ଦୀପିକାଙ୍କ ବାହାଘର ପୂର୍ବର ରସମ ରେ ଅତିଥି ମାନଙ୍କୁ ପରୋଷା ଯାଇଥିଲା ଏହି ଖାସ୍ ଥାଳି, ଦେଖନ୍ତୁ ମେନ୍ୟୁ ରେ କଣ ସବୁ ଥିଲା??

ବାହାଘର ର ସିଜିନ ପୁଣି ଥରେ ଆରମ୍ଭ ହୋଇ ଯାଇଛି । ଦୀପାବଳି ଶେଷ ହେବା ପରେ ହିଁ ବହୁତ ଘରେ ବାହାଘର ର କଥା ଶୁଣା ଯାଇଥାଏ । ଏଥର ବଲୀଉଡ ରେ କିଛି ଖାସ ଲୋକମାନଙ୍କ ର ବାହାଘର ହବାର ଅଛି । ଏଥିରେ ପ୍ରିୟଙ୍କା ଚୋପଡା ଏବଂ ନିକ ଜୋନସ ଙ୍କର ବାହାଘର ସହିତ ଦୀପିକା ପାଦୁକୋଣ ଏବଂ ରଣବୀର ସିଂହ ଙ୍କ ବାହାଘର ଉପରେ ସମସ୍ତଙ୍କର ନଜର ରହିଥିଲା ।

ଦୀପିକା ଆଉ ରଣବୀର ବହୁତ ଦିନ ହବ ପରସ୍ପରକୁ ଡେଟ କରୁଥିଲେ । ଏମାନେ ବହୁତ ଫିଲ୍ମ ମିଶି କରି ମଧ୍ୟ କରିଛନ୍ତି । ଏହି ଭଳି ଏହି ଦୁଇ ଜଣଙ୍କ କେମେଷ୍ଟ୍ରି ଅସଲି ଜୀବନରେ ଏବଂ ଫିଲ୍ମ ଜଗତରେ ଦୁଇଟି ଜାଗାରେ ଦେଖିବାକୁ ମିଳେ । କିଛି ଦିନ ପୂର୍ବରୁ ଦୀପିକା ଏବଂ ରଣବୀର ନିଜ ବାହାଘର ତାରିଖ ସୋସିୟାଲ ମିଡିୟା ମାଧ୍ୟମରେ ଶେୟାର କରିଥିଲେ ।

ଆପଣ ଜାଣି ନିଅନ୍ତୁ କି ଦୀପିକା ଏବଂ ରଣବୀର ଏହି ବର୍ଷ ନଭେମ୍ବର ୧୪ ରେ ବିବାହ କରିଛନ୍ତି। ଏହା ଇଟଲି ର Villa del Balbianello ନାମକ ଜାଗାରେ ସମ୍ପନ୍ନ ହୋଇଛି । ଦୀପିକା ବୈଂଗଲୋର ରେ ଥିବା ନିଜ ଘରେ ବାହାଘର ର ସବୁ ରସ୍ମ ପାଳନ କରିଥିଲେ । ସେହି ସବୁ ରସମ ମଧ୍ୟରେ ଦୀପିକା ଘରେ ନନ୍ଦୀ ପୂଜା କରିଥିଲେ । ଏହି ପୂଜା କୁ ପୁରା ପାରମ୍ପରିକ ଭାବରେ ପୂର୍ଣ୍ଣ କରାଗଲା । ଏହା ପରେ ସେ ଗଣେଶ ପୂଜାର ବି ରସ୍ମ କରିଥିଲେ ।

ଏହି ରସ୍ମ ରେ ଦୀପିକା ଏବଂ ତାଙ୍କ ପରିବାର ର କିଛି ଖାସ ଲୋକମାନେ ସାମିଲ ଥିଲେ । ଦୀପିକା ଏହି ରସ୍ମ ର କିଛି ଫଟୋ ସୋସିୟାଲ ମିଡିୟା ରେ ମଧ୍ୟ ଛାଡିଛନ୍ତି । ଏହି ଫୋଟ ବହୁତ ଭାଇରାଲ ହଉଛି । ଏହି ରସ୍ମ ରେ ଦୀପିକା ନିଜ ବନ୍ଧୁ ବାନ୍ଧବଙ୍କ ପାଇଁ ଏକ ଖାସ ଥାଳି ର ମଧ୍ୟ ବ୍ୟବସ୍ଥା କରିଥିଲେ ।


ଦୀପିକା ଏଠି ଯେଉଁ ଖାସ ଥାଳି ନିଜର ବନ୍ଧୁବାନ୍ଧବ ଙ୍କୁ ଦେଉଥିଲେ ତାହାର ନାଁ ‘କୋଂକଣୀ ଥାଲୀ’ ଅଟେ । ଏହି ଥାଳି ରେ ଦାଲୀତୟ, ବୀବେ ଉପକଡୀ, କୋସମବାରୀ ଇତ୍ୟାଦି ସ୍ଵାଦିଷ୍ଟ ବ୍ୟଞ୍ଜନ ରହିଥିଲା ।

ମିଡିୟା ସୂତ୍ର ଅନୁସାରେ ଦୀପିକା ଏବଂ ରଣବୀର ର ବାହାଘର କନ୍ନଡ ଏବଂ ସିନ୍ଧି ର ପରମ୍ପରା ଅନୁସାରେ ହୋଇଛି। ଦୀପିକା ଏକ କନ୍ନଡ ପରିବାରର ହୋଇଥିବା ବେଳେ ରନବୀର ସିନ୍ଧି ପରିବାର ର ଅଟେ। ସେଥିପାଇଁ ସେ ଦୁଇ ପରିବାରର ପରମ୍ପରା ହିସାବରେ ଏହି ବିବାହ ସମ୍ପର୍ଣ୍ଣ ହୋଇଛି।