ୱାୟର ଫୈକ୍ଟ୍ରୀରେ କାମ କରୁଥିଲେ ଏହି କ୍ରିକେଟରଙ୍କ ପିତା, ଆଜି ଅଟନ୍ତି କୋଟି କୋଟି ସମ୍ପତ୍ତିର ମାଲିକ।

ୱାୟର ଫୈକ୍ଟ୍ରୀରେ କାମ କରୁଥିଲେ ଏହି କ୍ରିକେଟରଙ୍କ ପିତା

ଭାରତରେ କ୍ରିକେଟ ସବୁଠୁ ଅଧିକ ପସନ୍ଦିତା ଖେଳ ମଧ୍ୟରୁ ଗୋଟେ। କିନ୍ତୁ କ୍ରିକେଟର ଟେ ହେବା ଏତେ ସହଜ କଥା ନୁହେଁ, ଏହା ପାଇଁ ବହୁତ ପ୍ରୟାସ ଓ କଠିନ ପରିଶ୍ରମ କରିବାକୁ ପଡିଥାଏ। କାରଣ ଆଜିକା ସମୟରେ ଏତେ ପ୍ରତିଦ୍ୱନ୍ଦିତା ଚାଲିଛି ଯେ ଭଲ ଭଲ ଖେଳାଳି ମାନଙ୍କୁ ମଧ୍ୟ ଟିମରେ ଖେଳିବାର ସୁଯୋଗ ମିଳିପାରୁ ନାହିଁ। ଏଥିରେ ଯିବା ପାଇଁ ଧନୀ ଗରିବ ଦେଖାଯାଏ ନାହିଁ, ବରଂ କଠିନ ପରିଶ୍ରମ ଓ ଟ୍ୟାଲେଣ୍ଟ ଥିବା ଆବଶ୍ୟକ। ଭାରତୀୟ କ୍ରିକେଟ ଟିମରେ ଏମିତି ବହୁତ ଖେଳାଳି ମିଳିଯିବେ ଯେଉଁମାନଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ଥିଲେ ମଧ୍ୟ ସେମାନେ ତାଙ୍କ କ୍ୟାରିୟରରେ ବହୁତ ଉପରକୁ ଯାଇଛନ୍ତି। ଆଜି ଆମେ ସେମିତି ଏକ ଖେଳାଳିଙ୍କ ବିଷୟରେ କହିବୁ ଯିଏ ନିଜ ପରିଶ୍ରମ ଦ୍ଵାରା ଖେଳରେ ବହୁତ ନାମ ବନେଇଛନ୍ତି।

ପ୍ରତିଭା ଦ୍ଵାରା ଆଜି ସଫଳତା ପାଇଛନ୍ତି

ଆମେ କହୁଛି ଏମିତି ଏକ ଖେଳାଳିଙ୍କ ବିଷୟରେ ଯାହାର ପରିବାର ବହୁତ ଗରିବ ଥିବା ସତ୍ବେ ସେ ତାଙ୍କର ପ୍ରତିଭା ଦ୍ଵାରା ଆଜି ବହୁତ ସଫଳତା ପାଇଛନ୍ତି। ଏହି ଖେଳାଳିଙ୍କ ନାମ “ନାଥୁ ସିଂହ” ଯିଏ କି ରାଜସ୍ଥାନର ବାସିନ୍ଦା। ତାଙ୍କର ବାପା ଗୋଟେ ଓୟାର ଫ୍ୟାକ୍ତ୍ରୀରେ କାମ କରୁଥିଲେ, ସେଥିରୁ ତାଙ୍କୁ ଏତେ କମ ଟଙ୍କା ରୋଜଗାର ହେଉଥିଲା ଯେ ସେ ଭଲଭାବରେ ତାଙ୍କ ପରିବାରକୁ ଚଳାଇପାରୁ ନଥିଲେ। କିନ୍ତୁ ଆଜି ତାଙ୍କ ପୁଅ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି।

କଣ ଆପଣ ଜାଣିଛନ୍ତି ମ୍ୟାଚ ପୂର୍ବରୁ କିଏ ଭାରତର ପ୍ଲେଇଂ ୧୧ର ଟିମ ବାଛିଥାନ୍ତି – ଜାଣିଲେ ପରେ ଲାଗିପାରେ ଝଟକା

ଥରେ ନାଥୁ ସିଂହ ଖେଳିବା ପାଇଁ ତାଙ୍କ ବାପଙ୍କୁ ଜୋତା ମାଗିଥିଲେ, କିନ୍ତୁ ସେହି ଜୋତାର ମୂଲ୍ୟ ବହୁତ ଥିଲା। ତାଙ୍କ ବାପଙ୍କର ମାସକୁ ଦରମା ଜମା ୭୦୦୦ ଟଙ୍କା ଥିଲା ଓ ସେହି ଜୋତାର ମୂଲ୍ୟ ୫୦୦୦ ଥିଲା, ତଥାପି ସେ ତାଙ୍କ ପୁଅକୁ ମନା ନକରି ସୁଧରେ ପଇସା ଆଣି  ସେହି ଜୋତା କିଣିଥିଲେ। ଗୋଟେ ଇନ୍ଟରଭିଉରେ ନାଥୁ ସିଂହ କହିଥିଲେ ମଧ୍ୟ ମୋ ବାପା ମୋ ପାଇଁ ୫୦୦୦ ଟଙ୍କାର ଜୋତା ଆଣି ଦେଇଥିଲେ, କାହିଁକି ନା ସେ ଚାହୁଁଥିଲେ ମୁ ମୋର ଖେଳିବା ସେମିତି ଚାଲୁ ରଖେ।

ଶେଷରେ ତାଙ୍କ ବାପଙ୍କର ଆଶୀର୍ବାଦ ଓ ତାଙ୍କର ପରିଶ୍ରମ ଫଳରେ ସେ ଆଇପିଏଲ-୯ର ନିଲାମି ରେ ନିତା ଅମ୍ବାନୀ ଟିମ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ତାଙ୍କୁ ୩.୨ କୋଟି ଟଙ୍କାରେ କିଣିଥିଲେ। ୨୦ ବର୍ଷର ନାଥୁ ସିଂହ ଜଣେ ବହୁତ ଭଲ ଓ ଫାଷ୍ଟ  ବୋଲର।

ଓଡ଼ିଆ ଧାରାବାହିକ ଅଭିନେତ୍ରୀଙ୍କୁ ଅଶ୍ଳୀଳ ମେସେଜ । କଣ ପାଇଁ ଜାଣିଛନ୍ତି ??

ସେ ଏହି ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ବହୁତ ପରିଶ୍ରମ କରିଛନ୍ତି, ଏବଂ ଆଗାମୀ ସମୟରେ ସେ ଭାରତୀୟ କ୍ରିକେଟ ଟିମ ପାଇଁ ଏକ ଭଲ ଖେଳାଳି ହୋଇପାରିବେ। ବର୍ତ୍ତମାନ ସେ ତାଙ୍କ ବାପାଙ୍କ ପାଇଁ ଗୋଟେ ବଡ ଘର କରିବାକୁ ଚାହୁଁଛନ୍ତି, ତାଙ୍କ ବାପା ମଧ୍ୟ ତାଙ୍କୁ ନେଇ ବହୁତ ଗର୍ବିତ।