Motivational Quotes- ଜୀବନରେ ଆଗକୁ ବଢିବାକୁ ଚାହୁଁଥିଲେ ଜାଣି ନିଅନ୍ତୁ ଏହି କଥା, ସବୁ ସମସ୍ୟା ହେଇଯିବ ଦୁର

ଆଜି ଆମେ ଆପଣଙ୍କ ପାଇଁ ନେଇଆସିଛୁ କିଛି ବଡ଼ ଲୋକ ମାନଙ୍କ କୋଟେଶନ ବା ଉଦାହରଣ ଯାହା ଦ୍ଵାରା ଆପଣ ନିଜ ଜୀବନରେ ବହୁତ ଆଗକୁ ବଢିପରିବେ । ଏହା ଦ୍ଵାରା ଆପଣ ଆପଣଙ୍କ ଜୀବନରେ ଆସୁଥିବା ସମସ୍ୟାକୁ ମଧ୍ୟ ବହୁତ ସହଜରେ ସାମ୍ନା କରିପାରିବେ । ଯାହା ଦ୍ଵାରା ଆପଣଙ୍କ ଆଗାମୀ ସମୟ ଖୁବ ଆନନ୍ଦମୟ ହେବ । ତେବେ ଚାଲନ୍ତୁ ଜାଣିବା ।

ଏ ପି ଜେ ଅବଦୁଲ କଲାମ:-

ଯେଉଁ ଜିନିଷ ଜଲ୍ଦୀ ମିଳିଥାଏ ତାହା ବେଶୀ ଦିନ ପର୍ଯ୍ୟନ୍ତ ଚାଲି ନଥାଏ ଆଊ ଯେଉଁ ଜିନିଷ ବେଶି ଦିନ ପର୍ଯ୍ୟନ୍ତ ଚାଲିଥାଏ ତାହା କେବେ ମଧ୍ୟ ଜଲ୍ଦୀ ମିଳେ ନାହିଁ ।

ଥୋମାସ ଏଡ଼ିସନ:-

ଆମର ସବୁଠାରୁ ବଡ଼ ଦୁର୍ବଳତା ଅଧା ରାସ୍ତାରେ ହାର ମାନିନେବା ହୋଇଥାଏ । ସଫଳ ହେବାର ଉପାୟ ଅଟେ କି ଆଊ ଥରେ ନିଶ୍ଚିତ ଚେଷ୍ଟା କରିବା ଦରକାର ।

ବୃଷଲି:-

ଯଦି ତୁମେ କେଉଁ ଜିନିଷ କରିବାକୁ ବହୁତ ସମୟ ଲଗାଉଛ ତେବେ ତୁମେ କେବେ ମଧ୍ୟ ସେହି କାମ କରିପାରିବ ନାହିଁ ତେଣୁ ବୁଦ୍ଧିମତା ଏଥିରେ ରହିଛି କି ଭାବିକି ନିଜ ସମୟ ନଷ୍ଟ କରନାହିଁ ବରଂ ଆଜି ଠାରୁ ସେହି କାମରେ ଲାଗିପଡ଼ ।

ରତନ ଟାଟା:-

ମୁଁ ଠିକ ନିଷ୍ପତି ନେବା ଉପରେ ବିଶ୍ୱାସ କରେ ନାହିଁ ବରଂ ନିଷ୍ପତି ନେଇ କି ତାହାକୁ ଠିକ ବୋଲି ପ୍ରମାଣ କରିଥାଏ ।

ରବୀନ୍ଦ୍ରନାଥ ଟାଗୋର:-

ଯାହା ଜୀବନରେ ଯେତିକି ସମସ୍ୟା ଆସିଥାଏ ସେ ସେତିକି ସଫଳତା ପ୍ରାପ୍ତି କରିଥାଏ କାରଣ ସବୁ ସମସ୍ୟା ନିଜ ସହିତ ଗୋଟେ ମଉକା ନେଇକି ଆସିଥାଏ ।

ସ୍ବାମୀ ବିବେକାନନ୍ଦ:-

ଜଣେ ବ୍ୟକ୍ତି ସ୍ବାମୀ ବିବୋନନ୍ଦଙ୍କୁ ପଚାରିଥିଲେ କି ଆପଣ ଏତେ ବଡ଼ ଅଟନ୍ତି, ଏତେ ଜ୍ଞାନୀ ଅଟନ୍ତି ତଥାପି ତଳେ କାହିଁକି ବସୁଛନ୍ତି ? ସ୍ବାମୀ ବିବେକାନନ୍ଦ କହିଥିଲେ, ତଳେ ବସିଥିବା ବ୍ୟକ୍ତି କେବେ ହେଲେ ବି ପଡ଼ିନଥାଏ ।

ଜ୍ୟାକ ଦିଶୋଜା:-

ଯଦି ଆପଣ ବହୁତ ବଡ଼ ସଫଳତାକୁ ପାଇବାକୁ ଚାହୁଁଛନ୍ତି ତେବେ ଫେଲ ହେବାପାଇଁ ରେଡ଼ି ହୋଇଯାନ୍ତୁ କାରଣ ବାରମ୍ବାର ଫେଲ ହେବାପରେ ହିଁ ନିଜ ଭିତରେ ଥିବା କମି ଜଣାପଡ଼ିଥାଏ, ଆଊ ସେହି କମି କୁ ପୁରଣ କରିବା ପରେ ଆପଣଙ୍କୁ ଦୁନିଆର ସବୁଠାରୁ ବଡ଼ ସଫଳତା ମିଳିଥାଏ ।

ମାର୍କ ଜୁକରବର୍ଗ:-

ଜୀବନର ଯୁଦ୍ଧ ରେ ସବୁବେଳେ ବୁଦ୍ଧିମାନ ବା ଶକ୍ତିଶାଳୀ ବ୍ୟକ୍ତି ଜିତିନଥାଏ ବରଂ ଜିତେ ସିଏ ଯିଏ ଏହା ଭାବେ କି ସେ ଜିତି ପାରିବ ।

ଆଲବର୍ଟ ଆଇନଷ୍ଟାଇନ:-

ପାହାଡ଼ ଚଢ଼ୁଥିବା ବ୍ୟକ୍ତି ସବୁବେଳେ ନଇଁ କି ପାହାଡ଼ ଚଢ଼ିଥାଏ ଆଊ ଓଲହାଇବା ବ୍ୟକ୍ତି ଗର୍ବରେ ଓହ୍ଲାଇଥାଏ । ତେଣୁ ଯେଉଁ ବ୍ୟକ୍ତି ନଉଁଛି ସେ ପାହାଡ଼ ଚଢ଼ୁଛି କିନ୍ତୁ ଯିଏ ଗର୍ବ କରୁଛି ସେ ଖୁବ ଜୋର ସେ ତଳକୁ ଆସିଚାଲିଛି ।

ଆଚାର୍ଯ୍ୟ ଚାଣକ୍ୟ:-

ଯେବେ ବି ଆପଣ କିଛି କରିବାକୁ ଚାହୁଁଛନ୍ତି ଏହି ୩ ଟି ଜିନିଷ ଉପରେ ଧ୍ୟାନ ଦିଅନ୍ତୁ

୧:- କ୍ଷମତା – ଆପଣ ସେହି କାମକୁ କେତେ ଡେରି ପର୍ଯ୍ୟନ୍ତ ନ ଥକି କରିପାରିବ । ଆଊ କେମିତି ନିଜ କାମ କରିବାର କ୍ଷମତା ବଢାଇପାରିବ ।

୨:-ଗତି – ଆପଣ ସେହି କାମକୁ କରିବାକୁ ସରଳ ଉପାୟ ଖୋଜନ୍ତୁ ଯାହାଦ୍ଵାରା ଆପଣ ସେହି କାମକୁ ଜଲ୍ଦୀ କରି ପାରିବେ ।

୩:-ଦିଗ – ଆପଣଙ୍କୁ ଜଣା ରହିବା ଦରକାର କି ଆପଣ ଠିକ ଦିଗ ରେ କାମ କରିଛନ୍ତି କି ନାହିଁ । ଯଦି ନାହିଁ ତେବେ ଆପଣ ହଜିଯିବେ ଆଊ ଆପଣଙ୍କୁ କିଛି ମଧ୍ୟ ଲାଭ ହେବ ନାହିଁ ।

ଏହା ଥିଲା ଜୀବନକୁ ବଦଳାଇବାର କିଛି ଉପାୟ । ଆଶା କରୁଛି ଏହି ଉପାୟ ଆପଣଙ୍କ ଜୀବନରେ ବହୁତ କାମରେ ଲାଗିବ ସହିତ ଆପଣଙ୍କୁ ସଫଳତା ପ୍ରାପ୍ତି କରାଇବ । ଆମ ଆର୍ଟିକେଲ ଭଲ ଲାଗିଥିଲେ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।