ଫିଲ୍ମରେ ଆସିବା ପୂର୍ବରୁ ବହୁତ ମୋଟା ଦେଖାଯାଉଥିଲେ ଏହି ସବୁ ବଲିଉଡ ହିରୋଇନ, ୪ର୍ଥ ହିରୋଇନଙ୍କ ଓଜନ ଥିଲା ୯୦ କିଲୋ

ବଲୀଉଡ ରେ ଗୋଟେ ରୁ ବଢି ଗୋଟେ ହିରୋଇନ ଅଛନ୍ତି । ଏହି ଫୀଲ୍ଡ ରେ ରହିବା ପାଇଁ ହିରୋଇନଙ୍କୁ ନିଜ ଶରୀର ଉପରେ ଧ୍ୟାନ ଦେବାକୁ ପଡିଥାଏ । ଆଜି ଆମେ କିଛି ଏମିତି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ବଲୀଉଡ ରେ ଆସିବା ପୂର୍ବରୁ ବହୁତ ମୋଟି ଥିଲେ । କିନ୍ତୁ ପରେ କଠିନ ପରିଶ୍ରମ କରି ନିଜର ଓଜନ କମେଇ ବଲୀଉଡ ରେ ନିଜର ପରିଚୟ କରି ପାରିଲେ ।

ପରିଣୀତି ଚୋପଡା :

ପରିଣୀତି ଚୋପଡା ବହୁତ ସୁନ୍ଦର ଅଭିନେତ୍ରୀ ଏବଂ ସେ ଏବେ ନିଜର ପରିଚୟ ଏହି ଇଂଡସ୍ଟ୍ରୀରେ କରିସାରିଲେଣି । ନିଜେ ପରିଣୀତି ଏକ ଇଂଟରୱ୍ଯୂ ରେ କହିଛନ୍ତି ଯେ ସେ ବଲୀଉଡରେ ଆସିବା ପୂର୍ବରୁ ତାଙ୍କର ଓଜନ ବହୁତ ବେସୀ ଥିଲା । ତାହା ପରେ ସେ ଜିମ ଯାଇ ନିଜର ୨୮ କିଲୋ ଓଜନ କମେଇଥିଲେ ।

ଆଲିୟା ଭଟ୍ଟ :

 

ନିର୍ଦେଶକ ମହେଶ ଭଟ୍ଟଙ୍କ ଝିଅ ବଲୀଉଡ ର କ୍ଯୂଟ ହୀରୋଇନ ଆଲିୟା ଙ୍କୁ ସବୁ କିଛି ବିରାଶତ ରେ ମିଳିଛି । କିନ୍ତୁ ଆରମ୍ଭରୁ ଆଲିୟାଙ୍କ ଓଜନ ବେସୀ ଥିଲା । ଆଲିୟାଙ୍କୁ କରଣ ଯୋହର ଙ୍କର ଫିଲ୍ମ ‘ସ୍ଟୂଡେଂଟ ଫ ଦ ଈୟର’ ରେ କାମ କରିବା ପାଇଁ କରଣ ଯୋହର ଙ୍କର ସର୍ତ୍ତ ଥିଲା କି ତାଙ୍କୁ ତାଙ୍କର ଓଜନ କମେଇବାକୁ ପଡିବ । ତାଙ୍କର ଓଜନ ୬୮ କିଲୋ ଥିଲା । ପରେ ସେ ନିଜର ୧୬ କିଲୋ ଓଜନ କମେଇବା ଦ୍ଵାରା ସେ ଫିଲ୍ମରେ ଆସିପାରିଲେ । ଏବେ ସେ ଏକ ଭଲ ଅଭିନେତ୍ରୀ ଅଟନ୍ତି ।

ଭୂମି ପେଡନେକର

 

ଭୂମି ପେଡନେକର ର ପ୍ରଥମ ଫିଲ୍ମ ‘ଦମ ଲଗା କେ ହଇଶା’ ରେ ତାଙ୍କର ଓଜନ ଥିଲା ୮୫ କିଲୋ ଏବଂ ସେ ବହୁତ ବେସୀ ମୋଟି ଥିଲେ । କିନ୍ତୁ ତାହା ପରେ ସେ ‘ମନମରଜିୟାଁ’ ଫିଲ୍ମରେ ନିଜର ଓଜନ କମେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ଏହା ପରେ ଲୋକମାନେ ତାଙ୍କୁ ଚିହ୍ନି ପାରିଲେ ନାହିଁ ।

ସୋନାକ୍ଷୀ ସିନ୍ହା :

ସୋନାକ୍ଷୀ ସିନ୍ହା ର ଗୋଟିଏ ସମୟରେ ଓଜନ ବେସୀ ଥିଲା । ସେ ଯେତେବେଳେ ବଲୀଉଡ ରୁ ଦୂରରେ ଥିଲେ ତାଙ୍କ ଓଜନ ୯୦ କିଲୋ ଥିଲା । ଏହା କୌଣସି ଝିଅ ପାଇଁ ବେସୀ ଅଟେ । ସେ ନିଜର ପ୍ରଥମ ଫିଲ୍ମ ରେ ୩୦ କିଲୋ ଓଜନ କମେଇଥିଲେ ।