PM Modi ଦେଲେ ବଡ ଇଶାରା ! ଏବେ ଦୁନିଆରେ କିଛି ବଡ କରିବାକୁ ଯାଉଛି ଭାରତ, ଦେଖନ୍ତୁ ପୁରା ତଥ୍ୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଜଣାଇଛନ୍ତି କି ସେ ଦୁନିଆ ସାମ୍ନାରେ ଏକ ବଡ ପ୍ରସ୍ତାବ ରଖିଛନ୍ତି । ତାଙ୍କର ଏହି ପ୍ରସ୍ତାବକୁ ଯଦି ମଞ୍ଜୁରୀ ମିଳିଯିବ ତେବେ ଭାରତ କିଛି ବଡ କରି ଦେଖାଇବ । ଦୁଇ ଦେଶର ଯୁଦ୍ଧ ମଧ୍ୟରେ ଅଶାନ୍ତ ରହିଥିବା ବିଶ୍ଵ ପାଇଁ ପିଏମ ମୋଦିଙ୍କ ଏହି ପ୍ରସ୍ତାବ ଅତ୍ୟନ୍ତ ମହତ୍ବପୂର୍ଣ୍ଣ ଅଟେ । ଭାରତ ଏବେ ବିଶ୍ବରେ ଏକ ବଡ ଭୂମିକା ତୁଲାଇବାକୁ ଆଶା ରଖିଛି । ୟୁକ୍ରେନ ଏବଂ ଋଷ ଯୁଦ୍ଧ ପରେ ବର୍ତ୍ତମାନ ବିଶ୍ଵର ଅନେକ ଦେଶରେ ଗହମକୁ ନେଇ ବଡ ସଙ୍କଟ ଉଠିଥିବାର ଦେଖିବାକୁ ମିଳୁଛି ।

କାରଣ ପୁରା ଦୁନିଆକୁ ପ୍ରାୟ ୩୦ ପ୍ରତିଶତରୁ ଅଧିକ ଗହମ ଯୋଗାଉଥିବା ୟୁକ୍ରେନ ଓ ଋଷ ମଧ୍ୟରେ ଏବେ ମହାଯୁଦ୍ଧ ଚାଲିଛି । ଏପରି ସମୟରେ ଏକ ନୂଆ ଗହମ କାଟିବା ଯନ୍ତ୍ର ଭାରତକୁ ଆସିଛି । କାରଣ ଏବେ ଭାରତ ଦୁନିଆର ପେଟକୁ ଖାଦ୍ଯ ଯୋଗାଇ ଦେବାକୁ ଆଗକୁ ବଢିଛି । ନିକଟରେ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଭର୍ଚୁଆଲ ବୈଠକ ବେଳେ ପ୍ରଧାନମନ୍ତ୍ରୀ ତାଙ୍କର ଆଗରେ ପ୍ରସ୍ତାବ ରଖିଥିଲେ କି ଯଦି WTO ବା ବିଶ୍ଵ ବ୍ୟାପାର ସଂଗଠନ ଚାହିଁବ ତେବେ ଭାରତ ଦୁନିଆକୁ ଗହମ ଯୋଗାଇ ଦେଇପାରିବ ।

ତେବେ ଆପଣ ଭାବୁଥିବେ ଅଚାନକ ଭାରତ କିପରି ଦୁନିଆରେ ଦେଖା ଦେଇଥିବା ଏହି ସମସ୍ୟାର ସମାଧାନ କରିବ ? ଋଷ ଓ ୟୁକ୍ରେନ ଯୁଦ୍ଧର ପ୍ରଭାବ ଆଉ କିଛି ମାସ ପରେ ଦୁନିଆରେ ଦେଖିବାକୁ ମିଳିବ ଯେତେବେଳେ ଅନେକ ଦେଶରେ ଖାଦ୍ଯ ଅଭାବ ଦେଖାଦେବ । ଋଷ ଓ ୟୁକ୍ରେନ ହେଉଛନ୍ତି ବିଶ୍ବକୁ ଗହମ, ମକା ଓ ସୂର୍ଯ୍ୟମୁଖ୍ୟ ତେଲ ଯୋଗଉଥିବା ସବୁଠୁ ବଡ ଉତ୍ପାଦକ ।

କିନ୍ତୁ ଚଳିତ ବର୍ଷ ଯୁଦ୍ଧ ଯୋଗୁଁ ଚାଷ କାର୍ଯ୍ୟ ହୋଇପାରିବ ନାହିଁ । ଏକ ଆକଳନ ଅନୁସାରେ ଆଗକୁ ବିଶ୍ବରେ ୨୦ରୁ ୩୦ ପ୍ରତିଶତ ଗହମ ଚାଷ କମିଯିବ । ଭାରତ ଗହମ ଉତ୍ପାଦନରେ ଦୁନିଆରେ ଦ୍ଵିତୀୟ ସ୍ଥାନରେ ରହିଛି । ଚଳିତ ବର୍ଷ ପଞ୍ଜାବ, ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶ ଆଦି ରାଜ୍ୟରେ ପ୍ରଚୁର ପରିମାଣରେ ଗହମ ଅମଳ କରାଯାଇଛି । ସେଥିପାଇଁ ଖାଦ୍ଯ ସଙ୍କଟକୁ ଏଡାଇବା ପାଇଁ ଏବେ ଦୁନିଆର ନଜର ଭାରତ ଉପରେ ରହିଛି ।

ତେଣୁ ପ୍ରଧାନମନ୍ତ୍ରୀ ଇସାରା ଦେଇଛନ୍ତି କି ଯଦି WTO ଚାହିଁବ ତେବେ ଭାରତ ବିପୁଳ ସଂଖ୍ଯାରେ ବିଶ୍ଵର ଅନେକ ଲୋକଙ୍କ ପେଟ ଭରିବା ପାଇଁ ଖାଦ୍ୟ ଯୋଗାଇ ଦେବ । ଯାହା ଭାରତ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।