ଟ୍ରେନ ତଳେ ପଡିଗଲେ ମହିଳା ଆଉ ଶିଶୁ, ଆଉ ତା’ପରେ ହେଲା ଯେଉଁ ଚମତ୍କାର, ଆପଣ ବି ଦେଖିଲେ ନିଜ ଆଖିକୁ ବିଶ୍ଵାସ କରି ପାରିବେନି, ଦେଖନ୍ତୁ ଭାଇରାଲ Video

“ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ”- ଏହି ଉକ୍ତି ଟି ଆପଣ ନିଶ୍ଚୟ ଶୁଣିଥିବେ । ଆଜି ଆମେ ଆପଣଙ୍କୁ ଏପରି ଏକ ଚାମଟକାର ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଜାଣିଲେ ଆପଣ ବି ଏହି ଉକ୍ତିର ମହତ୍ଵ ଆପେ ଆପେ ଆପେ ବୁଝିଯିବେ । ଘଟଣା ଟି ଗୋଟୋ ଦିନ ପୂର୍ବର ଜମାଲପୁରର ମଣ୍ଡଲ ଷ୍ଟେସନ ପ୍ଲାଟଫର୍ମ ନମ୍ବର.୧ ର ଅଟେ । ଯେଉଁଠାରେ ଜଣେ ମହିଳା ଏବଂ ତାଙ୍କ ଛୋଟ ଶିଶୁର ଜୀବନ ମାତ୍ର ଅଳ୍ପକେ ବର୍ତ୍ତି ଯାଇଛି ।

ଗତ ୩ ସେପ୍ଟେମ୍ବର ଦିନ ସନ୍ଧ୍ଯା ପ୍ରାୟ ୪:୩୮ ସମୟରେ ଲୋକମାନ୍ୟ ତିଳକ ଟ୍ରେନ ଷ୍ଟେସନରୁ ଭାଗଲପୁରକୁ ଯିବାକୁ ବାହାରିବା ସମୟରେ ଜଣେ ମହିଳା ତାଙ୍କ ଛୋଟ ଶିଶୁକୁ ଧରି ଟ୍ରେନରୁ ଓହ୍ଲାଇବାକୁ ଚେଷ୍ଟା କରୁଥିଲେ । ଚଳନ୍ତା ଟ୍ରେନରୁ ଓହ୍ଲାଇବା ସମୟରେ ସେ ସନ୍ତୁଳନ ହରାଇ ପ୍ଲାଟଫର୍ମ ଏବଂ ଟ୍ରେନ ମଧ୍ୟରେ ଥିବା ଫାଙ୍କରେ ଗଳି ଟ୍ରେନ ତଳକୁ ଚାଲି ଯାଇଥିଲେ । ସେହିପରେ ପ୍ଲାଟଫର୍ମରେ ଉପସ୍ଥିତ ଥିବା ଆରପିଏଫ ଓ ଜିଆରପି ଷ୍ଟାଫଙ୍କ ଦ୍ଵାରା ମହିଳାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରା ଯାଇଥିଲା ।

କିନ୍ତୁ ସେତେବେଳକୁ ମହିଳା ଶିଶୁ ସହ ଟ୍ରେନ ତଳକୁ ଚାଲି ଯାଇଥିଲେ । ଏଭଳି ଏକ ଭୟଙ୍କର ହୃଦୟ ବିଦାରକ ଦୃଶ୍ୟ ଦେଖି ଷ୍ଟେସନରେ ଖୁବ କୋଳାହଳ ହୋଇଥିଲା । ମହିଳା ଓ ତାଙ୍କ ଶିଶୁ ଟ୍ରେନ ଚକା ତଳେ ଆସି ଯାଇଥିବେ ଆଶଙ୍କା କରି ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ ଡରି ଯାଇଥିଲେ । ଘଟଣାସ୍ଥଳରେ ଅନେକ ଲୋକ ଭିଡ ଜମେଇଥିଲେ ।

କିନ୍ତୁ ଭଗବାନଙ୍କ ଯୋଜନା କିଛି ଅନ୍ୟ ଥିଲା । ଏଭଳି ଏକ ଭୟଙ୍କର ଦୁ-ର୍ଘ-ଟ-ଣା ଘଟିବା ସତ୍ତ୍ୱେ ମହିଳା ଓ ତାଙ୍କ ଶିଶୁକୁ କିଛି ହୋଇ ନଥିଲା । ଟ୍ରେନର ଅଧା ବଗି ମହିଳା ଓ ତାଙ୍କ ଶିଶୁଙ୍କ ଉପର ଦେଇ ଯିବା ସମୟରେ କୋଳାହଳ ଦେଖି ଆରପିଏଫ ପୋଲିସ ସତର୍କ ହୋଇ ଯାଇଥିଲେ ଓ ଟ୍ରେନ ଅଟକାଇ ଦେଇଥିଲେ । ମହିଳା ଓ ତାଙ୍କ ଶିଶୁକୁ ସୁରକ୍ଷିତ ଭାବେ ଟ୍ରେନ ତଳୁ ଉଦ୍ଧାର କରା ଯାଇଥିଲା । ତେବେ ଏହି ସମୟରେ ମହିଳାଙ୍କୁ ଅଳ୍ପ ବହୁତ ଆ-ଘା-ତ ଲାଗିଥିଲା ।

ଆହତ ମହିଳା ଜଣଙ୍କ ହେଉଛନ୍ତି ହବାଚନ୍ଦ୍ର ଟୋଲା ସୂର୍ଯ୍ୟଗଢା ନିବାସୀ ବିଲା ମହତୋଙ୍କ ପତ୍ନୀ ୩୫ ବର୍ଷୀୟ ପାରୋ ଦେବୀ ଅଟନ୍ତି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।