ତୋ ବାପାକୁ କହ ଯୌତୁକରେ ମୋତେ କାର୍ ଦେବେ ନ ହେଲେ ତୁ….. ଏମିତି କହି ସ୍ତ୍ରୀକୁ ଦେଉଥିଲେ ନିର୍ଯ୍ୟାତନା !

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ତୋ ବାପାକୁ କହ ଯୌତୁକରେ ଜଗୁଆର କାର ଦେବ , ଏମିତି କହି ସ୍ତ୍ରୀକୁ କରୁଥିଲେ ନିର୍ଯ୍ୟାତନା । ହଁ ଦର୍ଶକବନ୍ଧୁ ଯୌତୁକ ଦାବିରେ ସ୍ତ୍ରୀ କୁ କରୁଥିଲେ ମାନସିକ ଓ ଶାରୀରିକ ସ୍ତରରେ ନିର୍ଯ୍ୟାତନା ଯାହାକୁ ସହି ନ ପାରି ସ୍ତ୍ରୀ ଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣା ଟି ହେଉଛି ଭୁବନେଶ୍ଵର ଡମଣାରୁ ଡାକ୍ତରଙ୍କ ନାମ ହେଲା ତାପସ ରଞ୍ଜନ ସେନାପତି ଯିଏ ପୋଟିଆ ର ଏକ ଘରୋଇ ଡାକ୍ତର ଖାନାରେ କାର୍ଯ୍ୟ କରନ୍ତି ଏବଂ ସ୍ତ୍ରୀ ଚନ୍ଦ୍ର ଶେଖର ପୁରର ଏକ ଘରେଇ ଡାକ୍ତର ଖାନାରେ ଡେନ୍ଟିସ୍ଟ ଅଟନ୍ତି ।

ଉଭୟ ବୈତିକ ରୀତିନୀତି ରେ 2019 ମସିହାରେ  ପ୍ରେମବିବାହ କରିଥିଲେ । ବିବାହ ହେବାର ବର୍ଷେ  ପରେ ଆରମ୍ଭ ହୋଇଥିଲା ଯୌତୁକ ମାଗିବାର ନିର୍ଯ୍ୟାତନା ଓ ମାନସିକ ଯନ୍ତ୍ରଣା । ତାପସ ପତ୍ନୀ ଅଙ୍କିତାଙ୍କୁ କହୁଥିଲେ ତୁ ଯାଇ ତୋ ବାପାଙ୍କୁ କହ ମତେ ଜଗୁଆର କାର ଦେବେ । ନହେଲେ ତୁ ମୋ ପାଖରେ ରହିବୁନୁ ଏଭଳି ଭାବେ ସବୁଦିନ ତାପସ ତାଙ୍କୁ କହୁଥିଲେ ।

ମାତ୍ର ଅଙ୍କିତା ବାପା ଘରକୁ କିଛି କହୁନଥିଲେ କାରଣ ଏତେ ଦାମୀ କାର ଦେବାର ତାଙ୍କଘର ଲୋକେ ସକ୍ଷମ ନ ଥିଲେ । ପ୍ରେମ ବିବାହ କରିଥିବା ତାପସ ମୁଣ୍ଡରେ ଚଢିଥିଲା ଜାଗୁଆର କାର ରେ  ବସି ଡାକ୍ତର ଖାନାକୁ ଯିବାର ନିଶା ତେଣୁ ଅଙ୍କିତା ଯେତେ ବୁଝାଇଲେ ବି ଶୁଣୁନଥିଲେ । ଅଙ୍କିତା ସବୁ ଦିନ ନିର୍ଯ୍ୟାତନା ଦେଉଥିଲେ ଦିନେ ତାପସ ସ୍ତ୍ରୀ ଅଙ୍କିତାଙ୍କ ଠାରୁ ଅଲଗା ହୋଇ ନୀଳାଦ୍ରି ବିହାର ଆପାର୍ଟମେଣ୍ଟ ରହୁଥିଲେ  ।

ସବୁଦିନ ସ୍ତ୍ରୀଙ୍କୁ ଫୋନ କରି ଗାଳି ଗୁଲଜ କରୁଥିଲେ ତାପସ ଏହାକୁ ସହ୍ୟ କରିପାରୁନଥିବା ଅଙ୍କିତା ଚନ୍ଦ୍ରଶେଖର ପୁର ଥାନାରେ ତାପସଙ୍କ ନାଁ ରେ ଅଭିଯୋଗ ଦେଇଥିଲେ । ଏହା ପରେ ଚନ୍ଦ୍ରଶେଖର ପୁରର ପୋଲିସ ତାପସଙ୍କୁ ଗିରଫ କରି ପଚରାଉଚରା ଜାରିରଖିଛି । ସ୍ତ୍ରୀଙ୍କୁ ସବୁଦିନ ମାନସିକ ନିର୍ଯ୍ୟାତନା ଦେଇ ଶଶୁରଙ୍କ ଠାରୁ କାର କୁ ଜବତ କରିବା  ତାପସଙ୍କ ସ୍ଵପ୍ନ ଗଲା ଭାଙ୍ଗି  ।

ନାରୀମାନଙ୍କୁ ଦୁର୍ବଳ ଭାବୁଥିବା ତାପସ ଏବେ ପୋଲିସଙ୍କ ଗିରଫ ରେ ଅଛନ୍ତି । ତେବେ ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।