ସୁସାଇଡ ନୁହେଁ ମର୍ଡର, ସୁଶାନ୍ତ ସିଂ ରାଜପୁତ ଙ୍କର କେସରେ ହେଲା ବଡ ଖୁଲାସା, ରାତି ୩:୩୦ ବେଳେ ହିଁ ହେଇଯାଇଥିଲା ତାଙ୍କ ମୃତ୍ୟୁ

ସୁଶାନ୍ତ ସିଂହ ରାଜପୁତ ଙ୍କର ଆତ୍ମହତ୍ୟା କି ହତ୍ୟା ଏକ ମାସରୁ ଅଧିକା ହେଲାଣି ଏପର୍ଯ୍ୟନ୍ତ ସେହି ମାମଲାରେ କିଛି ବଦଳିଲା ନାହିଁ, ମୁମ୍ବାଇ ପୁଲିସ ବାରମ୍ବାର ଏହି ମାମଲାରେ ଖୋଜାଖୋଜି କରିସାରିଲାଣି କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ହାତରେ କିଛି ବି ସୂତ୍ର ମିଳି ନାହିଁ। ଅନ୍ୟପଟେ ସୁଶାନ୍ତ ସିଂ ରାଜପୁତଙ୍କର ଛୋଟ ବେଳର ସାଙ୍ଗ ବିଶାଳ ସିଂହ ଗୋଟେ ପ୍ରକାର ରହସ୍ୟ କହିଛନ୍ତି ।

ବିଶାଳ ସିଂହ କେବଳ ସୁଶାନ୍ତ ସିଂହଙ୍କ ର ପିଲା ଦିନର ସାଙ୍ଗ ନୁହନ୍ତି ତଥା ସେ ସୁଶାନ୍ତ ସିଂହଙ୍କର ସ୍କୁଲ ସାଙ୍ଗ ସହିତ ସେ ତାଙ୍କର ପଡୋଶୀ ମଧ୍ୟ ଥିଲେ । ବିଶାଳ କିଛି ଏମିତି କଥା କହିଛନ୍ତି ଯାହା କି ସୁଶାନ୍ତ ଙ୍କର ହତ୍ୟା କି ଆତ୍ମାହତ୍ୟା ଉପରେ ବହୁତ କିଛି ପ୍ରଶ୍ନ ଆସୁଛି ।

ରାତ୍ରି ପ୍ରାୟ ୩:୩୦ ବେଳେ ହିଁ ହେଇଯାଇଥିଲା ସୁଶାନ୍ତ ସିଂହ ରାଜପୁତଙ୍କର ମୃତ୍ୟୁ

ଅନୁସନ୍ଧାନ ଅନୁଯାୟୀ ସୁଶାନ୍ତ ସିଂହ ସକାଳୁ ଉଠିବା ପରେ ଘରୁ ବାହାରକୁ ଯାଇଥିଲେ ଫଳଜୁସ ଆଣିବାକୁ, ଫଳଜୁସ ଆଣିବା ପରେ ସେ ତାଙ୍କ ଘରକୁ ଫେରି ନିଜ ଘରର ଭିତରୁ ତାଲା ପକେଇଥିଲେ ଏବଂ ସେ ନିଜକୁ ଫାସିଦେଲେ । କିନ୍ତୁ ସୁଶାନ୍ତ ସିଂହଙ୍କର ସାଙ୍ଗ ବିଶାଳ ଙ୍କର କହିବା ଅନୁସାରେ ଚାକର ଦ୍ଵାରା ଶୁଣିଥିବା ସୁଶାନ୍ତ ସିଂହଙ୍କର ସକାଲେ ଫଳଜୁସ ଆଣିବାକୁ ଯାଇଥିଲେ ବୋଲି ସେ ପୁରା ମିଛ ଥିଲା । କାରଣ ତାଙ୍କର ମୁର୍ତ ରାତ୍ରି ପ୍ରାୟ ୩:୩୦ ବେଳେ ହିଁ ହେଇଯାଇଥିଲା । ବିଶାଳଙ୍କର କହିବା ଅନୁସାରେ ସୁଶାନ୍ତ ସିଂହଙ୍କ ପରିବାରର ସଦସ୍ୟ ହିଁ ତାଙ୍କୁ ଏହା କହିଛନ୍ତି । ବୋଧେ ଏହି ଖବର ସୁଶାନ୍ତ ସିଂହଙ୍କର ପୋଷ୍ଟମର୍ଟମ ରିପୋର୍ଟ ରୁ ବି ଜଣାପଡିଛି ।

ସୁଶାନ୍ତ ସିଂ ର ଚାକର ପାଖରୁ ମିଳିଲା ୨୨ ଲକ୍ଷ ଟଙ୍କା

ଏହା ସହିତ ବିଶାଳ ମଧ୍ୟ କହିଛନ୍ତି ସୁଶାନ୍ତ ସିଂ ଙ୍କ ଚାକର ଉପରେ ବି ବହୁତ କିଛି ପ୍ରଶ୍ନ ଉଠିଛି, ବିଶାଳ କହିଛନ୍ତି କି ସୁଶାନ୍ତ ସିଂ ର ଚାକର ପାଖରୁ ୨୨ ଲକ୍ଷ ଟଙ୍କା ମିଳିଥିଲା । ଯାହା ବିଷୟରେ କିଛି ବି ପ୍ରଶ୍ନ ଉଠାଗଲା ନାହିଁ ମୁମ୍ବାଇ ପୁଲିସ ଦ୍ଵାରା ଏହାକୁ ଦବେଇଦେଇଯାଇଛି । ବିଶାଳ କହିଛନ୍ତି ଯେ ତାଙ୍କ ଚାକର ନିକଟରୁ ଏତେ ଟଙ୍କା ଆସିଲା କେମିତି ଏବଂ ଏହାର ଅନୁସନ୍ଧାନ କାହିଁକି କରାଗଲା ନାହିଁ ।

ଅନ୍ଡର ୱାର୍ଲ୍ଡ ରୁ ସୁଶାନ୍ତ ସିଂଙ୍କ ଙ୍କ ପରିବାର କୁ ମିଳୁଛି ଧମକ

ବିଶାଲ କହିଛନ୍ତି ଯେ ସୁଶାନ୍ତ ସିଂଙ୍କ ପରିବାର ଓ ମୁମ୍ବାଇ ପୁଲିସ ଅନ୍ଡର ୱାର୍ଲ୍ଡ ଚାପରେ ଅଛନ୍ତି, ଯେଉଁଥି ପାଇଁ କି ସେ ଆଗକୁ ଆସୁନାହାନ୍ତି, ଯେଉଁ ଲୋକମାନେ ସୁଶାନ୍ତ ସିଂ ମାମଲାରେ ତଦନ୍ତ ଦାବି କରୁଥିଲେ ସେଥିରୁ କେତେକଙ୍କର ଫେସବୁକ ଆକାଉଣ୍ଟ କୁ ବନ୍ଧ କରି ଦିଯାଇଥିଲା । ବିଶାଳ କହିଛନ୍ତି ଯେ ତାଙ୍କ ପାଖରେ ଏପରି ଏକ ଇନପୁଟ ଅଛି ଯେଉଁଥିରେ ମୁମ୍ବାଇ ପୁଲିସ ର ପୋଲ ଖୋଲିପାରେ ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।