ଲୋକସଭା 2019: ମୋଦୀଙ୍କୁ ମାତ୍ ଦେବା ପାଇଁ ବିପକ୍ଷଙ୍କ ହଥିଆର ହେବ “ଟ୍ରମ୍ଫ ଙ୍କର ଚାଣକ୍ୟ”

ବିପକ୍ଷ ଏବଂ ବିଜେପି ଏବେ ଠାରୁ ୨୦୧୯ ଲୋକସଭା ପାଇଁ ତିଆରି ଆରମ୍ଭ କରି ଦେଇଛନ୍ତି । ବିପକ୍ଷ ସହିତ ସମ୍ଭାବିତ ମହାଗଠବନ୍ଧନ ଙ୍କୁ ବି ଜାଣି ନେଲେଣି କି ୨୦୧୯ ରେ ମୋଦୀ ଲେହର ର ସାମ୍ନା କରିବାକୁ ହେଲେ ସେଥିପାଇଁ ଏକ ବଡ ଶସ୍ତ୍ର ପ୍ରୟୋଗ କରିବାକୁ ପଡିବ। ଏଥିପାଇଁ ବିପକ୍ଷମାନେ ଡୋନଲ୍ଡ ଟ୍ରମ୍ଫ ଙ୍କର ବିପରୀତ ଅବସ୍ଥାରେ ଆମେରିକା ରାଷ୍ଟ୍ରପତି ର ଇଲେକ୍ସନ ଜିତେଇବା ପଛରେ ଭୂମିକା ନିଭେଇଥିବା ରଣନୀତି କାର ଅଲେକ୍ଜେଂଡର ନିକ୍ସ ସହ ସମ୍ପର୍କ କରିଛନ୍ତି । ଏବେ ହିଁ ଅଲେକ୍ଜେଂଡର ଗୋଟେ ଦିନ ପାଇଁ ଭାରତ ଆସିଥିଲେ ଏବଂ ସେ ବିପକ୍ଷ ର କିଛି ନେତାଙ୍କ ସହ ଦେଖା କରିଥିଲେ ।

ଟ୍ରମ୍ଫ ଙ୍କୁ ନିର୍ବାଚନ ଜିତାଇ ସାରିଛନ୍ତି ଅଲେକ୍ଜେଂଡର ନିକ୍ସ

ଅଲେକ୍ଜେଂଡର ନିକ୍ସ ଆମେରିକା ର ଇଲେକ୍ସନ ରେ ଡୋନଲ୍ଡ ଟ୍ରମ୍ଫ ଙ୍କୁ ବିପରୀତ ଅବସ୍ଥାରେ ମଧ୍ୟ ଜିତାଇ ଥିଲେ । ଅଲେକ୍ଜେଂଡର ନିକ୍ସ ଜିଏକି ଟ୍ରମ୍ଫ ଙ୍କର ‘ମେକ ଆମେରିକା ଗ୍ରେଟ ଅଗେନ’ ସଂସ୍ଥା ଚଳାଇଥିଲେ । ସୂତ୍ର ଅନୁସାରେ ନିକ୍ସ ବିପକ୍ଷ ମାନଙ୍କ ପାଇଁ ୨୦୧୯ ରେ ମୋଦୀ ବିରୁଦ୍ଧରେ ହତିଆର ତିଆରି କରିବେ ।

ବିଜେପି ପାଇଁ ଏହା ହେଉଛି ଆଶ୍ଚର୍ଯ୍ୟ କରିଲା ଭଳି ତଥ୍ୟ

ବିଜେପି ୨୦୧୪ ରେ ଲୋକସଭା ଇଲେକ୍ସନ ରେ ୨୮୨ ସିଟ ଉପରେ ବିଜୟ କରି ନିଜର ସରକାର ବନେଇଥିଲେ । ସେତେବେଳେ କଂଗ୍ରେସ ର ଦଳ ସେମିତି ଏତେ ଭଲ ନଥିଲା । ୨୦୧୯ ରେ ଲୋକସଭା ଇଲେକ୍ସନ ରେ ଯଦି କଂଗ୍ରେସ ପୁରା ପ୍ଲାନିଗ ସହ ଆସୁଛି ତେବେ ବିଜେପି ଉପରେ ଭାରି ପଡ଼ିପାରିବ । କାରଣ କେତେକ ସର୍ବେ ଅନୁସାରେ ଲୋକମାନେ ମୋଦୀଙ୍କ ଉପରେ ଖୁସି ଅଛନ୍ତି କିନ୍ତୁ ବିଜେପି ସାଂସଦଙ୍କ ଉପରେ ବହୁତ ରାଗିଛନ୍ତି ।

ମୋଦୀଙ୍କୁ ହରାଇବା ପାଇଁ ଲାଗିବ ବିହାର ଫର୍ମୁଲା

ବିପକ୍ଷ ପାର୍ଟି ମାନେ ଗଠବନ୍ଧନ ର ଚେଷ୍ଟା କରୁଛନ୍ତି । କିନ୍ତୁ ଏହି ଭଳି ଚେଷ୍ଟା ପ୍ରାୟତଃ ବିଫଳ ହୋଇଥାଏ । କିନ୍ତୁ ଏବେ ବିପକ୍ଷ ଦଳଙ୍କ ପାଖରେ ଏକାଠି ହେବା ଛଡା ଅନ୍ୟ କୌଣସି ଉପାୟ ନାହିଁ । ଏହି ଭଳି ମହାଗଠବନ୍ଧନ ର ପ୍ରୟୋଗ ଆଗରୁ ମଧ୍ୟ ହୋଇସାରିଛି । କିନ୍ତୁ ଏଥିରେ ସଫଳତା ଠିକସେ ମିଳିନାହିଁ । କିନ୍ତୁ ଏଥର ଯଦି ମହାଗଠବନ୍ଧନ ହେଇଯାଉଛି ତେବେ ୨୦୧୯ ର ମୁକାବାଲା ଦେଖିବା ଭଳି ହବ । ଉତ୍ତର ପ୍ରଦେଶ ଇଲେକ୍ସନ ରେ ବିଜେପି ର ଜିତ ଦେଖି ସମସ୍ତେ ୨୦୧୯ ପାଇଁ ମହାଗଠବନ୍ଧନ ବନେଇବା ପାଇଁ ଚେଷ୍ଟା କରୁଛନ୍ତି ।