ଟ୍ରେନ ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା, ଏହି ଭୁଲ କାଲେ ଯାଇ ପାରନ୍ତି ଜେଲ୍, ପୂର୍ବତଟ ରେଳବାଇ ଦେଲା କଡା ଚେତାବନୀ !

ଟ୍ରେନ ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା । ପୂର୍ବତଟ ରେଲପଥ ଦେଲା କଡା ଚେତାବନୀ । ଟ୍ରେନ ଯୋଗେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଆସିଥିବା ଏହି ଖବର ଜାଣି ରଖିବା ନିହାତି ଆବଶ୍ୟକ । ନଚେତ ଯାତ୍ରୀଙ୍କୁ ଜେଲ୍ ଦଣ୍ଡ ଭୋଗିବାକୁ ପଡିପାରେ । ଏନେଇ କଡା ଚେତାବନୀ ଦେଇଛି ପୂର୍ବତନ ରେଳପଥ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ନିୟାରେ ପରିବର୍ତ୍ତନ ହୋଇଛି ଓ କାହିଁକି ଏହି ପରିବର୍ତ୍ତନ କରାଯାଇଛି । ଟ୍ରେନରେ ଯାତ୍ରା କରୁଥିବା ବେଳେ ଯଦି ଅଯଥାରେ ଚେନ୍ ପୁଲିଂ କଲେ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏପରିକି ଜେଲ୍ ଦଣ୍ଡ ବି ହୋଇପାରେ । ରେଳପଥ ପକ୍ଷରୁ କୁହାଯାଇଛି ଯେ, ଟ୍ରେନ ଟାଣିବା ଦ୍ଵାରା ଏହା ଟ୍ରେନ ପରିଚାଳନା ଓ ସମୟାନୁବର୍ତ୍ତୀ ଉପରେ ପ୍ରଭାବ ପକାଇଥାଏ । ଯାହାଫଳରେ ଟ୍ରେନ ଚଳାଚଳରେ ବିଳମ୍ବ ହୁଏ । ଏକ ବୈଧ, ଯୁକ୍ତିଯୁକ୍ତ ଓ ପର୍ଯ୍ୟାପ୍ତ କାରଣ ବିନା ରେଳ ଆଲାରାମ୍ ଚେନ୍ ଟାଣିବା ରେଳ ନିୟମ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ ଅଟେ । ଏପରି କରୁଥିବା ବ୍ୟକ୍ତିଙ୍କୁ ତିନି ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ କିମ୍ବା ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯିବ ।

ପୂର୍ବରୁ ବାରମ୍ବାର ସଚେତନତା ଓ ଜୋରିମାନା ଲାଗୁ କରିବା ପରେ ମଧ୍ୟ ଯାତ୍ରୀମାନେ ଏଥିସହ ଜଡିତ ନିୟମ ବାବଦରେ ପ୍ରାୟତଃ ସଚେତନ ନୁହନ୍ତି । ବେଆଇନ ଭେଣ୍ଡିଂ ଓ ସୁରକ୍ଷାକର୍ମୀ ଟିକେଟ ଯାଞ୍ଚ କର୍ମୀଙ୍କ ଠାରୁ ବଞ୍ଚିବା ଲାଗି ରେଳ ସେକ୍ସନ ମଧ୍ୟରେ ଚେନ୍ ଶୃଙ୍ଖଳା ଟାଣିବା ରେଳବାଇ ନଜରକୁ ଆସୁଛି । ଏହାଦ୍ବାରା ରେଳପଥ ବହୁ ରାଜସ୍ୱ ମଧ୍ୟ ହରାଉଛି ।

ତେବେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଟ୍ରେନର ଚେନ୍ ଟାଣିବା ଉପରେ କଡା ନଜର ରଖିବା ପାଇଁ ପୂର୍ବତଟ ରେଳପଥ ଏହାର ତିନୋଟି ରେଳ ମଣ୍ଡଳ ତଥା ଖୋର୍ଦ୍ଧା ରୋଡ, ସମ୍ବଲପୁର ଓ ୱାଲଟୟରକୁ ଏକ ସ୍ଵତନ୍ତ୍ର ସୁରକ୍ଷା ଅଭିଯାନ ଆରମ୍ଭ କରିବାକୁ ପରାମର୍ଶ ଦେଇଛି ।

ଚେନ୍ ପୁଲିଂ ବାବଦରେ ଯାତ୍ରୀ କିପରି ସଚେତନ ହୋଇପାରିବେ ସେନେଇ ରେଳ ସୁରକ୍ଷାବଳ ସିଭିଲ ଡ଼ିଫେନ୍ସ ୱିଙ୍ଗ ଓ ପୂର୍ବତଟ ରେଳବାଇର ଅନ୍ୟ ରେଳ ଅଧିକାରୀଙ୍କୁ ଦାୟିତ୍ଵ ଦିଆଯାଇଛି । ଏକ ବିଶାଳ ସଚେତନତା ଅଭିଯାନ କାର୍ଯ୍ୟକ୍ରମରେ ଯାତ୍ରୀଙ୍କୁ ବୈଧ କାରଣ ବିନା ଟ୍ରେନର ଚେନ୍ ନ ଟାଣିବାକୁ ଚେତାବନୀ ଦିଆଯାଇଛି । ଏହାସହ ସହଯାତ୍ରୀଙ୍କୁ ଟ୍ରେନର ଚେନ୍ ଟାଣିବାକୁ ଯାଉଥିବା ବ୍ୟକ୍ତିଙ୍କୁ ବିରୋଧ କରିବାକୁ ଅନୁରୋଧ କରାଯାଇଛି ।

ଏନେଇ ଆପଣ କୋଚ ଆଟେଣ୍ଡାଣ୍ଟ କିମ୍ବା ଡ୍ଯୁଟିରେ ଥିବା ଅନ୍ୟ କୌଣସି ରେଳ କର୍ମଚାରୀଙ୍କୁ ସୂଚିତ କରିପାରିବେ । କିନ୍ତୁ ମନେ ରଖନ୍ତୁ ବିନା କୌଣସି ବୈଧ କାରଣରେ ଟ୍ରେନ ଚେନ୍ ଟାଣିବା ସଂପୂର୍ଣ୍ଣ ନିଷେଧ ଅଟେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।