ଛାଡି ଦିଅନ୍ତୁ ଏହି ତିନୋଟି କାମ, ନହେଲେ ହରାଇବେ ନିଜ ଆଖି

ଆଜି ଆମେ ଆପଣଙ୍କୁ ନିଜ ଆଖିକୁ କେମିତି ସୁରକ୍ଷିତ ରଖିବେ ତା ବିଷୟରେ କହିବୁ । ଆମ ଆଖି ଆମ ଶରୀରର ବହୁତ ମୂଲ୍ୟବାନ ଅଂଶ ଅଟେ ଓ ବହୁତ କୋମଳ ଅଂଶ ହୋଇଥାଏ । ଆମର ଆଖି ନାହିଁ ମାନେ କିଛି ନାହିଁ । ଆମ ଆଖି ହିଁ ଆମ ଜୀବନ । ଆଖି ବିନା ଆମେ କିଛି କରି ପାରିବାନି କାହିଁକି ନା ଆମକୁ ଦେଖା ଯିବନି । ଆଖି ନଥିଲେ ଜିନିଷ ବିଷୟରେ ଜାଣି ପାରିବାନି ଓ ବୁଝି ପାରିବାନି । ସେଥିପାଇଁ ଆମ ଆଖି ବହୁତ ମୂଲ୍ୟବାନ ଆମପାଇଁ ହୋଇଥାଏ । ନିଜ ଆଖିକୁ ଅଲଗା କିଛି ଜିନିଷ ଦ୍ଵାରା ଖରାପ କରନ୍ତୁ ନାହିଁ ।

ମୋବାଇଲ ସ୍କ୍ରିନ

 

ଆମେ ଘଣ୍ଟା ଘଣ୍ଟା ଧରି ମୋବାଇଲ ସ୍କ୍ରିନ ଦେଖୁଛୁ । ଏହା ଦ୍ଵାରା ହୋଇଥାଏ କି, ମୋବାଇଲ ରୁ ବାହାରୁଥିବା ବ୍ରାଇଟନେସ ଆପଣଙ୍କ ଆଖିରେ ପଡ଼ିଥାଏ । ଏହି କାରଣରୁ ମଧ୍ୟ ଆପଣଙ୍କ ଆଖିକୁ ଅସୁବିଧା ପହଞ୍ଚି ଥାଏ । ଆପଣ ନିଜ ମୋବାଇଲର ବ୍ରାଇଟନେସ କମ ରଖନ୍ତୁ ଓ ନିଜ ଫୋନର ବ୍ୟବହାର ବେଶି ନ କରନ୍ତୁ । ଯଦି ଏମିତି କରିବେ ତେବେ ଆଖିକୁ ଖରାପ ହେବାରୁ ବଞ୍ଚାଇ ପାରିବେ ।

ବାଇକ ବିନା ଗ୍ଲାସ ନ ପିନ୍ଧି ଚଲେଇବା

ଦ୍ଵିତୀୟ କାମ ଏହା କି ଆପଣ ଆପଣଙ୍କର ବାଇକ ଖୋଲା ଆଖିରେ ଚଲେଇଲେ ମଧ୍ୟ ଆପଣଙ୍କ ଆଖିପାଇଁ ସମସ୍ୟା ଜନକ ହୋଇଥାଏ । ଆମେ ଆପଣଙ୍କୁ ବାଇକ ଚଲେଇବା ପାଇଁ ମନା କରୁନୁ କିନ୍ତୁ ଖାଲି ଆଖିରେ ବାଇକ ଚଲେଇବା ପାଇଁ ମନା କରୁଛୁ । କାହିଁକି ନା ବାଇକ ଚଲେବା ସମୟରେ ଆପଣଙ୍କ ଆଖିରେ ଜୋରେ ପବନ ଓ ଛୋଟ ଛୋଟ ଗୋଡ଼ି ବାଲି ପଡ଼ିଯାଏ । ଏହା ଦ୍ଵାଡ଼ା ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଯଦି ଆପଣ ବାଇକ ଚଲାଛନ୍ତି ତେବେ ଗ୍ଲାସ ବ୍ୟବହାର କରନ୍ତୁ ଓ ଆଖିକୁ ସୁରକ୍ଷିତ ରଖନ୍ତୁ ।

ଟିଭି ଦେଖିବା

ତୃତୀୟ କାମ ଏହାକି ଆପଣ ଟିଭି ଦେଖିବା ସମସ୍ୟା ଜନକ ହୋଇଥାଏ । କାହିଁକି ନା ଟିଭି ଦେଖିବା ସମୟରେ ଆପଣଙ୍କ ଆଖି ସ୍ଥିର ରହିଥାଏ । ଆଖି କିଛି ମୁଭମେଣ୍ଟ କରି ପାରି ନଥାଏ ଓ ସେଥିପାଇଁ ଆଖିକୁ ସମସ୍ୟା ପହଞ୍ଚି ଥାଏ । ଏହି ସବୁ ଜିନିଷରୁ ବଞ୍ଚିବା ପାଇଁ ଟିଭି କମ ଦେଖନ୍ତୁ ଓ ନିଜ ଆଖିକୁ ସୁରକ୍ଷିତ ରଖନ୍ତୁ । ନିଜ ଆଖିକୁ ସୁସ୍ଥ ରଖିବା ପାଇଁ ସବୁଦିନ ଯୋଗ କରନ୍ତୁ । ଏହା ଆଖି ପାଇଁ ଲାଭ ଦାୟକ ହୋଇଥାଏ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।