ତିରୁପତି ବାଲାଜିଙ୍କ 10 ଟି ରହସ୍ୟ ଯାହା ଆଗରେ Nasa ବି ହେଇଗଲା ଫେଲ !

ଭାରତକୁ ପରମ୍ପରାର ଦେଶ କୁହାଯାଏ । ଯେଉଁଠି ସବୁ ଧର୍ମ ଲୋକମାନେ ଭାଇଚାର ସହ ରୁହନ୍ତି । ଆପଣଙ୍କୁ ଭାରତରେ ଯେଉଁଭଳି ଜିନିଷ ଦେଖିବାକୁ ମିଳିବ ତାହା ଅନ୍ୟ କେଉଁଠି ଦେଖିବାକୁ ମିଳିବ ନାହିଁ । ଆଜି ଆମେ ଆପଣଙ୍କୁ ଭାରତରେ ଥିବା ୧୦୦୦ ବର୍ଷ ପୁରୁଣା ଏକ ଏମିତି ରହସ୍ୟପୂର୍ଣ ମନ୍ଦିର ବିଷୟରେ କହିବୁ ଯେଉଁଠି ମୂର୍ତ୍ତି ନୁହେଁ ସ୍ଵୟଂ ଭଗବାନ ବିରାଜମାନ ଅଛନ୍ତି । ଏହା ଦୁନିଆର ସବୁଠୁ ଧନୀ ମନ୍ଦିର ଅଟେ ।

ଏହି ମନ୍ଦିର ଟ୍ରସ୍ଟ ପାଖରେ ଏତେ ଟଙ୍କା ଅଛି କି ଯାହାର ଫିକ୍ସଡ ଡିପୋଜିଟରୁ ସବୁ ବର୍ଷ ୮୦୦ କୋଟି ଟଙ୍କାରୁ ବି ଅଧିକ ଟଙ୍କା କେବଳ ସୁଧ ମିଳିଥାଏ । ଆମେ ଯେଉଁ ମନ୍ଦିର ବିଷୟରେ କଥାବାର୍ତ୍ତା କରୁଛୁ ସେହି ମନ୍ଦିରର ନାଁ ହେଉଛି ତିରୁପତି ବାଲାଜି ଏହି ମନ୍ଦିର ଦକ୍ଷିଣ ଭାରତର ରାଜ୍ୟ ଆନ୍ଧ୍ରପ୍ରଦେଶର ଚିତୁର ଜିଲ୍ଲାରେ ଅଛି । ତିରୁପତି ବାଲାଜୀଙ୍କ ମନ୍ଦିର ବିଶ୍ଵ ପ୍ରସିଦ୍ଧ ଅଟେ ।

ଏହି ମନ୍ଦିରରେ ଭେଙ୍କେଟେଶ ମହାରାଜାଙ୍କ ପୂଜା ଅର୍ଚନା କରାଯାଏ । ଯାହାଙ୍କୁ ଭଗବାନ ଶ୍ରୀ ବିଷ୍ଣୁଙ୍କ ଅବତାର କୁହାଯାଏ । ଏହି ମନ୍ଦିରର ସବୁଠୁ ଖାସ କଥା ହେଉଛି ଏହି ମନ୍ଦିରର ଗର୍ଭଗୃହରେ ଯେଉଁ ମୂର୍ତ୍ତି ଅଛି ତାହା କୌଣସି ମନୁଷ୍ୟ ଦ୍ଵାରା ତିଆରି କରାଯାଇ ଥିବା ମୂର୍ତ୍ତି ନୁହେଁ । ଆପଣ ଯେତେବେଳେ ଏହି ଦିବ୍ୟ କଳା ରଙ୍ଗର ମୂର୍ତ୍ତିକୁ ଦେଖିବେ ତେବେ ଆପଣ ଜାଣି ପାରିବେ କି ଏହା କୌଣସି ସାଧାରଣ ମୂର୍ତ୍ତି ନୁହେଁ । ଜୀବିତ ଭଗବାନ ଅଟନ୍ତି । ଏହି ମୂର୍ତ୍ତିରେ ଲାଗିଥିବା କେସ ବି ଅସଲ ଅଟେ ।

ଦେଢ ହଜାର ବର୍ଷରୁ ବି ଅଧିକ ଏହି ମୂର୍ତ୍ତିର କେସ ଆଜି ବି ସେହିଭଳି ଅଛି । ପୂଜାରୀମାନଙ୍କ କହିବା ଅଟେ କି ଭେଙ୍କେଟେଶ୍ଵରଙ୍କ ମୂର୍ତ୍ତିରୁ ସବୁବେଳେ ସମୁଦ୍ରର ଲହଢିର ଶବ୍ଦ ଶୁଣିବାକୁ ମିଳିଥାଏ । କହିଦେଉଛୁ କି ଏହି ମନ୍ଦିର ଦୁନିଆର ସବୁଠୁ ଧନୀ ମନ୍ଦିର ଅଟେ । ଏହି ମନ୍ଦିରର କେବଳ ଶ୍ରଦ୍ଧାଳୁମାନଙ୍କ ଦାନ ଦକ୍ଷିଣା ଦ୍ଵାରା ମନ୍ଦିରର ଟ୍ରସ୍ଟକୁ ସବୁ ମାସରେ ୨୦୦ ରୁ ୩୦୦ କୋଟି ଟଙ୍କା ଆୟ ହୋଇଥାଏ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଭଗବାନଙ୍କ ଆରାମ ପାଇଁ ମନ୍ଦିରର ବାତାବରଣକୁ ବହୁତ ଥଣ୍ଡା ରଖା ଯାଇଛି । କିନ୍ତୁ ଏହା ସତ୍ବେ ବାଲାଜୀଙ୍କୁ ବହୁତ ଗରମ ଲାଗିଥାଏ । ଯେଉଁ କାରଣରୁ ତାଙ୍କର ମୂର୍ତ୍ତିରୁ ଝାଳ ବାହାରିଥାଏ । ମନ୍ଦିରର ଜଣେ ପୂଜାରୀ ସମୟେ ସମୟେ ଏହି ଝାଳକୁ ପୋଛି ଦିଅନ୍ତି । ସବୁଦିନ ମୂର୍ତ୍ତିକୁ ତଳେ ଧୋତି ଓ ଉପରେ ଶାଢୀ ଦ୍ଵାରା ସଜ୍ଜିତ କରାଯାଏ । କୁହାଯାଏ କି ବାଲାଜୀଙ୍କ ଶରୀରରେ ମାତା ଲକ୍ଷ୍ମୀଙ୍କ ରୂପ ସମାହିତ ଅଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବି ସବୁଦିନ ୩ ଲକ୍ଷ ଦେଶୀ ଘିଅର ଲଡୁ ତିଆରି କରାଯାଏ ।