ପୁରୁଷୋତ୍ତମ ଏକ୍ସପ୍ରେସ ଡ୍ରାଇଭରଙ୍କ ବଡ ବୟାନ, ଆଦିତ୍ୟଙ୍କୁ ଧକ୍କା ଦେଇ ନାହିଁ ଟ୍ରେନ, ତ କେମିତି…

ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ ନୂଆ ଏକ ରୋଚକପୂର୍ଣ ତଥ୍ୟ ସାମ୍ନାକୁ ଆସିଛି । ଯାହା ଏହି ମାମଲାକୁ ଏକ ନୂତନ ଦିଗକୁ ନେଇ ଯାଉଛି । ଯେମିତି କି ସମସ୍ତେ ଜାଣିଛନ୍ତି କି ଆଦିତ୍ୟ ଦାସ ଟ୍ରେନ ସାମ୍ନାରେ ଆତ୍ମହତ୍ୟା କରିଛନ୍ତି । କିନ୍ତୁ ଏହା କେତେ ଦୂର ପର୍ଯ୍ୟନ୍ତ ସତ ଅଟେ ଏହା କାହାକୁ ବି ଜଣା ନାହିଁ । କିନ୍ତୁ ବର୍ତ୍ତମାନ ସମୟରେ ଆଦିତ୍ୟ ଦାସଙ୍କୁ ଧକା ମାରିଥିବା ପୁରୁଷୋତ୍ତମ ଟ୍ରେନର ଡ୍ରାଇଭର ଏକ ବଡ ବୟାନ ସାମ୍ନାକୁ ଆସୁଛି ।

ଯାହାକୁ ନେଇ ବର୍ତ୍ତମାନ ଚାଞ୍ଚଲ୍ୟ ଖେଳି ଯାଇଛି । ଡ୍ରାଇଭରଙ୍କ କହିବା ଅଟେ କି ଘଟଣା ଦିନ ତାଙ୍କର ଟ୍ରେନ କାହାକୁ ବି ଧକା ଦେଇ ନାହିଁ । ସେହି ସମୟରେ ଅନ୍ୟ ଏକ ପାର୍ସଲ ଟ୍ରେନ ଓ ମାଲଗାଡି ଟ୍ରେନ ସେହି ଷ୍ଟେସନ ଦେଇ ଅତିକ୍ରମ କରିଥିଲା । ହୋଇପାରେ ସେହି ଟ୍ରେନ ଗୁଡିକ ମଧ୍ୟରୁ କେହି କାହାକୁ ଧକା ମାରି ପାରନ୍ତି । କିନ୍ତୁ ତାଙ୍କ ଟ୍ରେନ କୌଣସି ବି ବ୍ୟକ୍ତିକୁ ଧକା ମାରି ନାହିଁ ।

ଯଦି ବି ତାଙ୍କ ଟ୍ରେନ ଧକା ମାରିଥାନ୍ତା ତେବେ ସେ ଷ୍ଟେସନରେ ତାହାର ରିପୋର୍ଟ ଦେଇଥାନ୍ତେ । ମିଡିଆ ରିପୋର୍ଟର ସହ କଥାବାର୍ତ୍ତା କରି ପୁରୁଷୋତ୍ତମ ଏକ୍ସପ୍ରେସ ର ଡ୍ରାଇଭର ବିଷ୍ଣୁ ଚରଣ ସେଠି ଏହିଭଳି ବୟାନ ଦେଇଛନ୍ତି । ଆପଣଙ୍କୁ କହିଦେଉଛୁ କି ଗତ ସପ୍ତାହରେ ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତ ଶରୀର ଲିଙ୍ଗରାଜ ଷ୍ଟେସନ ନିକଟରୁ ମିଳିଥିଲା । ଏହା ହତ୍ୟା କିମ୍ବା ଆତ୍ମହତ୍ୟା ଅଟେ ଏହା ଏକ ରହସ୍ୟ ହୋଇ ରହିଛି ।

ଘଟଣାରେ ପୋଲିସ ଆଦିତ୍ୟଙ୍କ କିଛି ବନ୍ଧୁଙ୍କୁ ଜେରା ବି କରିସାରିଛନ୍ତି ଓ ବହୁତ ଜଲ୍ଦି ତାଙ୍କର ପତ୍ନୀ ବିଦ୍ୟାଶ୍ରୀଙ୍କୁ ଜେରା କରା ଯାଇ ପାରେ । ଏହା ସହିତ ତାଙ୍କର ସୁସାଇଡ ନୋଟର ବି ଯାଞ୍ଚ ଚାଲିଛି । ଏହା ସହିତ ପୋଲିସ ଟ୍ରେନର ଉଚ୍ଚ ଅଧିକାରୀ ଓ ଡ୍ରାଇଭରଙ୍କୁ ବି ଏହି ମାମଲା ସମ୍ବନ୍ଧିତ ସୂଚନା ହାସଲ କରିବା ପାଇଁ ଜେରା କରି ପାରନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।