ଜୀବନରେ ସ୍ଵର୍ଗ ଭଳି ଖୁସି ପାଇବେ, କେବଳ କରନ୍ତୁ କର୍ପୂରର ଏହି ୯ଟି ଉପାୟ ମଧ୍ୟରୁ କୌଣସି ଗୋଟିଏ

କର୍ପୂର କିମ୍ବା କପୂର ବନସ୍ପତିରୁ ବାହାରିଥିବା ଏକ ଦିବ୍ୟ ତରଳ ପଦାର୍ଥ ଅଟେ । ଏହାକୁ ଭଗବାନଙ୍କ ପାଖରେ ଆରତୀ କରିବା ସମୟରେ ଜଳା ଯାଏ । ଏହା ଦ୍ଵାରା ଚାରିଆଡେ ସୁଗନ୍ଧ ମହକି ଯାଏ । ମନ ଓ ମସ୍ତିଷ୍କକୁ ଶାନ୍ତି ବି ମିଳିଥାଏ । କପୁରକୁ ସଂସ୍କୃତରେ କର୍ପୂର ଓ ଇଂଗ୍ଲିଶରେ କମ୍ପଫେର କୁହାଯାଏ । ବାସ୍ତୁ ଓ ଜ୍ୟୋତିଷ ଶାସ୍ତ୍ରରେ ଏହାର ଉପଯୋଗକୁ ବହୁତ ମହତ୍ଵ ଦିଆଯାଇଛି । କପୂରକୁ ଔଷଧ ରୂପରେ ବି ବ୍ୟବହାର କରିଲେ ବହୁତ ଲାଭ ମିଳିଥାଏ । ଆଜି ଆମେ ଆପଣଙ୍କୁ କହିବୁ କି କିପରି ଆପଣ କପୂରର ବ୍ୟବହାର କରି ସଙ୍କଟ ମୁକ୍ତ ହୋଇ ମାଲାମାଲ ହୋଇଯିବେ ।

ପ୍ରଥମ ଉପାୟ ଯଦି ଘରର ବାସ୍ତୁ ଦୋଷ ଅଛି ତେବେ ଘରର ଯେ କୌଣସି ସ୍ଥାନରେ କପୂର ଦୁଇ ଟିକିଆ ରଖି ଦିଅନ୍ତୁ । ସେହି କପୂର ଯଦି ତରଳି ସମାପ୍ତ ହୋଇଯାଉଛି । ତେବେ ଆଉ ଗୋଟିଏ କପୂରକୁ ସେହି ସ୍ଥାନରେ ରଖି ଦିଅନ୍ତୁ । ଏହିଭଳି ବାରମ୍ବାର କରିଲେ ଘରର ବାସ୍ତୁ ଦୋଷ ସମାପ୍ତ ହୋଇଯିବ ।

ଦ୍ଵିତୀୟ ଉପାୟଟି, ଭାଗ୍ୟ ପରିବର୍ତ୍ତନ କରିବାର ଅଛି ତେବେ ପାଣିରେ କପୂର ତେଲର କିଛି ବୁନ୍ଦା ଢାଳି ସ୍ନାନ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯିବ । ଏଥିରେ କିଛି ବୁନ୍ଦା ଚମେଲି ଫୁଲର ତେଲ ବି ଢାଳି ଦେବେ, ତେବେ ଏହା ଦ୍ଵାରା ରାହୁ, କେତୁ ଓ ଶନିର ଦୋଷ ବି ରହିବ ନାହିଁ । ଏହି ଉପାୟକୁ କେବଳ ଶନିବାର ଦିନ କରନ୍ତୁ ।

ତୃତୀୟ ଉପାୟ, ପୂଣ୍ୟ ପାଇବା ପାଇଁ, ଦେବୀ ଦେବତାଙ୍କ ପାଖରେ କପୂର ଜଳେଇବା ଦ୍ବାରା ଅକ୍ଷୟ ପୂଣ୍ୟ ପ୍ରାପ୍ତି ହୋଇଥାଏ । ସବୁଦିନ ସକାଳ ଓ ସନ୍ଧ୍ୟା ସମୟରେ ପୂଜା କରିବା ସମୟରେ କପୂର ନିଶ୍ଚିତ ଜଳାନ୍ତୁ ।

ଚଥୁର୍ତ ଉପାୟ, ପିତୃ ଦୋଷ ଓ କାଳ ସର୍ପ ଦୋଷର ମୁକ୍ତି ପାଇଁ କର୍ପୁର ଜଲାନ୍ତୁ । ସକାଳ, ସନ୍ଧ୍ୟା ଓ ରାତିରେ ଘୀଅ ଦୀପରେ କପୂର ରଖି ଜଳାନ୍ତୁ । କପୂର ଦୁଇଟା ବାଥରୂମରେ ବି ରଖି ଦିଅନ୍ତୁ ।

ପଞ୍ଚମ ଉପାୟ, ଯଦି ଆପଣ ଆକସ୍ମିକ ଦୁର୍ଘଟଣା ରୁ ବଞ୍ଚିବା ପାଇଁ ଚାହୁଁଛନ୍ତି, କହିବାକୁ ଗଲେ ଏହି ସବୁ ରାହୁ, କେତୁ ଓ ଶନି ଦୋଷ ଦ୍ଵାରା ହୋଇଥାଏ । ଏଥିପାଇଁ ରାତିରେ ହନୁମାନ ଚାଳିଶା ପାଠ କରିବା ପରେ କପୂର ଜଳାନ୍ତୁ । ଯେଉଁ ଘରେ ସକାଳ ଓ ସନ୍ଧ୍ୟା ସମୟରେ କପୂର ଜଳେ ସେହି ସ୍ଥାନରେ କୌଣସି ବି ପ୍ରକାରର ଦୁର୍ଘଟଣା ହୁଏ ନାହିଁ ।

ଷଷ୍ଠ ଉପାୟ, ହେଲା ଧନର ପ୍ରାପ୍ତି ପାଇଁ ଆପଣ ଗୋଲାପ ଫୁଲ ଭିତରେ କପୂର ରଖି ସନ୍ଧ୍ୟା ସମୟରେ ଜଳାନ୍ତୁ ଓ ଏହି ଫୁଲକୁ ଦେବୀ ଦୂର୍ଗାଙ୍କ ପାଖରେ ଚଢେଇ ଦିଅନ୍ତୁ । ଏହି କାର୍ଯ୍ୟକୁ ୪୩ ଦିନ ପର୍ଯ୍ୟନ୍ତ କରନ୍ତୁ । ନବରାତ୍ରି ସମୟରେ ମଧ୍ୟ କରିଲେ ଏହା ଆହୁରି ଲାଭଦାୟକ ହୋଇଥାଏ । ଏହା ଛଡା ରାତିରେ ଶୋଇବା ପୂର୍ବରୁ ରୋଷେଇ ଘରେ ଚାନ୍ଦି ଥାଳିରେ କପୂର ଓ ଲବଙ୍ଗ ଜଳେଇ ଦିଅନ୍ତୁ ।

ଏହିଭଳି କରିବା ଦ୍ଵାରା ଧନଧାନ୍ୟ ପ୍ରାପ୍ତି ହେବ । ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଯଦି ସବୁବେଳେ ଝଗଡା ହେଉଛି ତେବେ ଆପଣ ରାତିରେ ଶୋଇବା ସମୟରେ ସ୍ତ୍ରୀ ନିଜ ସ୍ଵାମୀର ତକିଆ ତଳେ ସିନ୍ଦୁରର ପୁଡିଆ ଓ ସ୍ଵାମୀ ନିଜ ସ୍ତ୍ରୀର ତକିଆ ତଳେ କର୍ପୂର ରଖି ଦିଅନ୍ତୁ । ସକାଳ ହେବା ପରେ ସିନ୍ଦୁରର ପୁଡିଆକୁ ଫୋପାଡି ଦିଅନ୍ତୁ । କପୂରକୁ ତକିଆ ତଳୁ ବାହାର କରି ବେଡରୁମରେ ଜଳେଇ ଦିଅନ୍ତୁ । ଏହିଭଳି କରିବା ଦ୍ଵାରା ଝଗଡା ସୃଷ୍ଟି ହବ ନାହିଁ ।

ଅଷ୍ଟମ ଉପାୟ, ବାହାଘରରେ ଯଦି ବାଧା ଆସୁଛି ତେବେ ୩୬ଟି ଲବଙ୍ଗ ଓ ୬ଟି କପୂର ନେଇ ଯାଆନ୍ତୁ । ଏହା ପରେ ସେଥିରେ ହଳଦୀ ଓ ଅରୁଆ ଚାଉଳ ମିଶ୍ରଣ କରି ଦେବୀ ଦୂର୍ଗାଙ୍କ ପାଖରେ ଜଳେଇ ଦିଅନ୍ତୁ ।

ନବମ ଉପାୟ, ମନ ପସନ୍ଦ ଜମି ଓ ଘର ପାଇବାକୁ ଇଚ୍ଛା ରଖୁଛନ୍ତି ତେବେ ନବରାତ୍ରି ଦିନ ସେହି ସ୍ଥାନରୁ ମାଟି ଆଣି ଏହାକୁ ଗୋଟିଏ କାଚ ବୋତଲରେ ରଖି ଦିଅନ୍ତୁ । ସେଥିରେ କର୍ପୂର ଓ ଗଙ୍ଗା ଜଳ ଦେଇ ପୂଜା ସ୍ଥାନରେ ସ୍ଥାପିତ କରନ୍ତୁ । ନବରାତ୍ରି ଦିନ ବୋତଲ ଆଗରେ ନବାର୍ଣ ମନ୍ତ୍ର ଯାହାକି ‘ଓଁ ହ୍ରୀମ କ୍ଳୀମ ଚାମୁଣ୍ଡାଏ ବିଚେଇ’ ମନ୍ତ୍ରର ପାଞ୍ଚ ଥର ଜପ କରନ୍ତୁ ଏବଂ ସେହି ସ୍ଥାନରେ ସବୁଦିନ ଅଳ୍ପ ଗଙ୍ଗା ଜଳ ଢାଳନ୍ତୁ ।

ନବମୀ ଦିନ ସେହି ଅଙ୍କୁରିତ ଯଅକୁ ବାହାର କରି ଦିଅନ୍ତୁ ଓ ଇଚ୍ଛାଥିବା ଜାଗାରେ ପକାଇ ଦିଅନ୍ତୁ । କାଚ ବୋତଲକୁ ଛାଡି ଆଉ ସବୁ ଜିନିଷକୁ ନଦୀରେ ଭସାଇ ଦିଅନ୍ତୁ । ଦେବୀଙ୍କ କୃପାରେ ଆପଣଙ୍କୁ ମନଇଚ୍ଛା ଘର ମିଳିଯିବ । ଏହା ଥିଲା କର୍ପୂରର ମହତ୍ବପୂର୍ଣ ଉପାୟ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।