ୍କ ପାଖରେ ଭୋଗ ନ ଲଗାଇ ନିଜ ପାଇଁ ଖାଇବା ପ୍ରସ୍ତୁତ କରି ଖାଇଲେ ମା ଲକ୍ଷ୍ମୀଙ୍କର କୋପର ସାମନା କରିବାକୁ ପଡିଥାଏ । ତେଣୁ ପୂଜା କରିବା ପରେ ଲଗା ଯାଇଥିବା ଭୋଗକୁ ଘରର ସବୁ ସଦସ୍ୟ ପାଇବା ଉଚିତ । ଏହା ଫଳରେ ଘରେ ସୁଖ ଶାନ୍ତି ରହିଥାଏ ।

୨- ପୁରାଣରେ ଲେଖା ଅଛି ଯେ ଯେଉଁ ଘରେ ପୁରୁଷ ମାନେ ସ୍ତ୍ରୀଙ୍କ ଉପରେ ଅତ୍ୟାଚାର କରନ୍ତି ଓ ସେମାନଙ୍କ ଉପରେ ହାତ ଉଠାନ୍ତି ସେହି ଘରେ ମା ଲକ୍ଷ୍ମୀଙ୍କର ବାସ ହୋଇ ନ ଥାଏ । ରାମାୟଣରୁ ଆରମ୍ଭ କରି ମହାଭାରତ ପର୍ଯ୍ୟନ୍ତ ସ୍ତ୍ରୀ ମାନଙ୍କୁ ଖରାପ ବ୍ୟବହାର କରିଲେ ମହା ପ୍ରଳୟ ସୃଷ୍ଟି ହୋଇଥାଏ ବୋଲି ଉଲ୍ଲେଖ କରା ଯାଇଛି ।

୩- କୌଣସି ଦୁଖୀ ବା ଗରିବ ଲୋକ ମାନଙ୍କୁ ସାହାଜ୍ଯ ନ କରି ସେମାନଙ୍କୁ ଖରାପ ବ୍ୟବହାର କରିଲେ ମା ଲକ୍ଷ୍ମୀଙ୍କ କୋପର ସାମ୍ନା କରିବାକୁ ପଡିଥାଏ । ସେଥି ପାଇଁ ନିସହାୟ ପଶୁପକ୍ଷୀ ବା ମଣିଷ ମାନଙ୍କର ସହାୟତା କରିବା ଉଚିତ ।

୪- କିଛି ଲୋକମାନେ ଘରକୁ ଆସିଥିବା ଗାଈ, କୁକୁର ବା ଗରିବ ଲୋକଙ୍କୁ ବାହାର କରି ଦିଅନ୍ତି । ପୁରାଣରେ ଲେଖା ହୋଇଛି ଯେ ଭଗବାନ ମଧ୍ୟ ଭିକାରି ବେଶରେ ରହି ନିଜ ଭକ୍ତ ମାନଙ୍କର ପରୀକ୍ଷା ନେଉଥିଲେ । ମହାନ ଗ୍ରନ୍ଥ ସନାତନ ଧର୍ମ ରେ କୁହା ଯାଇଛି ଯେ ଆମେ ପରସ୍ପରକୁ ନମସ୍କାର କରିବା ଉଚିତ । କେହି ବଡ କି ଛୋଟ ହୋଇନଥାନ୍ତି । ସେଥିପାଇଁ କୌଣସି ଦୁଖୀ ଲୋକକୁ ସାହାଜ୍ଯ କରିଲେ ତାହାର ପରିଣାମ ଆମ ଉପରେ ହିଁ ଭଲ ପ୍ରଭାବ ପଡିଥାଏ ।

୫- କାହାର ଧନ ହେଉ ବା ସମ୍ପତି ହେଉ ଜୋର ଜବରଦସ୍ତ କରି ଛଡାଇବା ଉଚିତ ନୁହେ । ଏହା ବହୁତ ବଡ ପାପ ଅଟେ । ଏହା କରିବା ଫଳରେ ମନୁଷ୍ୟ ଅନେକ ଜନ୍ମ ଯାଏଁ ଦରିଦ୍ରତା ଭୋଗ କରିଥାଏ ।

୬- ମ-ଦ୍ୟ-ପା-ନ ଓ ଜୁଆ ଖେଳିବା ବହୁତ ବଡ ପାପ ହୋଇଥାଏ । ମହାଭାରତରେ ମଧ୍ୟ ଏହାର ଉଦାହରଣ ଦିଆଯାଇଛି । ମହାଭାରତରେ ରାଜା ଯୁଧିଷ୍ଠିର ଜୁଆ ଖେଳି ନିଜ ରାଜ୍ୟ ହାରିଥିଲେ । ସେଥି ପାଇଁ ସେ ତାଙ୍କ ସ୍ତ୍ରୀଙ୍କୁ ବାଜି ଲଗାଇଥିଲେ । ଯାହା ଫଳରେ ବହୁତ ବର୍ଷ ପର୍ଯ୍ୟନ୍ତ ରାଜା ଯୁଧିଷ୍ଠିରଙ୍କୁ ବନବାସରେ ରହିବାକୁ ପଡିଥିଲା ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ଟିପ୍ପଣୀଟି ଭଲ ଲାଗିଥାଏ ଗୋଟିଏ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ