ବଲିଉଡ ର ଏହି ବଡ ହିରୋଇନ 50 ଟଙ୍କା ପାଇଁ ଅମ୍ବାନୀ ପରିବାରର ବାହାଘରରେ ପରଷୁଥିଲେ ଖାଦ୍ୟ, ଆଜି ହେଉଛନ୍ତି ମାଲାମାଲ

ନିଜର ଓଲଟା ସିଧା କଥା ପାଇଁ ଚର୍ଚ୍ଚାର ବିଷୟ ହେଉଥିବା ଅଭିନେତ୍ରୀ କେବେ ୱେଟର ଥିଲେ । ଆମେ କହୁଛୁ ରାଖୀ ସାବନ୍ତ ଙ୍କ ବିଷୟରେ । ଏହି ଅଭିନେତ୍ରୀ ଏକ ଭିଡିଓ ଦ୍ଵାରା ସୋସିୟାଲ ମିଡିୟା ରେ ନିଜର ବୟାନ ଦ୍ଵାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇଦେଇଥିଲେ। ଏହି ଭିଡିଓ କୁ ଲକ୍ଷ୍ୟ ଲକ୍ଷ୍ୟ ଲୋକମାନେ ସୋସିୟାଲ ମିଡିୟାରେ ଦେଖିଲେ ।

ରାଖୀ ସାବନ୍ତ ଏକ ଭିଡିଓ ରେ ନିଜର ପିଲାବେଳ ବିଷୟରେ କିଛି ଆଶ୍ଚର୍ଯ୍ୟ ଜନକ କଥା ସମସ୍ତଙ୍କ ଆଗରେ କହିଛନ୍ତି । ଭିଡିଓ ରେ କହିଲେ କି ସେ ଯେତେବେଳେ ୧୦ ବର୍ଷ ର ଥିଲେ ତାଙ୍କୁ ଅମ୍ବାନୀ ପରିବାର ର ବାହାଘରେ ଖାଇବା ବାଢିବାର କାମ କରିବାକୁ ପଡିଥିଲା ।

ରାଖୀ ସାବନ୍ତ ବର୍ତ୍ତମାନ ଜଣେ ଷ୍ଟାର ଅଭିନେତ୍ରୀ ଅଟନ୍ତି ଏବଂ ଭଲ ଘରେ ରହୁଛନ୍ତି । କିନ୍ତୁ ସେ ବହୁତ ଗରିବ ପରିବାରର ଅଟନ୍ତି । ଅନିଲ ଅମ୍ବାନୀଙ୍କ ସହ ଟିନା ଅମ୍ବାନୀ ଙ୍କର ବାହାଘରେ ବଲୀଉଡ ର ରାଖୀ ସାବନ୍ତ ଥିଲେ ଯିଏକି ଖାଇବା ବାଢୁଥିଲେ ।

ରାଖୀ ସାବନ୍ତ ଙ୍କର ଟଙ୍କାର ଅସୁବିଧା କାରଣରୁ ଏବଂ ପରିବାର ର ଚାପରୁ ତାଙ୍କୁ ଏହି କାମ କରିବାକୁ ପଡିଥିଲା । ଯାହା ପରେ ସେ ଘରେ ଯାଇ ବହୁତ କାନ୍ଦି ଥିଲେ ଏବଂ ଆଶ୍ଚର୍ଯ୍ୟ ର କଥା ଏହି କି ତାଙ୍କୁ ଏହି କାମ ପାଇଁ ମାତ୍ର ୫୦ ଟଙ୍କା ଦିଆ ଯାଇଥିଲା ।