ତୁଳସୀ ଚଉରାରେ ଭୁଲରେ ବି ଏମିତି ଜଳ ସମର୍ପଣ କରନ୍ତୁ ନାହିଁ, ଜାଣନ୍ତୁ ତୁଳସୀ ମୂଳେ ଜଳ ଦେବାର ବିଧି ଓ ତୁଳସୀଙ୍କ ସହ ଜଡିତ କିଛି ବିଶେଷ ନିୟମ, Dr. Jagadananda Acharya

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ତୁଳସୀ ଗଛର ମାହାତ୍ମ୍ଯ ବିଷୟରେ କହିବାକୁ ଯାଉଛୁ । ଗୃହିଣୀ ମାନେ ସ୍ନାନାଦି କର୍ମ କରି ସରିବା ପରେ ପ୍ରାତଃ କାଳରେ ଶୁଦ୍ଧ ପାତ୍ରରେ ଜଳ ଭରି ଦିଅନ୍ତୁ । ପୂର୍ବ ଆଭିମୁଖ୍ୟ ହୋଇ ମା ବୃନ୍ଦାବତୀ କୁ ଜପ ସର୍ପଣ କରନ୍ତୁ । ପ୍ରଥମେ ଜଳ ଅର୍ପଣ କରିବା ପରେ ଆପଣ ଚଉରା କୁ ପ୍ରଦକ୍ଷଣ କରନ୍ତୁ । ଠିକ ସେହିପରି ଦ୍ଵିତୀୟ ଥର ଜପ ସମର୍ପଣ କରି ପ୍ରଦକ୍ଷଣ କରନ୍ତୁ । ଏଭଳି ମା ବୃନ୍ଦାବତୀଙ୍କୁ ୩ ଥର ଜଳ ଅର୍ପଣ କରି ପ୍ରଦକ୍ଷଣ କରନ୍ତୁ ।

ମନେ ରଖିବେ ଜଳ ଅର୍ପଣ କରିବା ସମୟରେ ତୁଳସୀ ଗଛ ମୂଳରେ କରିବେ । କାହିଁକି ନା ପାଦ ରେ ପ୍ରଥମେ ଜଳ ଅର୍ପଣ କରାଯାଏ । ତେଣୁ ତୁଳସୀ ଗଛର ମୂଳ ହେଉଛି ପାଦ ତେଣୁ ପ୍ରଥମେ ଏଠାରେ ଜଳ ଅର୍ପଣ କରିବା ଉଚିତ । ଦେବୀ ଭଗବତ ରେ କୁହାଯାଇଛି କି ତୁଳସୀ ମୂଳରେ ଜଳ ଅର୍ପଣ କରିବା ନିହାତି ଦରକାର । ଏହା ପରେ ତୁଳସୀ ଗଛର ଅଗ୍ର ଭାଗରେ ଜଳ ଅର୍ପଣ କରନ୍ତୁ ଯେମିତି ଆପଣ ରଖିଥିବା ପାତ୍ର ରେ ଆସି ତୁଳସୀ ପାଣି ପଡିବ ।

ତୁଳସୀ ମୂଳରେ ବ୍ରମହା ଙ୍କ ବାସ ସ୍ଥାନ ରହିଛି । ଏମିତିକୁ ଭଗବାନ ବିଶୁଣୁ ଙ୍କ ବାସ ସ୍ଥାନ ମଧ୍ୟ ରହିଛି । ତୁଳସୀ ଜଟ ରେ ଭଗବାନ ଶିବଙ୍କର ବାସ ସ୍ଥାନ ରହିଛି । ସେଥିପାଇଁ ତୁଳସୀ ପବିତ୍ର ଅଟେ । ଯେଉଁ ଜଳ ଆପଣଙ୍କ ପାତ୍ର ରେ ଥିବ ତାହାକୁ ନିଜେ ସେବନ କରିବା ସହ ପରିବାର ଲୋକଙ୍କୁ ମଧ୍ୟ ଦେବେ । ଯେତେବେଳେ ଆପଣ ତୁଳସୀ ଗହ ମୂଳେ ଜଳ ଅର୍ପଣ କରୁଥିବେ ସେତେବେଳେ ତୁଳସୀ ଗାୟତ୍ରୀ ମନ୍ତ୍ର ଓମ ତ୍ରିପୁରାୟ ବିଦ୍ମାହେ ତୁଳସୀ ପତ୍ରାତ ଧୀମହୀ, ତନ୍ନୋ ତୁଳସୀ ପ୍ରଚୋଦୟାତ ଜପ କରନ୍ତୁ ।

ଦେବୀ ଭାଗତରେ କୁହାଯାଇଛି ଯେ ପୂର୍ଣ୍ଣିମା, ଅମାବାସ୍ୟା, ଦ୍ଵାଦଶୀ ତିଥି ରେ କେବେ ବି ତୁଳସୀ ତୋଳିବା ଉଚିତ ନୁହେଁ କି ସ୍ପର୍ଶ କରିବା ଉଚିତ ନୁହେଁ । ଏହା ସହ ସଙ୍କ୍ରାନ୍ତି ସମୟରେ ମଧ୍ୟ ତୁଳସୀ ତୋଳିବା କି ସ୍ପର୍ଶ କରିବା ଅନୁଚିତ । ଶରୀରରେ ତେଲ ଲଗାଇବା, ରାତିରେ, ମଧ୍ୟାହ୍ନ, ସନ୍ଧ୍ୟାରେ ତୁଳସୀ ସ୍ପର୍ଶ କରିବା ଅନୁଚିତ । ରବିବାର, ମଙ୍ଗଳବାର, ଶୁକ୍ରବାର ରାତିରେ ତୁଳସୀ ପତ୍ର ତୋଳିବା ନିଷେଧ ।

ଶାସ୍ତ୍ର ଅନୁଯାୟୀ ଭଗବାନ ବିଶୁଣୁ ବା ଶାଳଗ୍ରାମ ଙ୍କ ପୂଜା ବିନା ତୁଳସୀରେ ହୋଇପାରିବ ନାହି । ଏହି ସବୁ ଦିନ ମାନଙ୍କ ପୂର୍ବ ଦିନରୁ ତୁଳସୀ ତୋଳି ପୂଜା କରିପାରିବେ । ଲିଙ୍ଗ ପୁରାଣ ଅନୁଯାୟୀ ତୁଳସୀ ପତ୍ର ୫ ଦିନ ଯାଏଁ କେବେ ବାସୀ ହୁଏ ନାହି । ବେଲପତ୍ର ମହଦୀ ୧୦ ଦିନ ଯାଏଁ ରହିଲେ ବାସୀ ହେବ ନାହି । ଗ୍ରହପୁରାଣରେ କୁହାଯାଇଛି ଯେ ଯଦି ନିଷିଦ୍ଧ ଦିନ ମାନଙ୍କରେ ତୁଳସୀ ପତ୍ର ତୋଳି ନାହାନ୍ତି ତେବେ ତୁଳସୀ ଗଛରୁ ଖସି ପଡିଥିବା ପାତ୍ର ଆଣି ଭଗବାନ ବିଶୁଣୁ ଓ ଶାଳଗ୍ରାମ ଙ୍କୁ ଲାଗି କରି ପାରିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।