ଇଣ୍ଡୋନେସିଆରେ ଭୂକମ୍ପ ପରେ ଏବେ ପର୍ଯ୍ୟନ୍ତ ସବୁଠୁ ବଡ ସୁନାମି
ଶୁକ୍ରବାର ପ୍ରଥମେ ଭୂକମ୍ପ ଆସି ଇଣ୍ଡୋନେସିଆର ଦୀପ ସହର ପାଲୁକୁ ସଂପୂର୍ଣ୍ଣ ନଷ୍ଟ କରି ଦେଇଛି। ସୂଚନା ଅନୁସାରେ ଏହି ସୁନାମିରେ ଏବେ ପର୍ଯ୍ୟନ୍ତ 832 ଲୋକ ପ୍ରାଣ ହରାଇବା ସହିତ ହଜାର ହଜାର ନିଖୋଜ ହୋଇ ସାରିଛନ୍ତି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା ଅଛି। ଏବେ ସୁଲାେଓ୍ଵସୀ ଦ୍ୱୀପର ସହର ପାଲୁ ସବୁଦ୍ର କୂଳରେ ଶହ ଶହ ସଂଖ୍ୟାରେ ମୃତଦେଦ ପଡ଼ି ରହିଛି। ସୋସିଆଲ ମେଡିଆରେ ଶେୟାର ହୋଇଥିବା ଭିଡିଓ ଗୁଡିକରେ ଲୋକମାନେ ଦରରେ ଦଉଡୁଥିବାର ଆପଣମାନେ ଦେଖିବାକୁ ପାଇବେ।
ସରକାରୀ ଅଧିକାରୀଙ୍କ ସୂଚନା ଅନୁସାରେ ପାଲୁ ସହରର ସମୁଦ୍ର କୂଳରେ ଶୁକ୍ରବାର ଦିନ ବେଳାଭୂମି ଉତ୍ସବ ପାଳନ କରିବା ପାଇଁ ଶହ ଶହ ଲୋକ ଉପସ୍ଥିତ ଥିଲେ, ଏଥିରେ ଅଧିକାଂଶ ଲୋକ ପର୍ଯ୍ୟଟକ ଥିଲେ।
ଶୁକ୍ରବାର ଦିନ ଉତ୍ତର ଇଣ୍ଡୋନେସିଆରେ ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ପରେ ସୁନାମି ଆସିଥିଲା। ସମୁଦ୍ରରେ ଉଠୁଥିବା ବିଶାଳ ଢେଉ ପୁରା ସହରକୁ ନଷ୍ଟ କରି ଦେଇଥିଲା। ଏହି ଭୂକମ୍ପର ଗଭୀରତା ପ୍ରାୟ ୧୦ କିଲୋମିଟର ରହିଥିଲା ବୋଲି ସୂଚନା ମିଳିଛି।
ଦେଖନ୍ତୁ ଭିଡ଼ିଓ:
At least 384 people are dead in Indonesia following a massive 7.5-magnitude quake that triggered a tsunami pic.twitter.com/L37vRb6gez
— Joel Franco (@OfficialJoelF) September 29, 2018
Drone footage shows damages after quake and tsunami in Indonesia https://t.co/qSVpeTISH2 #IndonesiaEarthQuake pic.twitter.com/sPuOR5Cuoy
— Press TV (@PressTV) September 30, 2018
ୱାୟର ଫୈକ୍ଟ୍ରୀରେ କାମ କରୁଥିଲେ ଏହି କ୍ରିକେଟରଙ୍କ ପିତା, ଆଜି ଅଟନ୍ତି କୋଟି କୋଟି ସମ୍ପତ୍ତିର ମାଲିକ।
ୱାୟର ଫୈକ୍ଟ୍ରୀରେ କାମ କରୁଥିଲେ ଏହି କ୍ରିକେଟରଙ୍କ ପିତା, ଆଜି ଅଟନ୍ତି କୋଟି କୋଟି ସମ୍ପତ୍ତିର ମାଲିକ।