ଟ୍ରେନରେ ଗର୍ଭବତୀ ମହିଳାଙ୍କୁ ହେଲା କଷ୍ଟ, ସେନାର ଏହି ଦୁଇଜଣ ଡାକ୍ତର ଏମିତି ବଞ୍ଚାଇଲେ ତା ଜୀବନ, ସମସ୍ତେ କରୁଛନ୍ତି ପ୍ରଶଂସା

ଭାରତୀୟ ସେନା ଉପରେ ଲୋକମାନେ ଗର୍ବ କରନ୍ତି । କିଛି ଦିନ ତଳେ ଭାରତୀୟ ସେନାର ଦୁଇଜଣ ମହିଳା ଏମିତି କିଛି କରିଛନ୍ତି ଯାହା ପାଇଁ ସବୁ ଲୋକ ତାଙ୍କର ପ୍ରଶଂସା କରୁଛନ୍ତି । ଯାହା ବିଷୟରେ ଆପଣ ଶୁଣିଲେ ଖୁସିରେ ଆପଣ ବି ପ୍ରଶଂସା କରିବେ । କିଛି ଦିନ ତଳେ ଭାରତୀୟ ସେନାର ଦୁଇଜଣ ମହିଳା ଡାକ୍ତର ଚଳନ୍ତି ଟ୍ରେନରେ ଏକ ଗର୍ଭବତୀ ମହିଳାର ଡେଲିଭରୀ କରାଇଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ ଏକ ଗର୍ଭବତୀ ମହିଳା ହାୱଡା ଏକ୍ସପ୍ରେସରେ ଯାଉଥିଲେ । କିଛି ସମୟ ପରେ ହଠାତ ତାଙ୍କର ପ୍ରସବ ପୀଡା ଆରମ୍ଭ ହୋଇଥିଲା । ଷ୍ଟେସନ ଆସିବା ପାଇଁ ବହୁତ ସମୟ ଥିଲା । ସେହି ମହିଳା ଜଣଙ୍କୁ ହସ୍ପିଟାଲ ନେବା ଅସମ୍ଭବ ଥିଲା । ଏହି ଅବସ୍ଥାରେ ମହିଳା ବହୁତ ଜୋରରେ ଚିଲାଇବାକୁ ଲାଗିଲେ ।

ସେହି ସମୟରେ ତାଙ୍କର ଆବାଜ ଭାରତୀୟ ସେନାର ୧୭୨ତମ ମିଲିଟାରୀ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଦୁଇଜଣ ମହିଳା ଶୁଣିଲେ । ମହିଳାଙ୍କର କଷ୍ଟଭରା ଆବାଜକୁ ଶୁଣି ସେମାନେ ତାଙ୍କ ପାଖକୁ ଆସିଥିଲେ । ଦୁଇଜଣ ଡାକ୍ତର କ୍ୟାପଟେନ ଲଳିତା ଓ କ୍ୟାପଟେନ ଅମନଦୀପ ମହିଳାଙ୍କର ପ୍ରସାବ କରିବା ପାଇଁ ପ୍ରସ୍ତୁତ ହୋଇଥିଲେ ।

ଦୁଇଜଣ ମିଶି ମହିଳାଙ୍କର ସୁରକ୍ଷିତ ଭାବରେ ଡେଲିଭରି କରାଇଥିଲେ, ଯାହାଫଳରେ ଚାଲୁଥିବା ଟ୍ରେନରେ ମହିଳା ଜଣଙ୍କ ନିଜ ପିଲାକୁ ଜନ୍ମ ଦେଇଥିଲେ । ଡେଲିଭରି ସଫଳ ହୋଇଥିଲା । ଯଦି ସେହି ସମୟରେ ସେନାର ମହିଳା ଦୁଇଜଣ ସେଠାରେ ନଥାନ୍ତେ ତେବେ ଗର୍ଭବତୀଙ୍କର ଜୀବନ ବିପଦରେ ଆସିଯାଇଥାନ୍ତା । ଟ୍ରେନରେ ଯାତ୍ରା କରୁଥିବା ସବୁ ଲୋକ ସେମାନଙ୍କର ବହୁତ ପ୍ରଶଂସା କରିଥିଲେ । ସେନାର ମହିଳା ଦୁଇଜଣଙ୍କୁ ପ୍ରତ୍ୟେକ ଲୋକ ପ୍ରଶଂସାର ପାତ୍ର କରିଛନ୍ତି । ଏହା ଜାଣି ଆପଣ ମଧ୍ୟ ସେମାନଙ୍କର ପ୍ରଶଂସା କରିବା ପାଇଁ ବାଧ୍ୟ ହେବେ ।