୩ ଟି ପିଲାର ମାର ସ୍ଟନ୍ଟ ଦେଖି ଉଡିଯିବ ଆପଣଙ୍କ ହୋସ, ଦାନ୍ତରୁ ଦଉଡି ଧରି ଝୁଲିଗଲେ ହେଲିକପ୍ଟରରୁ, ଆଉ ତା ପରେ ହେଲା କିଛି ଏମିତି କି … ଦେଖନ୍ତୁ ଭିଡିଓ

ଏହି ଦୁନିଆରେ ଭିନ୍ନ ଭିନ୍ନ ଲୋକ ନଜର ଆସିଥାନ୍ତି । ସମସ୍ତେ ନିଜ ନିଜ ମଧ୍ୟରେ ବହୁତ ଖାସ ହୋଇଥାନ୍ତି । ସମସ୍ତେ ନିଜ ନିଜ କାମରେ ମାହିର ହୋଇଥାନ୍ତି । ତେବେ ତ ଦୁନିଆରେ ସମସ୍ତ କାମ ଅତି ସହଜରେ ହୋଇଯାଏ ।

ସାଧାରଣ ମଣିଷ ସ୍ଵପ୍ନରେ ବି ଏହା ଚିନ୍ତା କରିବ ନାହିଁ :

ଏହି ଦୁନିଆର କେତକ ଡରୁଆ ଲୋକମାନେ ଅଛନ୍ତି ତ କେତେକ ଲୋକମାନେ ଏତେ ସାହାସୀ କି ସେମାନେ କିଛି ବି କରିବା ପୂର୍ବରୁ ତାହାର ଫଳ ବିଷୟରେ ଚିନ୍ତା ବି କରନ୍ତି ନାହିଁ । ଆଜିକାଲି ଏମିତି ବହୁତ ସ୍ଟନ୍ଟ ଦେଖିବାକୁ ମିଳିଥାଏ, ଯାହାଙ୍କର ସ୍ଟନ୍ଟ ଦେଖି ଆପଣଙ୍କୁ ବିଶ୍ଵାସ ହୋଇଯିବ କି ଏମାନଙ୍କର ନିଜ ଜୀବନ ପ୍ରତି ବିଲିକୁଲ ବି ଭୟ ନାହିଁ ।

କେତେକ ଲୋକମାନେ ନିଜ ଜୀବନ ପ୍ରତି ଚିନ୍ତା ନ କରି ଏତେ ଭୟାନକ ସ୍ଟନ୍ଟ କରିଥାନ୍ତି କି, ଯାହା ବିଷୟରେ କେହି ବି ସ୍ଵପ୍ନରେ ବି ଚିନ୍ତା କରିବେ ନାହିଁ । ଆଜି ଆମେ ଆପଣଙ୍କୁ ଏକ ଏମିତି ହିଁ  ଭୟାନକ ସ୍ଟନ୍ଟ ଦେଖାଉଥିବା ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ । ମହିଳା ଜଣକଙ୍କର ଏହି ସ୍ଟନ୍ଟ ଆମେରିକାର ନିୟାଗ୍ରା ଫଲ ଉପରେ ୧୫ ଜୁନରେ ଦେଖିବାକୁ ମିଳିଥିଲା ।

ପବନରେ ଦେଖାଇଲେ ୮ ମିନିଟ ପର୍ଯ୍ୟନ୍ତ ଭୟାନକ ସ୍ଟନ୍ଟ :

କହିବାକୁଗଲେ ଏହି ସ୍ଟନ୍ଟ ଦେଖାଉ ଥିବା ମହିଳା ଜଣକ ଆମେରିକାରେ ରହୁଥିବା ଡେୟରଡେବିଲ ଏରନଡିରା ୱୈଂଡେଲା ଅଟନ୍ତି । ସେ ନିୟାଗ୍ରା ଫଲ ଉପରେ ପାଖାପାଖି ୮ ମିନିଟ ପର୍ଯ୍ୟନ୍ତ ଏହି ଭୟାନକ ସ୍ଟନ୍ଟ ଦେଖାଇଥିଲେ । ଏହି ସ୍ଟନ୍ଟ ସମୟରେ ଏରନଡିରାଙ୍କର ଶରୀର ପବନରେ ଉଡୁଥିବା ହେଲିକପ୍ଟରର କୌଣସି ଅଂସରେ ବନ୍ଧା ହୋଇ ନ ଥିଲା । ସେ ହେଲିକପ୍ଟରରେ ଝୁଲୁଥିବା ଏକ ଦଉଡି ସାହାର୍ଯ୍ୟରେ ନିଜର ଦାନ୍ତ ଦ୍ଵାରା ଧରିଥିଲେ ।

ଭାଙ୍ଗି ଦେଲେ ନିଜର ସ୍ଵାମୀଙ୍କର ହିଁ ରେକର୍ଡ :

ଏରନଡିରା ଆମେରିକାର ପ୍ରସିଦ୍ଧ ସ୍ଟଂଟମ୍ୟାନ ନିକ ୱୈଂଡେଲାଙ୍କର ପତ୍ନୀ ଅଟନ୍ତି । ଏବଂ ୩ ଟି ପିଲାର ମା ବି ଅଟନ୍ତି । ଏରନଡିରାଙ୍କର ସ୍ଟନ୍ଟ ଦେଖିବା ପାଇଁ ତଳେ ବହୁ ସଂଖ୍ୟାରେ ଲୋକମାନେ ଏକାଠି ହୋଇଥିଲେ । ତଳେ ତାଙ୍କର ସ୍ଵାମୀ ତାଙ୍କୁ ଉତ୍ସାହ ଦେଉଥିଲେ । ଆମେରିକାର ମିଡିୟାଙ୍କ ଅନୁସାରେ ଏହି ସ୍ଟନ୍ଟକୁ କରିବା ପରେ ଏରନଡିରା ୱୈଂଡେଲା ନିଜ ସ୍ଵାମୀଙ୍କର ହିଁ ରେକର୍ଡକୁ ଭାଙ୍ଗି ଦେଇଛନ୍ତି ।

ଭିଡିଓ ଦେଖନ୍ତୁ –