Vastu Tips- ଏହି ପଞ୍ଚୋଟି ଜିନିଷକୁ କେବେ ହେଲେ ରଖନ୍ତୁ ନାହିଁ ( ପର୍ସରେ ), ହେବ ସର୍ବନାଶ

ମଣିଷ ନିଜ ଜୀବନରେ ପଇସା ପାଇଁ ସବୁ କିଛି କରିଥାନ୍ତି । ସେଥିପାଇଁ ଆମେ ବାହାରକୁ ଗଲେ ମନିପର୍ସ କିମ୍ବା ଟଙ୍କାଥଳିକୁ ନେଇ ବଜାରକୁ ଯାଇଥାଉ । ଆମେ ଏହି ମନିପର୍ସରେ କିଛି ପଇସା ରଖିବା ସଙ୍ଗେ ସଙ୍ଗେ କିଛି ମୁଲ୍ୟବାନ ଜିନିଷ ମଧ୍ୟ ରଖିଥାଉ । ଆପଣ ଜାଣିଛନ୍ତି କି ଏପରି ପଞ୍ଚୋଟି ଜିନିଷ ଅଛି ଯାହାକୁ ମହିଳା ଓ ପରୁଷ ମାନେ ନିଜ ପର୍ଶରେ ରଖିଲେ କେତେ ଭୟଙ୍କର ହୋଇଥାଏ । ଚାଲନ୍ତୁ ସେହି ପାଞ୍ଚୋଟି ଜିନିଷ ବିଷୟରେ ଜାଣିବା । ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ର ମାନି ଚାଲିଲେ ଆମ ଜୀବନରେ ସବୁ କିଛି ଭଲ ହୋଇଥାଏ ।

ଆପଣ ମାନେ ଜାଣିଥିବେ କିଛି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ବାସ୍ତୁ ଉପରେ ବହୁତ ଧ୍ୟାନ ଦିଆଯାଇଥାଏ । ଘର ଆରମ୍ଭ କରିବାଠାରୁ ଘରର କୌଣସି ଜିନିଷ କିଣିଲା ବେଳେ ବାସ୍ତୁ ଉପରେ ଧ୍ୟାନ ଦିଆଯାଇଥାଏ । ସେହିପରି ଭାବରେ ଆମ ପର୍ସରେ କିଛି ଜିନିଷ ରଖିଲାବେଳେ ତାର ଶୁଭ କିମ୍ବା ଅଶୁଭ ପ୍ରଭାବ ଆମ ଉପରେ ପଡିଥାଏ ଓ ଧନ ହାନି, ଦରିଦ୍ରତା ଓ ଅଭାବ ମଧ୍ୟ ଲାଗି ରହିଥାଏ । ଭୁଲରେ ମଧ୍ୟ  କେବେ ହେଲେ ଏହି କେତୋଟି ଜିନିଷକୁ ଆପଣ ପର୍ଶରେ ରଖନ୍ତୁ ନାହିଁ ।

ମୃତ ବ୍ୟକ୍ତିର ଫୋଟୋ

ଆମେ ନିଜ ପର୍ଶରେ କୌଣସି ମହିଳା କିମ୍ବା କୌଣସି ବ୍ୟକ୍ତିଙ୍କର ଫଟୋକୁ ରଖିଥାଉ । ଆହୁରି ମଧ୍ୟ ଏପରି କିଛି ଜିନିଷ କିମ୍ବା ସ୍ଥିତିକୁ ରଖିଥାଉ ଯାହା ଦ୍ଵାରା ଭାବନାକୁ ଜାଗ୍ରତ ମଧ୍ୟ କରିଥାଏ । କେବେ ହେଲେ ମୃତ ବ୍ୟକ୍ତିର ଫୋଟୋ କିମ୍ବା ତାଙ୍କର କିଛି ସ୍ମୃତିକୁ ଭୁଲରେ କେବେ ବି ପର୍ସ ରେ ରଖନ୍ତୁ ନାହିଁ । ଆପଣ ଜାଣିଥିବେ ମୃତ ବ୍ୟକ୍ତିର ପ୍ରତେକ ଜିନିଷରେ ନକରାତ୍ମକ ଶକ୍ତି ଥାଏ । ସେଥିପାଇଁ ମୃତ ଲୋକଙ୍କର ଜିନିଷ କେବେ ହେଲେ ପର୍ଶରେ ରଖନ୍ତୁ ନାହିଁ ।

ଅଳଙ୍କାର

ବହୁତ କିଛି ନାରୀମାନେ ନିଜର ଅଳଙ୍କାରଙ୍କୁ ସୁରକ୍ଷିତ ରଖିବା ପାଇଁ ନିଜ ପର୍ଶରେ ରଖିଥାନ୍ତି । ମହିଳାମାନଙ୍କର ଅଳଙ୍କାର ସ୍ବଚ୍ଛ ଓ ପବିତ୍ର ହୋଇଥାଏ । ସୁନାରେ କୁବେର ଦେବତା ପୂଜା ପାଇଥାନ୍ତି । ସେଥିପାଇଁ ପର୍ଶରେ ସୁନାର ଅଳଙ୍କାର ରଖିଲେ କୁବେର ଦେବତାଙ୍କୁ ଅସମ୍ମାନ ହୋଇଥାଏ । ସେଥିପାଇଁ ଆପଣଙ୍କ ଜୀବନରେ ଧନ ଜନିତ ସମସ୍ୟା ସୃଷ୍ଟି କରିଥାଏ ।

ଅବ୍ୟବହୃତ ଚିଠା, ବିଲ, ଅନ୍ୟାନ୍ୟ ବସ୍ତୁ

ଆମେ ବହୁତ ସମୟରେ ଅବ୍ୟବହୃତ ବସ୍ତୁ କିମ୍ବା କିଣା ବିକା ଚିଠା ବିଲ ଅନ୍ୟାନ୍ୟ ବସ୍ତୁ ଯାହାର କେବେ ହେଲେ ବ୍ୟବହାର ହୋଇନଥାଏ ତାହାକୁ ପର୍ସ ରେ ରଖିଥାଉ । ପର୍ଶରେ ଏତେ କାଗଜ ରଖିବା ଦ୍ଵାରା ପର୍ସ ପରିପୂର୍ଣ ହୋଇଯାଇଥାଏ । ସେଥିପାଇଁ ଏପରି ଜିନିଷ ଆପଣ ନିଜ ପର୍ସରେ ରଖିବା ଅନୁଚିତ ହୋଇଥାଏ । ଏପରି ଯଦି କରିବେ ପର୍ଶରେ ଧନ କେବେ ହେଲେ ରହି ନଥାଏ ।

ଲୁଚା କୁଚା ଟଙ୍କା

କେବେ ହେଲେ ପର୍ଶରେ ଲୁଚା କୁଚା କିମ୍ବା ଜକାଜକୀ କରି ଟଙ୍କା ରଖନ୍ତୁ ନାହିଁ । ମା ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ । ମା ଲକ୍ଷ୍ମୀଙ୍କର ନିବାସ ଆପଣଙ୍କ ପର୍ସ ରେ ହୋଇଥାଏ ।

ଚିରା କିମ୍ବା ଫଟା ପର୍ଶ

କେବେ ହେଲେ  ଚିରା କିମ୍ବା ଫଟା ପର୍ଶକୁ ବ୍ୟବହାର କରନ୍ତୁ ନାହିଁ । ଏପରି କରିବା ଦ୍ଵାରା ବାସ୍ତୁ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ । ଏହା ଆପଣଙ୍କର ଦରିଦ୍ରତାକୁ ବଢାଇଥାଏ । ଇଚ୍ଛା କରୁଥିଲେ ମଧ୍ୟ ଆପଣଙ୍କ ମନ ପସନ୍ଦର ଜିନିଷ ପାଇନଥାନ୍ତି । ସେଥିପାଇଁ ଆପଣ ସବୁବେଳେ ସ୍ବଚ୍ଛ ଓ ପରିଷ୍କାର ପର୍ଶରେ କିଛି ଟଙ୍କା ସମ୍ପୂର୍ଣ କରି ରଖନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।