ପାନପତ୍ର (Betel leaves) ଖାଉଛନ୍ତି କି ? ଜାଣନ୍ତୁ କିଛି ଭୟଙ୍କର କଥା (Health Tips)

ଆମ ଦେଶରେ ପାନପତ୍ରର ଚାହିଦା ଖୁବ ରହିଛି । ସଉକ ପାଇଁ ହେଉ ବା ପୂଜାରେ ପାନପତ୍ରର ବ୍ୟବହାର ବହୁଳ ମାତ୍ରାରେ କରାଯାଏ । ଅନେକ ଧର୍ମ ସଂସ୍କାର କାର୍ଯ୍ୟ ସବୁ ପାନପତ୍ର ବିନା ସମ୍ଭବ ନୁହେଁ । ଭୋଜନ ପରେ ହେଉ ବା କାର୍ଯ୍ୟ କରିବା ସମୟରେ ପାନ ଚୋବେଇବାକୁ ଲୋକେ ଖୁବ ଭଲ ପାଆନ୍ତି । କିନ୍ତୁ ଏହି ପାନପତ୍ର ଅନେକ ରୋଗର ଔଷଧ ବୋଲି ଖୁବ କମ୍ ଲୋକ ଜାଣିଛନ୍ତି । ଆଜି ଆମେ ଆପଣଙ୍କୁ ପାନପତ୍ରର କିଛି ଉପକାରିତା ବିଷୟରେ କହିବାକୁ ଯାଉଛୁ ।

ପାଇରିଆ ଭଳି ପାଟି ରୋଗୀ ମାନଙ୍କ ପାଇଁ ପାନପତ୍ର ଖୁବ ଲାଭକାରୀ ଅଟେ । ପାଇରିଆ ସମସ୍ଯା ଥିଲେ ପାନପତ୍ର ସହ କର୍ପୁର ମିଶାଇ ଖାଇଲେ ଏହି ରୋଗରୁ ଉପଶମ ମିଳିଥାଏ । କିନ୍ତୁ ମାନେ ରଖନ୍ତୁ ଏହି ଛେପକୁ ଢୋକିବେ ନାହିଁ । ପାନପତ୍ରରେ କିଛି ଏପରି ତତ୍ତ୍ଵ ରହିଛି ଯାହା ବ୍ୟାକ୍ଟେରିଆଙ୍କୁ ମାରି ଦେଇଥାଏ ଓ ମୁଖ ଦୁର୍ଗନ୍ଧ ମଧ୍ୟ ଦୂର କରିଥାଏ । ଯଦି ଆପଣଙ୍କୁ କାଶ ହେଉଛି ତେବେ ହଳଦୀ ଖଣ୍ଡକୁ ଗରମ କରି ପାନ ସହ ଚୋବାନ୍ତୁ ।

ଯଦି ତଥାପି କାଶ କମୁନାହିଁ ତେବେ ହଳଦୀ ସହ ଜୁଆଣୀ ମଧ୍ୟ ମିଶାଇ ଚୋବାନ୍ତୁ । ଦେଖିବେ କାଶ ସମସ୍ଯା ଭଲ ଆହୋଇଯିବା । ସେହିପରି ଥଣ୍ଡା ଧରିଥିଲେ ପାନ ସହ ଗୋଟିଏ ଲବଙ୍ଗ ମିଶାଇ ଚୋବାଇ ଖାଆନ୍ତୁ । ଦେଖିବେ ଥଣ୍ଡା ଶୀଘ୍ର ଭଲ ହୋଇଯିବ ।

କିଡନୀ ସମସ୍ଯା ଥିବା ଲୋକେ ସକାଳେ ଏବଂ ସନ୍ଧ୍ଯାରେ ପାନ ନିହାତି ଚୋବାଇ ଖାଆନ୍ତୁ । ପାନ ଆମ ପେଟର ଆବର୍ଜନାକୁ ସଫା କରିବାରେ ସାହାଯ୍ୟ କରେ ଏବଂ ଏହା ଦ୍ଵାରା କିଡନୀର କାର୍ଯ୍ୟ କ୍ଷମତା ମଧ୍ୟ ବୃଦ୍ଧି ପାଇଥାଏ । ଶ୍ଵାସରୋଗୀ ମାନଙ୍କ ପାଇଁ ମଧ୍ୟ ପାନପାତ୍ର ଖୁବ ଉପଯୋଗୀ ଅଟେ । ପାନପାତ୍ରରୁ ତେଲ କାଢି ସେହି ତେଲରେ ଏକ ମାସ ପର୍ଯ୍ୟନ୍ତ ଶରୀରକୁ ମାଲିସ କରନ୍ତୁ । ଦେଖିବେ ଶ୍ଵାସରୋଗରୁ ନିଶ୍ଚୟ ଉପଶମ ପାଇବେ । ଅନେକ ଲୋକଙ୍କୁ କମ୍ ପରିସ୍ରା ହେବା ଦ୍ଵାରା ସେମାନେ ଅନେକ ପ୍ରକାରର ପେଟରୋଗର ଶିକାର ମଧ୍ୟ ହୋଇଥାନ୍ତି ।

ଏହି ସମସ୍ଯାରୁ ମୁକ୍ତି ପାଇବା ପାଇଁ ଆପଣ ପାନପତ୍ରରୁ ରସ ବାହାର କରି ପତଳା କ୍ଷୀର ସହ ସେବନ କରନ୍ତୁ । ପାନପତ୍ରରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଆମ ତ୍ଵଚା ପାଇଁ ଖୁବ ଉପଯୋଗୀ ଅଟେ । ଏହା ତ୍ଵଚାର ରଙ୍ଗରେ ପରିବର୍ତ୍ତନ କରିବା ସହ ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ । ଏହା ମ ରକ୍ତକୁ ପରିଷ୍କାର କରି ବ୍ରଣ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ପାନ ସେବନ କରିବା ଦ୍ଵାରା କାମଭାବନା ଜାଗ୍ରତ ହୋଇଥାଏ । ସେଥିପାଇଁ ପୁରୁଷମାନେ ଏହା ସେବନ କରିବା ଦ୍ଵାରା ନିଜ ସଙ୍ଗିନୀଙ୍କୁ ଅଧିକ ସୁଖ ଦେଇପାରିଥାନ୍ତି ।

ପାନପତ୍ର ଆମ ଖାଦ୍ୟ ହଜମ କରିବାରେ ମଧ୍ୟ ଖୁବ ସାହାଯ୍ୟ କରେ ଓ ଗ୍ଯାସ ସମସ୍ଯାରୁ ମଧ୍ୟ ରକ୍ଷା କରେ । ପାନ ଆମ ପାଚନତନ୍ତ୍ର ଏବଂ କିଡନୀ ପାଇଁ ଖୁବ ଉପଯୋଗୀ ଅଟେ । ଖାଦ୍ୟ ହଜମ କରିବା ପାଇଁ ଏହା ଯଥେଷ୍ଟ ଲାଳ ମଧ୍ୟ ସୃଷ୍ଟି କରିଥାଏ । ପାନପତ୍ରକୁ ଘା’ରେ ଲଗାଇବା ଦ୍ଵାରା ଘା ମଧ୍ୟ ଶୀଘ୍ର ଶୁଖିଯାଏ । ଅଧିକ ଥଣ୍ଡା ଲାଗୁଥିଲେ ଆପଣ ପାନପାତ୍ରରେ ଅଳ୍ପ ମହୁ ମିଶାଇ ଚୋବାନ୍ତୁ ।

କମ୍ ଭୋକ ହେଉଥିବା ଲୋକ ପାନପାତ୍ର ସେବନ କଲେ ସେମାନଙ୍କ ଭୋକ ମଧ୍ୟ ବଢିଥାଏ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।