ବର ଗ୍ରହଣ କଲାନାହିଁ 4 କୋଟି ତାଙ୍କର ଯୌତୁକ, 1 ଟଙ୍କା ନେଇ କହିଲା ଆପଣଙ୍କ ଝିଅ ହିଁ ସବୁଠୁ ବଡ ଧନ

ଆଜିକାଲି ବାହାଘର ସମୟ ଚାଲିଛି । ଏବେ ବଲୀଉଡ ଇଣ୍ଡଷ୍ଟ୍ରି ରେ ବି ବାହାଘର ବଡ ଧୂମଧାମ ରେ ଚାଲିଛି । ବଲୀଉଡରେ ହେଉଥିବା ବାହାଘର ରେ ଖର୍ଚ୍ଚ ହେଉଥିବା ଟଙ୍କା କୁ ନେଇ ସବୁଆଡେ ଚର୍ଚା ଚାଲିଛି । କିନ୍ତୁ ଆଜି ଆମେ ଏମିତି ଏକ ଜାଗା ବିଷୟରେ କହିବୁ ଯେଉଁଠି ବାହାଘର ର ଯୌତୁକ ପାଇଁ ଝିଅ ମାନଙ୍କୁ ନିଜର ଆହୁତି ମଧ୍ୟ ଦେବାକୁ ପଡିଥାଏ । ଆପଣ ଶୁଣି ଥିବେ କି ଯୌତୁକ ପାଇଁ ଝିଅଟି ନିଜର ଜୀବନ ମଧ୍ୟ ଦେଇ ଦେଇଛି । ଶଶୁରଘର ଲୋକମାନେ ଝିଅକୁ ଘରୁ ବାହାର କରିଦେଇଛନ୍ତି ।

ଆଜି ଆମେ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ, ଯାହା ହରିୟାନା ରେ ହୋଇଛି ଯେଉଁଠି ଗୋଟିଏ ବାହାଘର ରେ ହୋଇଥିବା ଘଟଣା ଲୋକମାଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି, ଯାହାର ପ୍ରଶଂସା କରି ଲୋକମାନେ ରହିପାରୁ ନାହାନ୍ତି । ବର ବାହାଘର ପୂର୍ବରୁ ଏମତି କଥା କହିଲା କି ତାହ ସମ୍ବନ୍ଧରେ ଏବେ ଖୋଲିକି ସମାଜରେ କଥା ବାର୍ତ୍ତା କରିବାର ଅଛି । ଆପଣ ବି ଯଦି ଏହି ବାହାଘର ବିଷୟରେ ଶୁଣିବେ ତେବେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏହା କେବଳ ୧ ଟଙ୍କାରେ ହୋଇଛି ।

ଏହି ବାହାଘର ହରୟାନ ର ସିରସା ସ୍ଥିତ ଆଦମପୁର ଅଞ୍ଚଳରେ ହୋଇଛି ଯାହା ପୁରା ସମାଜ ପାଇଁ ଏକ ସନ୍ଦେଶ ଦେଇଛି । ବର ବଲେଂଦ୍ର ବାହା ହେବା ପୂର୍ବରୁ ନିଜର ସର୍ତ ରଖିଲା କି ସେ କୌଣସି ଯୌତୁକ ନେବ ନାହିଁ ଏବଂ କିଛି ବେକାର ଖର୍ଚ୍ଚ କରିବ ନାହିଁ ଏବଂ ଫାଲତୁ ର ନିୟମରେ ଖର୍ଚ୍ଚ କରିବ ନାହିଁ । ଏତିକି ନୁହେଁ ବର କହିଲା କି ମତେ କେବଳ ଆପଣଙ୍କର ଝିଅ ଦେଇ ଦିଅନ୍ତୁ, ଏହି କଥାକୁ ଝିଅ କାନ୍ତା ଏବଂ ତାଙ୍କ ପରିଜନ ସହମତ ହୋଇଗଲେ ।

ପ୍ରଥମେ ପରିଜନ ବର କୁ ୪ କୋଟି ଟଙ୍କା ଯୌତୁକ ରୂପରେ ଦବାର ଥିଲା କିନ୍ତୁ ଯେତେବେଳେ ବର ନିଜର ଅଳ୍ପ ପରିବାର ସହ ସାଙ୍ଗ ମାନଙ୍କ ସହ ବରଯାତ୍ରୀ ନେଇ ପହଞ୍ଚିଲା ସେ ମାତ୍ର ୧ ଟଙ୍କା ଏବଂ ଗୋଟିଏ ନଡିଆ ସ୍ଵୀକାର କଲେ । ଏବଂ ବିନା କିଛି ବୈଂଡ ବାଜା ସହ ଶାନ୍ତି ପୂର୍ବକ ବରଯାତ୍ରୀ ନେଇ ପହଞ୍ଚିଲେ । ଏହି ବାହାଘରରେ ଥିବା ସମସ୍ତ ଲୋକମାନେ କହିଲେ କି ଏହି ଭଳି ସମସ୍ତେ କରିବା ଦରକାର । ଏହାକୁ କରିବା ଦ୍ଵାରା ଝିଅ ମାନଙ୍କର ଶିକ୍ଷା ଉପରେ ଧ୍ୟାନ ଦିଆଯାଇ ପାରେ ।

ଏହି ଭଳି ଏକ ପଦକ୍ଷପ ସମାଜକୁ ବହୁତ କିଛି ଶିକ୍ଷା ଦେଇଛି। ଆପଣ ଯଦି ଏହି କଥାରେ ସହମତ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେନି। ଏବଂ ଏହି ସମ୍ବନ୍ଧରେ ଆପଣଙ୍କର ମତ କଣ କମେଣ୍ଟ ନିଶ୍ଚୟ କରିବେ।