ବର୍ତ୍ତମାନର ମୁଖ୍ୟ 12 ଟି ଖବର

୧-ଆଜିର ୭୪ ତମ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତାର ସପ୍ତମ ଥର ଲାଲ୍‌କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ଉଦ୍‌ବୋଧନ କରିଛନ୍ତି ।

୨-ଆଜି ଭୁବନେଶ୍ୱର ପ୍ରଦର୍ଶନୀ ପଡିଆ ଠାରେ ରାଜ୍ୟସ୍ତରୀୟ ଉତ୍ସବରେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୩-ଦେଶବାସୀଙ୍କୁ ରାଷ୍ଟ୍ରପତି କୋବିନ୍ଦ ଙ୍କ ଉଦ୍‌ବୋଧନ : କହିଲେ କରୋନା ଯୋଦ୍ଧାଙ୍କ ନିକଟରେ ସାରା ଦେଶ ଋଣୀ ।

୪-ଲଘୁଚାପ ସକ୍ରିୟ, ଫଳରେ ଆଗାମୀ ୩ ଦିନ ଯାଏ ଜିଲ୍ଲାର ବିଭିନ୍ନ ସ୍ଥାନ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ।

୫-ରାଜ୍ୟର ୧୪ ଜଣ ପୁଲିସ ଅଧିକାରୀ ପାଇବେ ପୁଲିସ ପଦକ, ସେମାନଙ୍କ ମଧ୍ୟରୁ ବିଶିଷ୍ଟ ସେବା ପାଇଁ ୨ ପୁଲିସ ଅଧିକାରୀଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ ।

୬-ସହରରେ ନିର୍ମାଣ ହେବ ଉଚ୍ଚ କୋଠାଘର । ବଢୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ନିୟମ କୋହଳ କଲେ ସରକାର, ୮ଟି ଗୃହ ଥିବା କୋଠାକୁ କୁହାଯିବ ଆପାର୍ଟମେଣ୍ଟ । ପୁରୁଣା ଘରର ନବୀକରଣ ପାଇଁ ଦରକାର ନାହିଁ ଅନୁମତି, ରିୟଲ ଇଷ୍ଟେଟରେ ଅଧିକ ପୁଞ୍ଜିନିବେଶ ପାଇଁ ଖୋଲିଲା ବାଟ ।

୭-ଏଣିକି ଟାଟା ପାୱାର ଅଧୀନରେ କାର୍ଯ୍ୟ କରିବେ ସେସୁର ସମସ୍ତ ନିୟମିତ ଓ ଠିକାଶ୍ରମିକ । ଏ ନେଇ ବିଦ୍ୟୁତ କର୍ମଚାରୀ ମହାସଂଘ ସଭାପତି ସୁବାସ ସିଂହଙ୍କ ସୂଚନା ।

୮-ଏଣିକି ଜାହାଜ ଚଳାଚଳ ଉପରେ ଟିକସ ୭୦% ହ୍ରାସ ପାଇବ । କେନ୍ଦ୍ର ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ସୂଚନା ।

୯-ମାତ୍ର ମାସକ ମଧ୍ୟରେ ୨୩ ଲକ୍ଷ ପିପିଇ କିଟ ରପ୍ତାନି କରି ବିଶ୍ଵ ବଜାରରେ ଭାରତ ଜାହିର କଲା ନିଜର ସ୍ଥିତି ।

୧୦-ସର୍ବାଧିକ କୋଭିଡ୍ ନମୁନା ପରୀକ୍ଷାରେ ଦେଶର ପ୍ରଥମ ପାଞ୍ଚଟି ରାଜ୍ୟ ମଧ୍ୟରେ ଓଡିଶାର ସ୍ଥାନ ପଞ୍ଚମ ।

୧୧-ମୁକେଶ ଖୋଜୁଛନ୍ତି ରିଲାଏନ୍ସ ଏମ୍ପାୟାରର ଉତ୍ତରାଧିକାରୀ, ଫ୍ୟାମିଲି କାଉନସିଲ୍ ନେବେ ନିଷ୍ପତ୍ତି ।

୧୨-ଏଣିକି ଚାଇନା ଉପରେ ରହିବ ନଜର ରଖିବା ପାଇଁ, ନୌସେନା କିଣିବ ୧୦ ଡ୍ରୋନ ।

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।