ରୋଷେଇ ସମୟରେ ଯଦି ବାମ୍ଫ କିମ୍ବା ଗରମ ପାଣି ପଡିବାରୁ ହାତ ଫୋଟକା ହେଇଯାଏ ତ କରନ୍ତୁ କେବଳ ଏହି ସହଜ କାମ, ପୋଡା ଜଳାରୁ ମିଳିବ ସଙ୍ଗେ ସଙ୍ଗେ ଆରାମ

କେତେ ଥର ଏମତି ହୁଏ କି ଖାଇବା ବନେଇବା ସମୟରେ ଆମର ହାତ ଜଳିଯାଏ । କେବଳ ଏତିକି ନୁହେଁ ଖାଇବା ବନେଇବା ସମୟରେ ଯଦି କୌଣସି ଗରମ ବାସନ ଉପରେ ଆମର ହାତ ଲାଗିଯାଏ ତାହାର ଭାପ ରେ ଆମର ହାତରେ ଦାଗ ହୋଇଯାଏ । ଯଦି ଆପଣଙ୍କ ହାତ ଭୁଲରେ ଜଳିଯାଏ ତେବେ ଆପଣଙ୍କୁ ଚିନ୍ତା କରିବାକୁ ପଡିବ ନାହିଁ । ଏଥିପାଇଁ ଆଜି ଆମେ ଆପଣଙ୍କୁ ଆପଣଙ୍କର ନିଜ ହାତ ର ସୁରକ୍ଷା ରଖିବା ପାଇଁ ଭଲ ଉପାୟ କହିବାକୁ ଯାଉଛୁ ।

୧ . ଯେବେ ବି ଆପଣଙ୍କ ହାତ ଭାପରେ କିମ୍ବା ଗରମ ପାଣି ରେ ଜଳି ଯାଏ ତେବେ ଡେରି ନକରି ହାତ ଉପରେ ଥଣ୍ଡା ପାଣି ଢାଳି ଦିଅନ୍ତୁ । କହିଦେଉଛୁ ଏହା କରିବା ଦ୍ଵାରା କେବଳ ଆପଣଙ୍କ ହାତ କୁ ଥଣ୍ଡା ମିଳିବନି, ଏହା ଦ୍ଵାରା ଆପଣଙ୍କ ହାତରେ ଫୋଟୋକା ମଧ୍ୟ ହବନି । ଏହା ସହିତ ନିଜ ହାତକୁ ସୁରକ୍ଷିତ ରଖିବା ପାଇଁ ଜଳି ଥିବା ସ୍ତାନ ରେ ଥଣ୍ଡା ପାଣିରେ କପଡା ଓଦା କରି ଘୋଡାଇ ରଖନ୍ତୁ ।

୨ . ଏହା ବ୍ୟତିତ ଆପଣ ହାତ ରେ ଟୂଥପେସ୍ଟ ର ବ୍ୟବହାର ବି କରି ପାରିବେ । ଏହା ଦ୍ଵାରା ଆପଣଙ୍କ ହାତରେ ଫୋଟକା ହବ ନାହିଁ ।

୩ . ଏହା ବ୍ୟତିତ ଏଲୋବେରା ର ମଧ୍ୟ ବ୍ୟବହାର କରିପାରିବେ । ପାଣି କିମ୍ବା କ୍ଷୀର ରେ ଧୋଇବା ପରେ ତାହା ଉପରେ ଏଲୋବେରା ଲଗାଇ ଦିଅନ୍ତୁ ।

୪ . ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ ଜଳି ଥିବା ସ୍ଥାନ ରେ ଆଳୁ କିମ୍ବା ଆଳୁ ର ଚୋପା ମଧ୍ୟ ଲଗେଇ ପାରିବେ । ଏହା ଦ୍ଵାରା ଆପଣଙ୍କ ପୋଡୁ ଥିବା ଅଂଶ ଟି କମି ଯିବ ।

୫ . ଜଳି ଥିବା ସ୍ଥାନ ରେ ମହୁ ଲଗାଇବା ବି ଭଲ ଅଟେ । ଏହା ଏକ ଭଲ ଏଂଟୀବାୟୋଟିକ ହୋଇଥାଏ । ଯାହା ଘରେ ଥିବା କୀଟାଣୁ କୁ ଶେଷ କରିବାରେ ସାହାଯ୍ୟ କରେ ।

୬ . ଜଳି ଥିବା ସ୍ଥାନ ରେ ତୁଳସୀ ପତ୍ର ର ରସ ଲଗେଇବା ଦ୍ଵାରା ମଧ୍ୟ ଭଲ ହୁଏ । ତୁଳସୀ ପତ୍ର ବହୁତ ଗୁଣବାନ ଅଟେ । ଏହା ଦ୍ଵାରା ଜଳି ଥିବା ସ୍ଥାନ ଟି ରେ ଦାଗ ପଡି ବାର ସମ୍ଭାବନା ବହୁତ କମ ହୋଇ ଥାଏ ।

ଆମେ ଆଶା କରୁଛୁ କି ଏହି ଉପାୟ ରେ ଆପଣ ନିଜେ ନିଜର ଘା କୁ ବହୁତ ସହଜରେ ଠିକ କରିପାରିବେ।